IND vs WI 3rd T20 ମ୍ୟାଚ ଜିତିବା ପରେ ପାଣ୍ଡ୍ୟା ସୃଷ୍ଟି କଲେ ଇତିହାସ, ଏହି ରେକର୍ଡ କରିବାରେ ହେଲେ ଷଷ୍ଠ ଭାରତୀୟ

  1. Home
  2. Cricket News

IND vs WI 3rd T20 ମ୍ୟାଚ ଜିତିବା ପରେ ପାଣ୍ଡ୍ୟା ସୃଷ୍ଟି କଲେ ଇତିହାସ, ଏହି ରେକର୍ଡ କରିବାରେ ହେଲେ ଷଷ୍ଠ ଭାରତୀୟ

pandya record agaianst west indies


କ୍ରିକେଟ୍ ଖବର : ଭାରତୀୟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। 5 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ତୃତୀୟ ମ୍ୟାଚ୍ ଗତକାଲି ୱାର୍ଣ୍ଣର ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜରେ ବରାବର ସ୍ଥିତିରେ ଥିଲେ। କିନ୍ତୁ, ତୃତୀୟ ମ୍ୟାଚ୍ ଜିତି ଭାରତୀୟ ଦଳ ପୁଣି ଥରେ ସିରିଜରେ ଅଗ୍ରଣୀ ହାସଲ କରିଛି। ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ବଡ଼ ରେକର୍ଡ କରିଛନ୍ତି।

ବୋଲିଂରେ ଏହି ବଡ ରେକର୍ଡ ସୃଷ୍ଟି କଲେ ପାଣ୍ଡ୍ୟା :

ଦୀର୍ଘ ଦିନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ଫେରିଛନ୍ତି ଏବଂ ନିକଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।  ନିଜ ବ୍ୟାଟ୍ ସହିତ ଲମ୍ବା ସଟ୍ ମାରିବାରେ ବିଶେଷଜ୍ଞ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି -20ରେ ବୋଲର ଭାବରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।  ତାଙ୍କର 66 ତମ ଟି -20 ମ୍ୟାଚରେ ସେ ବୋଲିଂ ସହାୟତାରେ 50 ୱିକେଟ୍ ନେବାର ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା କରିବାରେ ସେ କେବଳ ଷଷ୍ଠ ଭାରତୀୟ। ଏହି ମ୍ୟାଚରେ ସେ 4 ଓଭରରେ 19 ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ind vs wi 3rd t20 pandya records

ଟି -20 ଆନ୍ତର୍ଜାତୀୟ କ୍ରିକେଟ୍ ବିଷୟରେ କହିବାକୁ ଗଲେ ୟୁଜବେନ୍ଦ୍ର ଚହଲଙ୍କ ନାମ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା ତାଲିକାର ଶୀର୍ଷରେ ରହିଛି। ସେ 60 ଟି ମ୍ୟାଚରେ ସେ 79 ୱିକେଟ୍ ନେଇଛନ୍ତି।  ଏହା ପରେ ଭୁବନେଶ୍ୱର କୁମାର 71 ୱିକେଟ୍, ଜସପ୍ରୀତ ବୁମ୍ରା 69 ୱିକେଟ୍, ଆର ଅଶ୍ୱିନ 64 ୱିକେଟ୍ ଏବଂ ରବିନ୍ଦ୍ର ଜାଡେଜା 50 ୱିକେଟ୍ ନେଇଛନ୍ତି।