Asia Cup: ଭାରତ-ପାକିସ୍ତାନ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, କଣ ପାଇଁ ହେଲେ ପନ୍ତ ବାହାର?

  1. Home
  2. Cricket News

Asia Cup: ଭାରତ-ପାକିସ୍ତାନ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, କଣ ପାଇଁ ହେଲେ ପନ୍ତ ବାହାର?

ind pak live


ଏସିଆ କପ୍ ର ଦ୍ଵିତୀୟ ମ୍ୟାଚ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ -ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଭାରତ ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଭାରତ ତିନି ବିଶେଷଜ୍ଞ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଉଛି।

india-vs-pakistan-match-in-asia-cup-2022-ind-vs-pak

ତେବେ ଋଷଭ ପନ୍ତ କୁ କଣ ପାଇଁ ବାହାର କରାଗଲା ତାହା ସ୍ପଷ୍ଠ ହୋଇନାହିଁ । ତେବେ ସବୁଠି ସେଇ ଗୋଟିଏ ଚର୍ଚ୍ଚା, ଭାରତ ଜିତିବ ନା ପାକିସ୍ତାନ? ପ୍ରଥମ ମ୍ୟାଚରେ ଆଫ୍ ଗାନିସ୍ତାନ ଦମ୍ ଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ୮ ୱିକେଟ୍ ରେ ବିଜୟୀ ହୋଇଛି ଆଫ୍ ଗାନିସ୍ତାନ ।

ଭାରତୀୟ ଦଳ:

ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର,  ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

ପାକିସ୍ତାନ ଦଳ:

ମହମ୍ମଦ ରିଜଓ୍ଵାନ(ଵିକେଟ୍ କିପର), ବାବର ଆଜମ(ଅଧିନାୟକ), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ,  ଶାଦାବ ଖାନ,  ମହମ୍ମଦ ନଓ୍ଵାଜ, ନସୀମ ଶାହ, ହାରିସ ରଉଫ, ଶାହାନଓ୍ଵାଜ ଦହାନୀ।