IND vs PAK ମ୍ୟାଚରେ ଭୁବନେଶ୍ୱର କୁମାର ସୃଷ୍ଟି କଲେ ଏହି ନିଆରା ରେକର୍ଡ, T20 କ୍ରିକେଟ ଇତିହାସରେ ଏମିତି କେବେ ହୋଇନଥିଲା

  1. Home
  2. Cricket News

IND vs PAK ମ୍ୟାଚରେ ଭୁବନେଶ୍ୱର କୁମାର ସୃଷ୍ଟି କଲେ ଏହି ନିଆରା ରେକର୍ଡ, T20 କ୍ରିକେଟ ଇତିହାସରେ ଏମିତି କେବେ ହୋଇନଥିଲା

bhuvneswar kumar news record against pakistan


କ୍ରିକେଟ୍ ଖବର : ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୨ ବିଜୟ ସହିତ ଆରମ୍ଭ କରିଛି। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ, ଅନେକ ଖେଳାଳି ଭାରତ ପାଇଁ ସର୍ବୋତ୍ତମ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଭୁବନେଶ୍ୱର କୁମାରଙ୍କ ବୋଲିଂ ହେତୁ ଟିମ୍ ଇଣ୍ଡିଆ ଆରମ୍ଭରୁ ଏହି ମ୍ୟାଚରେ ଅଗ୍ରଣୀ ହାସଲ କରିଥିଲା।

bhuvneswar kumar vs pak

ଏହି ମ୍ୟାଚରେ ଭୁବିଙ୍କ ଚମତ୍କାର ପ୍ରଦର୍ଶନ ହେତୁ ସେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଭାରତ- ପାକିସ୍ତାନ ଟି-୨୦ ଇତିହାସରେ କେବେ ହୋଇ ନାହିଁ। ପାକିସ୍ତାନ ବିପକ୍ଷ ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚରେ ଭୁବନେଶ୍ୱର କୁମାର ୨୬ ରନ୍ ବ୍ୟୟ କରି ଚାରି ୱିକେଟ୍ ନେଇଥିଲେ।  ଯାହା ଟି-୨୦ରେ ଭାରତ ଏବଂ ପାକିସ୍ତାନ ଇତିହାସରେ ସର୍ବୋତ୍ତମ ବୋଲିଂ। ଉଭୟ ଦଳର ଇତିହାସରେ ଏହାଠାରୁ କୌଣସି ବୋଲରଙ୍କର ଭଲ ବୋଲିଂ କରି ନାହାନ୍ତି।

ଇନିଂସର ତୃତୀୟ ଓଭରରେ ଭୁବନେଶ୍ୱର କୁମାର ପ୍ରଥମେ ବାବର ଆଜାମଙ୍କୁ ଆଉଟ୍ କରିଥିଲେ।ପାୱାରପ୍ଲେରେ ପ୍ରଥମ ୱିକେଟ୍ ନେବା ପରେ ଭୁବନେଶ୍ୱର କୁମାର ଇନିଂସ ଶେଷରେ ଶାଦବ ଖାନ (୧୦ ରନ), ଆସିଫ ଅଲି (୦୯ ରନ) ଏବଂ ନାସିମ ଶାହା (୦ ରନ)ଙ୍କ ୱିକେଟ୍ ନେଇଥିଲେ।

bhuvneswar kumar vs pak

ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି -୨୦ ମ୍ୟାଚରେ ଶ୍ରେଷ୍ଠ ବୋଲିଂ ରେକର୍ଡକୁ ପାକିସ୍ତାନୀ ପେସର ଉମର ଗୁଲଙ୍କ ନାମରେ ଥିଲା ।  ୨୦୧୨ ରେ ଅହମ୍ମଦାବାଦ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ୩୭ ରନ୍ ପାଇଁ ଚାରିଟି ୱିକେଟ୍ ନେଇଥିଲେ ସେ।