ରୋହିତ-କୋହଲି କରିଥିଲେ ଅଣଦେଖା, ଏବେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ରେ ମଧ୍ୟ ଏହି ବିସ୍ଫାରକ ଖେଳାଳିଙ୍କୁ ମିଳିଲା ନାହିଁ ସୁଯୋଗ

  1. Home
  2. Cricket News

ରୋହିତ-କୋହଲି କରିଥିଲେ ଅଣଦେଖା, ଏବେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ରେ ମଧ୍ୟ ଏହି ବିସ୍ଫାରକ ଖେଳାଳିଙ୍କୁ ମିଳିଲା ନାହିଁ ସୁଯୋଗ

ind vs ireland prithivi


କ୍ରିକେଟ ଖବର : ଭାରତୀୟ ଦଳ ଜୁନ୍ 26 ଏବଂ ଜୁନ୍ 28 ରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିବାକୁ ଯାଉଛି। ଏହି ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। କିନ୍ତୁ  ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଅପେକ୍ଷା ଅଧିକ ବିପଜ୍ଜନକ ବିସ୍ଫୋରକ ଓପନରଙ୍କୁ ଚୟନ କରାଯାଇ ନାହିଁ। ଯାହାକି ପ୍ରସଂଶକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ଖେଳାଳିଙ୍କ କ୍ୟାରିୟର ପ୍ରାୟ ଶେଷ ହୋଇଥିବା ଜଣାପଡିଛି।

କିଏ ଏହି ଯୁବ ବିସ୍ଫୋରକ୍ ଖେଳାଳି ?

prithvi-shaw

ଆମେ କହୁଚୁ ଭାରତର ଓପନର୍ ବ୍ୟାଟ୍ସମ୍ୟାନ୍ ପୃଥୀ ଶ'ଙ୍କ ବିଷୟରେ । ପୃଥୀ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ମନୋନୀତ ହୋଇନାହାଁନ୍ତି। ଚୟନକର୍ତା ମାନେ ତାଙ୍କୁ ଅଣଦେଖା କରିଛନ୍ତି। ଯେତେବେଳେ କି ତାଙ୍କର ଖେଳକୁ ଅନେକ କିମ୍ବଦନ୍ତୀ ଖେଳାଳି ପ୍ରସଂଶା କରିଛନ୍ତି। 

ପୃଥୀ ଶ' ଙ୍କ ବ୍ୟାଟିଂ ଶୈଳୀ ସଚିନ୍-ସେହୱାଗ ପରି :

Shaw

ଅନେକ ପୂର୍ବତନ ଖେଳାଳି କହିଛନ୍ତି ଯେ, ପୃଥୀ ଶ' ଙ୍କ ବ୍ୟାଟିଂ ଶୈଳୀ ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହୱାଗ ଏବଂ ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଭଳି। ଭାରତର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଯେ, ସେହୱାଗ, ସଚିନ ଏବଂ ଲାରାଙ୍କ ଭଳି ବ୍ୟାଟିଂ କରୁଛନ୍ତି ପୃଥୀ ଶ'। ଏହି 3 ଜଣ ମହାନ ଖେଳାଳିଙ୍କର ଗୁଣ ପୃଥୀଙ୍କ ନିକଟରେ ଦେଖିବାକୁ ମିଳୁଛି ବୋଲି କହିଥିଲେ ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଯଦି ପୃଥୀଙ୍କୁ କ୍ରମାଗତ ସୁଯୋଗ ମିଳେ, ତା’ହେଲେ ସେ ଦୁନିଆର ଯେକୌଣସି ବୋଲରଙ୍କୁ ନିର୍ଧୂମ ଛେଚିବେ।

ଭାରତୀୟ କ୍ରିକେଟରେ ପୃଥୀ ଶ' ଙ୍କ ଅବଦାନ :

ସୂଚନାଯୋଗ୍ୟ ଯେ, 2018 ମସିହାରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ ପୃଥୀ ଶ'। ସମସ୍ତ ତିନୋଟି ଫର୍ମାଟରେ ଭାରତ ପାଇଁ କ୍ରିକେଟ୍ ଖେଳିଛନ୍ତି ଏହି ବିସ୍ଫୋରକ୍ ଖେଳାଳି। କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆର୍ ତିନୋଟି ଫର୍ମାଟରେ ଏହି ଖେଳାଳିଙ୍କୁ ଚୟନ କରାଯାଇ ନାହିଁ । ଏପର୍ଯ୍ୟନ୍ତ ପୃଥୀ ଶ'  ଭାରତ ପାଇଁ 5 ଟି ଟେଷ୍ଟ ମ୍ୟାଚରେ 339 ରନ୍ ସଂଗ୍ରହ କରିଛନ୍ତି। ଆଉ 6 ଟି ODI ରେ 189 ରନ୍ ସଂଗ୍ରହ କରିଛନ୍ତି।

ଆୟର୍ଲାଣ୍ଡ ଯାତ୍ରା ପାଇଁ ଭାରତୀୟ ଟି -20 ଦଳ:

ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଭୂବନେଶ୍ୱର କୁମାର, ଇଶାନ କିଷାନ, ରିତୁରାଜ ଗାଇକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଯୁଜଭେନ୍ଦ୍ର ଚହଲ, ଅକ୍ଷାର ପଟେଲ, ରବି ବିଷ୍ଣୁ, ଉମ୍ରାନ୍ ମଲିକ୍।