IND VS PAK : ଭାରତ ମ୍ୟାଚ ହାରିଲା ସତ କିନ୍ତୁ ବିସ୍ଫୋରକ ବ୍ୟାଟିଂ କରି ଏହି ବଡ଼ ରେକର୍ଡ ସୃଷ୍ଟି କଲେ ରୋହିତ ଆଉ ରାହୁଲ

  1. Home
  2. Cricket News

IND VS PAK : ଭାରତ ମ୍ୟାଚ ହାରିଲା ସତ କିନ୍ତୁ ବିସ୍ଫୋରକ ବ୍ୟାଟିଂ କରି ଏହି ବଡ଼ ରେକର୍ଡ ସୃଷ୍ଟି କଲେ ରୋହିତ ଆଉ ରାହୁଲ

rohit-rahul-made-a-record-vs-pak


କ୍ରିକେଟ୍ ଖବର : ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ସୁପର ଫୋର ଖେଳରେ ଦୁବାଇରେ ଭାରତ ପକ୍ଷରୁ ଦମଦାର୍ ଆରମ୍ଭ କରିଥିବା ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ପାୱାରପ୍ଲେ ଭିତରେ 54 ରନ୍ ଓପନିଂ ଷ୍ଟାଣ୍ଡ୍ ରଖିଥିଲେ। ରବିବାର ଦିନ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ପଞ୍ଚମ ଓଭରରେ ପଚାଶ ରନ୍ ସଂଗ୍ରହ କରି ପାକିସ୍ତାନ ଦଳକୁ ଆଶ୍ଚର୍ଯ୍ୟ କରାଇଥିଲେ। 

ind vs pak

ରୋହିତ ଆଉ ରାହୁଲ ମିଶି ପ୍ରଥମ ଚାରି ଓଭରରେ ଚାରିଟି ଛକା ମାରିଥିଲେ। ରୋହିତ ପ୍ରଥମ ଓଭରରୁ ହିଁ ଆକ୍ରମଣ ଢଙ୍ଗରେ ଖେଳିଥିଲେ। ସେ ନାସିମଙ୍କ ଓଭରରେ ଗୋଟିଏ ଛକା ଆଉ ଗୋଟିଏ ଚୌକା  ମାରିଥିଲେ। ରୋହିତ ସମ୍ପୂର୍ଣ୍ଣ ଭାବରେ 16 ବଲରେ ଦୁଇଟି ଛକା ଆଉ ଗୋଟିଏ ଚୌକା ସହାୟତାରେ 28 ରନ କରି ଆଉଟ୍ ହୋଇଥିଲେ। ପରେ ରାହୁଲ ବି ଦୁଇଟି ଛକା ଆଉ ଗୋଟିଏ ଚୌକା ମାରି 20 ବଲରେ 28 ରନ କରି ଆଉଟ୍ ହୋଇଥିଲେ। ନାସିମଙ୍କ ଦ୍ୱିତୀୟ ଓଭରରେ ରାହୁଲ୍ ଦୁଇଟି ବଡ଼ ବଡ଼ ଛକା ମାରିଥିଲେ। 

rohit and arhul vs pak

ତେବେ ଚତୁର୍ଦ୍ଦଶ ଥର ପାଇଁ ରୋହିତ ଏବଂ ରାହୁଲ ଟି-୨୦ରେ ଏକ ପଚାଶ ପ୍ଲସ୍ ରନ୍ ଭାଗିଦାରୀରେ ମିଳିତ ସ୍କୋର କରିଛନ୍ତି। ପୁରୁଷ T20I ର ଯେକୌଣସି ଯୋଡିଙ୍କ ଦ୍ୱାରା ଏହା ସର୍ବାଧିକ। ତେବେ କେଭିନ ଓ’ବ୍ରାଇନ୍ ଏବଂ ପଲ୍ ଷ୍ଟିରଲିଙ୍ଗଙ୍କ ଏହି ରେକର୍ଡ 13 ଥର କରିଛନ୍ତି। ଆଉ ସେମାନଙ୍କୁ ପଛରେ ପକାଇ ରୋହିତ-ରାହୁଲ୍ ଆଗକୁ ବଢ଼ିଛନ୍ତି।