Asia Cup 2022 : ଦୀପକ ଚହର ହେଲେ ଦଳରୁ ଆଉଟ୍, ରାଜସ୍ଥାନ ର ଏହି ଖେଳାଳି ନେଲେ ତାଙ୍କ ସ୍ଥାନ, BCCI ଦେଲା ସୂଚନା

  1. Home
  2. Cricket News

Asia Cup 2022 : ଦୀପକ ଚହର ହେଲେ ଦଳରୁ ଆଉଟ୍, ରାଜସ୍ଥାନ ର ଏହି ଖେଳାଳି ନେଲେ ତାଙ୍କ ସ୍ଥାନ, BCCI ଦେଲା ସୂଚନା

deepak chahar out kuldeep sen in


କ୍ରିକେଟ୍ ଖବର : ୟୁଏଇରେ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ ୨୦୨୨ ପ୍ରଥମରୁ ଇଣ୍ଡିଆ ଟିମକୁ ବଡ ଝଟକା ଲାଗିଛି । ଦ୍ରୁତ ବୋଲର ଦୀପକ ଚାହର ଆଘାତ ଥିବା ହେତୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତାଙ୍କୁ ଦଳରେ ଷ୍ଟାଂଣ୍ଡ ବାଇ ଖେଳାଳି ଭାବରେ ସାମିଲ କରାଯାଇଥିଲା କିନ୍ତୁ ବିସିସିଆଇ ଏହି ବାବଦରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ଦେଇନାହିଁ।

deepak chahar vs zim

ଚାହରଙ୍କ ସ୍ଥାନରେ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରାଯିବ ବୋଲି ସୂଚନା ରହିଛି। ଆଉ ସେ ଖେଳାଳି ହେଲେ କୁଳଦୀପ ସେନ । ଯିଏକି ବର୍ତ୍ତମାନ ଟିମ ଇଣ୍ଡିଆ ସହ ୟୁଏଇରେ ଅଛନ୍ତି । ସେନ ଆଇପିଏଲରେ ରାଜସ୍ଥାନ ରୟାଲର୍ସ ଟିମ ପାଇଁ ଖେଳିଥିଲେ ଏବଂ ଘରୋଇ କ୍ରିକେଟ ମ୍ୟାଚ ମଧ୍ୟପ୍ରଦେଶରେ ମଧ୍ୟ ଭାଗ ନେଇଥିଲେ ।

kuldeep sen in place for chahar

କୁଳଦୀପଙ୍କ ପ୍ରଶିକ୍ଷକ ଏରିଲ ଆନ୍ଥେ୍ଥାନି ଦୈନିକ ଭାସ୍କରରେ ଏକ ବାର୍ତଳାପରେ କହିଛନ୍ତି ଚାହର ଆଘାତ କାରଣରୁ ଟୁର୍ଣ୍ଣାମେଂଟରେ ବାହାରିଛନ୍ତି ଏବଂ ତାଙ୍କ ଜାଗାରେ କୁଳଦୀପଙ୍କୁ ଟିମରେ ସାମିଲ କରାଯାଇଛି।କୁଳଦୀପଙ୍କ ଭାଇ ଜଗଦିପ ସେନ କହିଛନ୍ତି ବିସିସିଆଇର ମୁଖ୍ୟ ଚେତନ ଶର୍ମା ୨୨ ଅଗଷ୍ଟରେ ଫୋନ କରି କୁଳଦୀପ ସିଲେକ୍ସନ ହୋଇଛନ୍ତି ବୋଲି କହିଥିଲେ।

ସୂଚନା ଯେ, କୁଳଦୀପଙ୍କୁ ୨୦୨୨ ଆଇପିଏଲ ପାଇଁ ରାଜସ୍ଥାନ ରୟାଲର୍ସ ମେଗା ଆକ୍ସନରେ ୨୦ଲକ୍ଷ ଟଙ୍କାରେ କିଣାଥିଲା । ସେ ଘଣ୍ଟା ପ୍ରତି ୧୪୫ ରୁ ଅଧିକ ବେଗରେ ଦ୍ରୁତ ବୋଲିଙ୍ଗ କରନ୍ତି ।