ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷରେ ବାହାର ହେବା ମାତ୍ରେ ଏହି ଯୁବ ଖେଳାଳିଙ୍କ ଖୋଲିଲା ଭାଗ୍ୟ, ଟିମ ରେ ମିଳିବ ସୁଯୋଗ

  1. Home
  2. Cricket News

ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷରେ ବାହାର ହେବା ମାତ୍ରେ ଏହି ଯୁବ ଖେଳାଳିଙ୍କ ଖୋଲିଲା ଭାଗ୍ୟ, ଟିମ ରେ ମିଳିବ ସୁଯୋଗ

Team India


କ୍ରିକେଟ୍ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ODI ସିରିଜ୍। ଏହି ସିରିଜ ପାଇଁ ଭାରତୀୟ ଦଳ ପୂର୍ବରୁ ମନୋନୀତ ହୋଇସାରିଛି। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଦଳରେ ସାମିଲ ହୋଇଥିଲେ। କିନ୍ତୁ, ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ଆସିଛି। 

ସିରିଜ୍ ଆରମ୍ଭ ପୂର୍ବରୁ ବୁମରା ଦଳରୁ ଓହରି ଯାଇଛନ୍ତି। ପୁଣି ଦଳରୁ ସେ ବାହାରିବା ତାଙ୍କ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର ଅଟେ। କିନ୍ତୁ ଚୂଡାନ୍ତ ଏକାଦଶରେ ବୁମରାଙ୍କ ବଦଳରେ ଏହି ଯୁବ ଖେଳାଳିଙ୍କ ଭାଗ୍ୟ ବଦଳିବ। ତେବେ ଚାଲନ୍ତୁ ଜାଣିବା ଏହି ଯୁବ ଖେଳାଳିଙ୍କ ବିଷୟରେ...

ବୁମରାଙ୍କ ସ୍ଥାନ ନେବେ ଏହି ଯୁବ ଖେଳାଳି :

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବୁମରା ବାହାରିବାର ଖବର ବିସିସିଆଇ ଗତକାଲି ସୂଚନା ଦେଇଥିଲେ। ତେବେ ବୁମରା ନ ଖେଳିବା ହେତୁ ଯୁବ ବାମହାତୀ ଦ୍ରୁତ ବୋଲର୍ ଉମ୍ରାନ ମଲିକଙ୍କୁ ଦଳରେ ସୁଯୋଗ ମିଳିବ। 

Umran and bumrah

ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ସେ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଘଣ୍ଟାପ୍ରତି 155 କିଲୋମିଟର ବେଗରେ ବୋଲିଂ କରି ଭାରତୀୟ ବୋଲର ଭାବରେ ଇତିହାସର ଦ୍ରୁତତମ ବୋଲର୍ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: IND vs SL ପ୍ରଥମ ODI: ଏହି କାରଣରୁ ଆକାଶ ଚୋପ୍ରା ପ୍ରଥମ ODI ଏକାଦଶରୁ ଏହି ଦୁଇ ଘାତକ ଖେଳାଳିଙ୍କୁ କଲେ ବାହାର୍