ICC ପୁରୁଷ ଟି -20 ବିଶ୍ୱକପ 2022, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି -20 ପାଇଁ ବିସିସିଆଇ ଘୋଷଣା କଲା ଟିମ୍

  1. Home
  2. Cricket News

ICC ପୁରୁଷ ଟି -20 ବିଶ୍ୱକପ 2022, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି -20 ପାଇଁ ବିସିସିଆଇ ଘୋଷଣା କଲା ଟିମ୍

Team india


କ୍ରିକେଟ୍ ଖବର : ନିକଟରେ ଏସିଆ କପ୍ ଶେଷ ହୋଇଛି। ଆଉ ଏସିଆ କପରେ ଟିମ୍ ଇଣ୍ଡିଆର ଖେଳ ପ୍ରଦର୍ଶନ ବହୁତ ଖରାପ ରହିଛି। ରୋହିତବାହିନୀ ଏସିଆ କପ 2022ରେ ଆଶା ଅନୁଯାୟୀ ଖେଳ ପ୍ରଦର୍ଶନ କରିନାହିଁ। କିନ୍ତୁ ଅକ୍ଟୋବର ମାସରେ ହେବାକୁ ଥିବା ଟି-20 ବିଶ୍ୱକପ ପାଇଁ ଦଳ ଏକ ଭଲ ଶିକ୍ଷା ପାଇଛି ବୋଲି କ୍ରିକେଟ୍ ମହଲରେ ଆଲୋଚନା ହେଉଛି। 

asia cup 2022 team india

କାରଣ ଏସିଆ କପର ଭୁଲକୁ ଦେଖି ରୋହିତ ବାହିନୀ ନୂଆ ଗେମ୍ ପ୍ଲାନ୍ କରିବ। ଆଉ ନିହାତି ରୂପେ ଆଇସିସି ଟି-20 ବିଶ୍ୱକପ ଜିତିବ। ତେବେ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି -20 ସହିତ ଟି-20 ସିରିଜ୍ ଖେଳିବାକୁ ହେବ। ଯାହା ଟିମ୍ ଇଣ୍ଡିଆକୁ ଆହୁରି ମଜବୁତ କରିବ।

ତେବେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର ଏହା ଯେ, ରନ ମେସିନ୍ ବିରାଟ କୋହଲି ପ୍ରାୟ 1020 ଦିନ ପରେ ନିଜର ଫର୍ମକୁ ଫେରିଛନ୍ତି। ତେଣୁ ଅଧିନାୟକ ରୋହିତ , ବିରାଟଙ୍କୁ ନେଇ କିଛି ଭିନ୍ନ ଗେମ୍ ପ୍ଲାନ୍ କରି ପାରନ୍ତି। ଆବଶ୍ୟକ ପଡ଼ିଲେ ବିରାଟ ଟିମର ଓପେନିଂ ଭାର ବି ସମ୍ଭାଳିବେ। 

virat kohli vs pak

ତେବେ ଏହି ସବୁ ମଧ୍ୟରେ ବିସିସିଆଇ ଆଜି ଅର୍ଥାତ ସୋମବାର ସଂଧ୍ୟାରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି -20 ସିରିଜ୍ ପାଇଁ ଏବଂ ଆଇସିସି ପୁରୁଷ ଟି -20 ବିଶ୍ୱକପ 2022 ପାଇଁ ଦଳ ଘୋଷଣା କରିଛି। ତେବେ ଚାଲନ୍ତୁ ଜାଣିବା କେଉଁ ଖେଳାଳି କେଉଁ ସିରିଜ୍ ପାଇଁ ଚୟନ ହୋଇଛନ୍ତି। 

ଆଇସିସି ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ: 

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଅକ୍ସର୍ ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ।

ଷ୍ଟାଣ୍ଡବାଇ ଖେଳାଳି - ମହମ୍ମଦ ଶାମି, ଶ୍ରେୟସ୍ ଆୟର, ରବି ବିଷ୍ଣୁ, ଦୀପକ ଚହର।

ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜ୍ ପାଇଁ ଟିମ ଇଣ୍ଡିଆ :

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର। ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଆକ୍ସର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମ୍ରା। 

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -20 ସିରିଜ୍ ପାଇଁ ଟିମ ଇଣ୍ଡିଆ: 

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଆକ୍ସାର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମ୍ରା।