ଦେଖନ୍ତୁ ଭିଡ଼ିଓ: PAK ବିପକ୍ଷରେ ଜିତୁଥିବା ମ୍ୟାଚ ରେ ପରାଜୟ ପରେ ଆଫଗାନ ଖେଳାଳି ହେଲେ ଭାବୁକ, କାନ୍ଦୁଥିବା ଦୃଶ୍ୟ ହେଲା ଭାଇରଲ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: PAK ବିପକ୍ଷରେ ଜିତୁଥିବା ମ୍ୟାଚ ରେ ପରାଜୟ ପରେ ଆଫଗାନ ଖେଳାଳି ହେଲେ ଭାବୁକ, କାନ୍ଦୁଥିବା ଦୃଶ୍ୟ ହେଲା ଭାଇରଲ

pak vs afganistan imotional moment


କ୍ରିକେଟ୍ ଖବର : ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ଇତିହାସର ସବୁଠୁ ରୋମାଂଚକର ମ୍ୟାଚ ଖେଳାଯାଇଛି। ନିଃଶ୍ୱାସ ଅଟକାଇବା ଭଳି ଏହି ମୁକାବିଲାରେ ପାକିସ୍ତାନ ଟିମ ଆଫଗାନିସ୍ତାନ ଦଳକୁ ୧ ୱିକେଟରେ ହରାଇ ଦେଇଥିଲା। ଆଫଗାନିସ୍ତାର ଖେଳାଳି ମାନେ, ଖେଳ ସରିବା ପରେ ଇବ୍ରାହିମ ଜଦରାଜ ଏବଂ ରହମାନୁଲ୍ଲାହ ଗୁରବାଜ ନିଜର ଇମୋସନକୁ କଂଟ୍ରୋଲ କରିପାରିନଥିଲେ ।

ଇବ୍ରାହିମ ଜଦରାଜଙ୍କ ଆଖିରୁ ଲୁହ ବାହାରିପଡୁଥିଲା। ସେଠିଥିବା ଗୁରବାଜ ମଧ୍ୟ ତାଙ୍କ ଆଖିରେ ଲୁହ ଦେଖିପାରିଥିଲେ । ଆଫଗାନ ଟିମର ଅନ୍ୟ ଖେଳାଳିମାନେ ହାରିବା ପରେ ସ୍ତବ୍ଧ ହୋଇଯାଇଥିଲେ।
ଆଫଗାନି ଟିମ ଏ ମ୍ୟାଚରେ ହାରିବା ପରେ ଫ୍ୟାନ୍ସ ସହିତ ବଡବଡ କ୍ରିକେଟ ବିଶେଷଜ୍ଞ ଏହି ଦଳକୁ ସଲାମ କରୁଛନ୍ତି।

afgani players crying

ଆଫଗାନିସ୍ତାନ କ୍ରିକେଟ ଟିମ ମଇଦାନରେ ନିଜର ଶକ୍ତି ସ୍ୱତନ୍ତ୍ର ଭାବେ ଦେଖାଇଛନ୍ତି। ଆଫଗାନିସ୍ତାନ ଯଦି ଏହି ମୁକାବିଲା ଜିତିଥାନ୍ତା ତାହେଲେ ଏସିଆ କପରେ ଟିମ ଇଣ୍ଡିଆର ଭରଷା ଉଜିତ ହୋଇ ରହିଥାନ୍ତା। କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନ ଆଉ ଟିମ୍ ଇଣ୍ଡିଆ ଘର ବାହୁଡା ହୋଇଛନ୍ତି।  

ଦେଖନ୍ତୁ ଭିଡ଼ିଓ:

ଆଫଗାନିସ୍ତାନ ଦଳ ପଡିଆରେ ବହୁତ ଭଲ ପ୍ରଦର୍ଶନ କରିଥିଲେ , ମାତ୍ର ୧ ୱିକେଟ ପାଇଁ ସେ ମ୍ୟାଚ ହାରିଯାଇଥିଲେ । ଆପଗାନିସ୍ତାନ ଟିମ ପାକିସ୍ତାନ କୁ ୯ ୱିକେଟ ହରାଇ ଦେଇଥିଲା କିନ୍ତୁ ଶେଷ ଓଭରରେ ୨ ବଲରେ ନସୀମ ଶାହ ଲାଗାତାର ୨ ଛକା ମାରି ମ୍ୟାଚ୍ ଜିତିଯାଇଥିଲେ । ଏବେ ଫାଇନାଲରେ  ଶ୍ରୀଲଙ୍କା ଓ ପାକିସ୍ତାନ ନିଜର ସ୍ଥାନ ପକ୍କା କରିସାରିଲେଣି ଖେଳିବା ପାଇଁ ଯାହାର ଫାଇନାଲ ମୁକାବିଲା ୧୧ ସେପ୍ଟେମ୍ବରରେ ଖେଳାଯିବ।