WI vs IND: ଖରାପ ଫର୍ମ ସତ୍ୱେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ଏହି ୩ ଖେଳାଳି

  1. Home
  2. Cricket News

WI vs IND: ଖରାପ ଫର୍ମ ସତ୍ୱେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ଏହି ୩ ଖେଳାଳି

Team india


କ୍ରିକେଟ୍ ଖବର : ଇଂଲଣ୍ଡ ବିପକ୍ଷ ୱାନଡେ ସିରିଜ୍ ପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ୱାନଡେ ଏବଂ ୫ ମ୍ୟାଚ୍ ଟି -୨୦ ସିରିଜ୍ ଖେଳାଯିବ । ୱାନଡେ ସିରିଜ୍ ପାଇଁ ବିସିସିଆଇ ଟିମ୍ ପୂର୍ବରୁ ଘୋଷଣା କରିସାରିଛି ଏବଂ ଦୁଇ ଦିନ ପୂର୍ବରୁ ଟି -୨୦ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା ହୋଇଛି। ଅନ୍ୟପକ୍ଷରେ, ସଞ୍ଜୁ ସାମସନ୍ ଟି -୨୦ ସିରିଜ୍ ପାଇଁ ଅନ୍ତର୍ଭୂକ୍ତ ହୋଇନଥିବା ବେଳେ ଅନ୍ୟ ତିନିଜଣ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ ଗତ ମ୍ୟାଚ ଗୁଡିକରେ ଫ୍ଲପ୍ ଖେଳ ପ୍ରଦର୍ଶନ କରିଛନ୍ତି। ଆଜି ଆମେ ଏହି ତିନି ଖେଳାଳିଙ୍କ ବିଷୟରେ ଆଲୋଚନା କରିବୁ, ଯେଉଁମାନେ ଫ୍ଲପ୍ ସତ୍ୱେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ୩ ଜଣ ଖେଳାଳି ହୋଇଛନ୍ତି ଦଳରେ ସାମିଲ :

୧) ଇଶାନ୍ କିଶାନ୍ :

Ishan kishan

ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ବର୍ତ୍ତମାନ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାରେ ସମର୍ଥ ହେଉନାହାନ୍ତି। ତେବେ ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୫ ମ୍ୟାଚ୍ ଟି -୨୦ ସିରିଜରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା । ୪ ଟି ମ୍ୟାଚ୍ ରେ ବ୍ୟାଟିଂ କରି ସେ ୨ ଅର୍ଦ୍ଧଶତକ ସହାୟତାରେ ୧୯୧ ରନ୍ ସ୍କୋର କରିଥିଲେ । ଏହା ପରେ ସେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ ଟି -୨୦ ସିରିଜ୍ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହି ଦୁଇଟି ମ୍ୟାଚ୍ ରେ ଫ୍ଲପ୍ ହୋଇଥିଲେ । ସେ ପ୍ରଥମ ମ୍ୟାଚରେ ୨୬ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ସେ ମାତ୍ର ୩ ରନ୍ କରି ପାଭିଲିୟନକୁ ଫେରିଥିଲେ । 

ଏହି ଫ୍ଲପ୍ ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚ୍ ରେ ସୁଯୋଗ ଦିଆଯାଇଥିଲା ଏବଂ ସେ ଏହି ସୁଯୋଗର ଫାଇଦା ନେବାରେ ବିଫଳ ହୋଇଥିଲେ । ସେ ଏହି ମ୍ୟାଚରେ ମାତ୍ର ୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ଏହା ପରେ ତାଙ୍କୁ ବାକି ଦୁଇଟି ମ୍ୟାଚରୁ ବାଦ ଦିଆଯାଇଥିଲା । ଏହି ଖରାପ ପ୍ରଦର୍ଶନ ସତ୍ତ୍ୱେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି -୨୦ ଦଳରେ ତାଙ୍କୁ ସାମିଲ କରାଯାଇଛି ।

୨) ଶ୍ରେୟସ୍ ଆୟର :

iyer vs sa

ଏହି ତାଲିକାର ଦ୍ୱିତୀୟ ନାମ ହେଉଛନ୍ତି ଶ୍ରେୟସ୍ ଆୟର। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍ ପରଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -୨୦ ସିରିଜର ଚାରୋଟି ମ୍ୟାଚରେ ଆୟର୍ ମାତ୍ର ୯୪ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। 

ଏହା ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜର ଶେଷ ମ୍ୟାଚରେ ସୁଯୋଗ ଦିଆଯାଇଥିଲା ଯେଉଁଠାରେ ତାଙ୍କ ବ୍ୟାଟରୁ ୨୩ ବଲରେ ମାତ୍ର ୨୮ ରନ୍ ଆସିଥିଲା। ଶ୍ରେୟସ୍ ଆୟରଙ୍କ ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାରେ ଲାଗିଛି କିନ୍ତୁ ଏହା ସତ୍ୱେ ଚୟନକର୍ତ୍ତାମାନେ ତାଙ୍କୁ ସୁଯୋଗ ଦେଉଛନ୍ତି। ଖରାପ ଫର୍ମ ଥିବା ସତ୍ୱେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ତାଙ୍କୁ ଟିମରେ ସାମିଲ କରାଯାଇଛି।

୩) ଅକ୍ସର ପଟେଲ :

Axar Patel replaces Kuldeep Yadav for second Test againt Sri Lanka

ଅକ୍ସର ପଟେଲ ବିଷୟରେ ଆଲୋଚନା କଲେ, ଏହି ଖେଳାଳି ବି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏହା ପରେ  ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ନିକଟରେ ହୋଇଥିବା ଅନେକ ମ୍ୟାଚରେ ଅକ୍ସର ନିଜର ଖରାପ ବୋଲିଂ କରି ସମସ୍ତଙ୍କୁ ନିରାଶ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟି ଟି -୨୦ ସିରିଜରେ ସେ ମାତ୍ର ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏହି ସିରିଜ୍ ପରେ ତାଙ୍କୁ ଇଂଲଣ୍ଡ ଟି -୨୦ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଏଠାରେ ମଧ୍ୟ ବିଶେଷ କିଛି ଦେଖାଇବାରେ ସଫଳ ହୋଇନଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚରେ ସେ ଟିମ୍ ଇଣ୍ଡିଆର ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହି ମ୍ୟାଚରେ ସେ ୨ ଓଭରରେ ୨୩ ରନ୍ ବ୍ୟୟ କରିଥିଲେ ସେ। ଏହି ବୋଲିଂ ପରେ ସେ ତୃତୀୟ ମ୍ୟାଚରେ ବାଦ ପଡିଥିଲେ। ପଟେଲଙ୍କ ଏହି ଖରାପ ଫର୍ମ ସତ୍ୱେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ତାଙ୍କୁ ଟିମ୍ ଇଣ୍ଡିଆ ଦଳରେ ସାମିଲ କରାଯାଇଛି।