Legends Cricket League 2022: ଇରଫାନ ପଠାନ ହେଲେ ଏହି ଟିମର ଅଧୀନାୟକ, ସେହୱାଗଙ୍କୁ ମିଳିଲା ବଡ଼ ଦାୟିତ୍ୱ

  1. Home
  2. Cricket News

Legends Cricket League 2022: ଇରଫାନ ପଠାନ ହେଲେ ଏହି ଟିମର ଅଧୀନାୟକ, ସେହୱାଗଙ୍କୁ ମିଳିଲା ବଡ଼ ଦାୟିତ୍ୱ

legends cricket league 2022


କ୍ରିକେଟ୍ ଖବର : ଲିଜେଣ୍ଡସ୍ କ୍ରିକେଟ୍ ଲିଗ ବହୁତ ଜଲଦି ଆରମ୍ଭ ହେବାକୁ ଯାଉଛି । ୧୬ ସେପ୍ଟେମ୍ବରରେ ଲିଜେଣ୍ଡସ୍ କ୍ରିକେଟ ଲିଗରେ କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖିବାକୁ ମିଳିବ। ଏଥିରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ, ହରଭଜନ ସିଂ,ଏବଂ ଇରଫାନ ପଠାନଙ୍କୁ ବହୁତ ବଡ ଦାୟିତ୍ୱ ଦିଆଯାଇଛି। 

ଅଲରାଉଣ୍ଡର ଇରଫାନ ପଠାନ ଭିଲବାଡା କିଙ୍ଗସ ଦଳର ଅଧିନାୟକ ହୋଇଛନ୍ତି। ସେହିପରି ମଣିପାଲ ଗ୍ରୁପରେ କ୍ୟାପଟେନ ଭାବରେ ନିଯୁକ୍ତି ପାଇଛନ୍ତି ହରଭଜନ ସିଂ। ଏଲଏଲସି ଲିଜେଡ୍ରସ ଲିଗ କ୍ରିକେଟ ରେ ଅନ୍ୟ ଫ୍ରାଂଚାଇଜ ର କ୍ୟାପଟେନ ଘୋଷଣା କରାଯାଇଛି। ଗୁଜୁରାଟ ଜିଆଣ୍ଟସ୍ ଦଳର ଅଧିନାୟକ ହୋଇଛନ୍ତି ବିରେନ୍ଦ୍ର ସେହୱାଗ। ଆଉ ଗୌତମ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ ଦଳର ଅଧିନାୟକ ହୋଇଛନ୍ତି। 

legends league

ଏହି ବର୍ଷ ଏହି ଲିଗ କ୍ରିକେଟ ୧୬ଟି ମ୍ୟାଚ ହେବ। ଲିଜେଣ୍ଡସ୍ ଲିଗ କ୍ରିକେଟ ଭାରତରେ ପ୍ରଥମ ଥର ପାଇଁ ଖେଳାଯିବ। ଏହା ଛଅ ସହରରେ ଅନୁଷ୍ଠିତ କରାଯିବ । ୧୬ ସେପ୍ଟେମ୍ବରକୁ କୋଲକତାରେ ଇଡେନ ଗାର୍ଡନରେ ଆରମ୍ଭ ହେବ। ଏହାପରେ ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ, ଜୋଧପୁର ଏହି ଲିଗରେ ମ୍ୟାଚ୍ ହେବ। ପ୍ଲେ ଅଫ ଏବଂ ଫାଇନାଲ ମୁକାବିଲା ପାଇଁ ଏଯାଏ କୌଣସି ଷ୍ଟାଡିୟମ ସ୍ଥିର ହୋଇନାହିଁ । ଏଲଏଲସ ଲିଗର ଟିମର ନାମ ଗୁଜୁରାଟ ଟାଇଟନ୍ସ, ଇଣ୍ଡିଆ କ୍ୟାପିଟଲ୍ସ, ମଣିପାଲ ଟାଇଗର୍ସ, ଭିଲବାଡା କିଙ୍ଗସ।