ଏହି ଭାରତୀୟ ଷ୍ଟାର ବୋଲର କହିଲେ "ମୁଁ ଉମ୍ରାନଙ୍କ ପରି 150 ରେ ଫାଷ୍ଟ ବୋଲିଂ କରି ପାରିବିନି, କିନ୍ତୁ ମୁ 140 ରେ ପକେଇ ପାରିବି ଏବଂ...

  1. Home
  2. Cricket News

ଏହି ଭାରତୀୟ ଷ୍ଟାର ବୋଲର କହିଲେ "ମୁଁ ଉମ୍ରାନଙ୍କ ପରି 150 ରେ ଫାଷ୍ଟ ବୋଲିଂ କରି ପାରିବିନି, କିନ୍ତୁ ମୁ 140 ରେ ପକେଇ ପାରିବି ଏବଂ...

ind team bowlers


କ୍ରିକେଟ ଖବର : ଶ୍ରେଷ୍ଠ ବୋଲିଂ ସହିତ ଭାରତୀୟ ଦଳର ବୋଲିଂ ଲାଇନ ଅପକୁ ସୁଦୃଢ କରିବାରେ ହର୍ଷଲ ପଟେଲ ବ୍ୟସ୍ତ ଅଛନ୍ତି।  ଗତ ଦୁଇଟି ଆଇପିଏଲ୍ ସିଜନରେ ହର୍ଷଲ ଯେପରି ବୋଲିଂ କରିଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ। ବର୍ତ୍ତମାନ ତାଙ୍କର ଉଦ୍ୟମ ହେଉଛି ନିଜର ଆନ୍ତର୍ଜାତୀୟ କ୍ୟାରିଅରକୁ ଆଗକୁ ବଢାଇବା।  ଯାହା ବିଷୟରେ ସେ କହିଛନ୍ତି ଯେ ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟରକୁ ବଢାଇବାକୁ ହେଲେ ସେ ଗତି ଅପେକ୍ଷା ପରିବର୍ତ୍ତନ ସହିତ ବୋଲିଂ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। 

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି -20 ସିରିଜରେ ହର୍ଷଲ 3 ଟି ମ୍ୟାଚରେ ମୋଟ 6 ଟି ୱିକେଟ୍ ନେଇଛନ୍ତି। ଯେଉଁଥିରେ ସେ ତୃତୀୟ ଟି-20 ମ୍ୟାଚରେ ଚାରିଟି ୱିକେଟ୍ ନେଇଥିଲେ। ଏହି ସିରିଜରେ ମଧ୍ୟ ହର୍ଷଲ ତାଙ୍କ ବୋଲିଂର ପରିବର୍ତ୍ତନ ସହିତ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇଛନ୍ତି। 

ନିଜ ବୋଲିଂ ବିଷୟରେ କଣ କହିଲେ ହର୍ଷଲ ?

ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି -20 ପୂର୍ବରୁ ହର୍ଷଲ କହିଛନ୍ତି ଯେ ସେ ଉମ୍ରାନ ମଲିକଙ୍କ ଭଳି ଦ୍ରୁତ ଗତିର ବୋଲର ହୋଇପାରିବେ ନାହିଁ। ବରଂ ସେ ନିଜ ବୋଲିଂରେ ଦୁର୍ବଳ ଏବଂ ଶକ୍ତିଶାଳୀ ଦିଗ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ନ୍ୟୁଜ୍ ଏଜେନ୍ସି PTI କୁ ହର୍ଷଲ ଏହା କହିଛନ୍ତି।

harshal patel

ସେ କହିଛନ୍ତି ଜେଜ଼ "ମୁଁ ବୋଲିଂର ଗତି ବିଷୟରେ ଚିନ୍ତା କରେ ନାହିଁ କାରଣ ମୁଁ ଉମ୍ରାନ ମଲିକଙ୍କ ପରି ଦ୍ରୁତ ଗତିରେ ବୋଲିଂ କରିପାରିବି ନାହିଁ ମାତ୍ର 140 ରେ ପକାଇ ପାରିବି ଏବଂ ମୋର ଭେରିଏଶନ ବଲ (ସ୍ଲୋ ବଲ) ଉପରେ ବିଶ୍ୱାସ ଅଛି। ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରଭାବଶାଳୀ କରିବା ପାଇଁ ମୋତେ ମୋର ବୋଲିଂ କୌଶଳ ବିକାଶ କରିବାକୁ ପଡିବ।  ମୋର ଧ୍ୟାନ ସର୍ବଦା ମୋ ବୋଲିଂର ଉନ୍ନତି ଉପରେ ଥାଏ।