ବିରାଟଙ୍କ ଖରାପ ଫର୍ମ ଉପରେ ହୃଦୟ ଜିଣିଲା ଭଳି କଥା କହିଲେ ବାବର ଆଜାମ, ପଢ଼ନ୍ତୁ କଣ କହିଲେ ସେ

  1. Home
  2. Cricket News

ବିରାଟଙ୍କ ଖରାପ ଫର୍ମ ଉପରେ ହୃଦୟ ଜିଣିଲା ଭଳି କଥା କହିଲେ ବାବର ଆଜାମ, ପଢ଼ନ୍ତୁ କଣ କହିଲେ ସେ

kohli_babar


କ୍ରିକେଟ୍ ଖବର : ବିରାଟ କୋହଲି ଯାହାକୁ କ୍ରିକେଟ ଜଗତର ରନ ମେସିନ କୁହାଯାଏ ସେ ଗତ କିଛି ବର୍ଷ ହେବ ତାଙ୍କ ଫର୍ମ ସହିତ ସଙ୍ଘର୍ଷ କରୁଥିବାର ନଜର ଆସିଛି। ଏଭଳି ପରିସ୍ଥିତିରେ ସେ କ୍ରମାଗତ ଭାବେ କ୍ରିକେଟ୍ ବିଶେଷଜ୍ଞ ଟାର୍ଗେଟରେ ଅଛନ୍ତି। ବିଶେଷକରି ଆଇପିଏଲ ପରେ ଟିମ୍ ଇଣ୍ଡିଆରେ କୋହଲିଙ୍କ ସ୍ଥାନ ନେଇ ପ୍ରଶ୍ନ ଉଠିଛି।

ind vs pak

ଇଂଲଣ୍ଡ ଗସ୍ତରେ ବର୍ତ୍ତମାନ ଭାରତୀୟ ଦଳର ଅଂଶ ହୋଇଥିବା କୋହଲି ସେଠାରେ ମଧ୍ୟ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। କୋହଲି ପ୍ରଥମ ଟେଷ୍ଟରେ, ପରେ ଟି -୨୦ ଏବଂ ବର୍ତ୍ତମାନ ୱାନଡେ ସିରିଜରେ କୌଣସି ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଗତକାଲି ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚରେ ଭାରତ ୧୦୦ ରନରେ ହାରିଥିଲା। ତେବେ କ୍ୟାରିୟରର କଠିନ ପର୍ଯ୍ୟାୟ ଦେଇ ବିରାଟ ଗତି କରୁଥିବା ବେଳେ, ବର୍ତ୍ତମାନ ପାକିସ୍ତାନୀ ଅଧିନାୟକ ବାବର ଆଜାମ , ବିରାଟଙ୍କୁ ସମର୍ଥନ କରିଛନ୍ତି। 

ବିରାଟଙ୍କ ବିଷୟରେ କଣ କହିଲେ ବାବର : 

ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପରେ ବାବର ଆଜାମ କୋହଲିଙ୍କୁ ସମର୍ଥନ କରି ଏକ ଟୁଇଟ୍ କରିଛନ୍ତି । ଟ୍ୱିଟରେ ସେ କୋହଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ବାବର କ୍ୟାପସନରେ ଲେଖିଛନ୍ତି, ଏହି ସମୟ ମଧ୍ୟ ଅତିକ୍ରମ କରିବ, ଧର୍ଯ୍ୟ ଧର । ଭାରତୀୟ ସମୟ ରାତି ୧୨.୨୯ ରେ ବାବର ଏହି ଟୁଇଟ୍ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଏହି ଟୁଇଟ୍ ଭାଇରାଲ୍ ହୋଇଥିଲା। ଅନ୍ୟପଟେ କ୍ରିକେଟ୍ ପ୍ରଶଂସକମାନେ ଏହି ଟ୍ୱିଟକୁ ବହୁତ ପସନ୍ଦ କରିଥିଲେ ଏବଂ କୋହଲିଙ୍କୁ ଉତ୍ସାହିତ କରିବା ପାଇଁ ବାବରଙ୍କୁ ତାରିଫ କରିଥିଲେ ।