"କୁଛ ତୋ ବାତ୍ ହେଁ ନମ୍ବର୍ ୧୮ ଜର୍ସି ମେ" ୧୮ ନମ୍ବର୍ ଜର୍ସି ପିନ୍ଧିଥିବା ଭାରତୀୟ ମହିଳା ଖେଳାଳିଙ୍କ ଚାରିଆଡେ ପ୍ରଶଂସା

  1. Home
  2. Cricket News

"କୁଛ ତୋ ବାତ୍ ହେଁ ନମ୍ବର୍ ୧୮ ଜର୍ସି ମେ" ୧୮ ନମ୍ବର୍ ଜର୍ସି ପିନ୍ଧିଥିବା ଭାରତୀୟ ମହିଳା ଖେଳାଳିଙ୍କ ଚାରିଆଡେ ପ୍ରଶଂସା

number 18 jersey


କ୍ରିକେଟ୍ ଖବର : କମନୱେଲଥ ଗେମ୍ସ ୨୦୨୨ ରେ କ୍ରିକେଟ୍ ଇଭେଣ୍ଟର ପଞ୍ଚମ ମ୍ୟାଚ୍ ଜୁଲାଇ ୩୧ ରେ ବର୍ମିଂହାମରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ପାକିସ୍ତାନ ମହିଳା ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ ମହିଳା ଦଳର ଅଧିନାୟକ ବିସ୍ମା ମାରୋଫ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପାକିସ୍ତାନ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୯୯ ରନ୍ ସଂଗ୍ରହ କରିଥିଲା। ଆଉ ନିଜର ସମସ୍ତ ୱିକେଟ୍ ହରାଇଥିଲା ଦଳ। ଜିତିବା ପାଇଁ ଭାରତୀୟ ମହିଳା ଦଳକୁ ୧୦୦ ରନ୍ ଲକ୍ଷ୍ୟ ଦେଇଥିଲା ପାକିସ୍ତାନ ମହିଳା କ୍ରିକେଟ୍ ଦଳ।

smriti mandhana

ତେବେ ଏହି ମ୍ୟାଚକୁ ଭାରତୀୟ ମହିଳା କ୍ରିକେଟ୍ ଦଳ ୧୧.୪ ଓଭରରେ ୧୦୨ ରନ୍ ସଂଗ୍ରହ କରି ୮ ୱିକେଟର ଏକ ଚମତ୍କାର ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଚମତ୍କାର ବ୍ୟାଟିଂ କରିଥିଲେ ସ୍ମିତୀ ମାନ୍ଦନା। ସେ ଏକ ଦମଦାର୍ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ସ୍ମିତୀଙ୍କୁ ପ୍ରଶଂସା କରୁଛନ୍ତି ଏବଂ ନିଜ ନିଜର ମତାମତ ଦେଉଛନ୍ତି।

ସ୍ମିତୀ ମାନ୍ଦନା ଏହି ମ୍ୟାଚରେ ୪୨ ଟି ବଲ ଖେଳି ୬୩ ରନର ଏକ ଅପରାଜିତ ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ଆଠଟି ଚୌକା ଓ ତିନିଟି ଛକା ମାରିଥିଲେ। ପାକିସ୍ତାନ ସହିତ ମ୍ୟାଚ ଜିତାଇବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ସ୍ମିତୀଙ୍କୁ ବହୁତ ପ୍ରଶଂସା କରୁଛନ୍ତି।