ଗାଭାସ୍କର କହିଲେ "T-20 ବିଶ୍ୱକପ ଜିତିବାର ଅଛି ଯଦି ରାହୁଲଙ୍କ ବଦଳରେ ରୋହିତ ସହ ଏହି ଖେଳାଳିଙ୍କୁ କରାଅ ଓପେନିଂ"

  1. Home
  2. Cricket News

ଗାଭାସ୍କର କହିଲେ "T-20 ବିଶ୍ୱକପ ଜିତିବାର ଅଛି ଯଦି ରାହୁଲଙ୍କ ବଦଳରେ ରୋହିତ ସହ ଏହି ଖେଳାଳିଙ୍କୁ କରାଅ ଓପେନିଂ"

rohit and k l rahul


କ୍ରିକେଟ୍ ଖବର : ବିସିସିଆଇ ସେପ୍ଟେମ୍ବର 12 ତାରିଖ ଦିନ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ଟି -20 ବିଶ୍ୱକପ୍ ପାଇଁ 15 ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଦଳର କମାଣ୍ଡ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ କେଏଲ ରାହୁଲ ବିଶ୍ୱକପରେ ଉପ-ଅଧିନାୟକ ଦାୟିତ୍ୱରେ ନଜର ଆସିବେ। 

rahul out

ତେବେ ଦଳର ଘୋଷଣା ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ରୋହନ ଗାଭାସ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ ବିଶ୍ୱକପରେ ଇନିଂସ ଓପେନିଂ କରିବା ପାଇଁ ରୋହିତଙ୍କ ସହିତ ଲୋକେଶ ରାହୁଲଙ୍କୁ ନୁହଁ, ଅନ୍ୟ ଏକ ଖେଳାଳିଙ୍କୁ ମନୋନୀତ କରିଛନ୍ତି।

କେଉଁ ଖେଳାଳିଙ୍କ ବିଷୟରେ କହିଲେ ରୋହନ ଗାଭାସ୍କର ?

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ରୋହନ ଗାଭାସ୍କର ଦାବି କରିଛନ୍ତି ଯେ ଆଗାମୀ ଟି -20 ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ ରନ୍ ମେସିନ୍ ବିରାଟ କୋହଲି ଇନିଂସ ଓପେନ କରିବା ଉଚିତ୍। ସେ ଭାବନ୍ତି ଯେ, ଏହା ଏକ ଉତ୍ତମ ବିକଳ୍ପ। ସ୍ପୋର୍ଟସ୍ 18 'ସ୍ପୋର୍ଟସ୍ ଓଭର ଟପ୍' ରେ କଥାବାର୍ତ୍ତା କରୁଥିବାବେଳେ ରୋହନ୍ ଏହା କହିଛନ୍ତି।

kohli 71th century

ରୋହନ କହିଛନ୍ତି ଯେ, "ଦେଖ, ବିରାଟ କୋହଲି ଇନିଂସ ଓପେନ କରିବା ଉଚିତ, ମୁଁ ଭାବୁଛି ଏହା ଏକ ଭଲ ବିକଳ୍ପ। ଆପଣ ବିରାଟଙ୍କର ଟି-20 ରେକର୍ଡକୁ ଦେଖିଲେ ଏହା ଜାଣିବେ ଯେ ସେ କେତେ ଚମତ୍କାର ଖେଳନ୍ତି। ସେ ଓପେନିଂ କଲେ ଆହୁରି ଭଲ ଖେଳନ୍ତି। ଟି-20 ଓପେନିଂ ବେଳେ ତାଙ୍କର ଷ୍ଟ୍ରାଇକ୍ ରେଟ୍ 55 ରୁ ଉର୍ଦ୍ଧ୍ବରେ ରହିଥାଏ।

ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ପୁଅ ରୋହନ ଗାଭାସ୍କର ଏହି ସୋ’ରେ ଅଧିକ କଥାବାର୍ତ୍ତା କରି ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ ଶତକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।  ଯେଉଁଥିରେ ବିରାଟ ଓପନର୍ ଭାବରେ ଖେଳିଥିଲେ ଆଉ 122 ରନର ଏକ ଜବରଦସ୍ତ ପାଳି ଖେଳିଥିଲେ। ଏହା ଦର୍ଶାଏ ଯେ ବୋଧହୁଏ ବିରାଟ ମଧ୍ୟ ଓପେନିଂ ଖେଳିବାକୁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି।