IND vs NZ: ଦୁଇଟି ଅବାଞ୍ଛିତ ରେକର୍ଡ ସୃଷ୍ଟି କଲେ ଅଧିନାୟକ ବିରାଟ , ଅମ୍ପାୟାର କଲେ ଭୁଲ , କୋହଲି ପାଇଲେ ଦଣ୍ଡ

  1. Home
  2. Cricket News

IND vs NZ: ଦୁଇଟି ଅବାଞ୍ଛିତ ରେକର୍ଡ ସୃଷ୍ଟି କଲେ ଅଧିନାୟକ ବିରାଟ , ଅମ୍ପାୟାର କଲେ ଭୁଲ , କୋହଲି ପାଇଲେ ଦଣ୍ଡ

କ୍ରିକେଟ୍ ଖବର : ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍ କାଲିଠାରୁ ମୁମ୍ବାଇର ଐତିହାସିକ ୱାନଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ୩ଟି ଟି-୨୦ ମ୍ୟାଚ୍ ଏବଂ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଗତକାଲି ତାଙ୍କ ପାଇଁ ଅତ୍ୟନ୍ତ …


IND vs NZ: ଦୁଇଟି ଅବାଞ୍ଛିତ ରେକର୍ଡ ସୃଷ୍ଟି କଲେ ଅଧିନାୟକ ବିରାଟ , ଅମ୍ପାୟାର କଲେ ଭୁଲ , କୋହଲି ପାଇଲେ ଦଣ୍ଡ

କ୍ରିକେଟ୍ ଖବର : ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍ କାଲିଠାରୁ ମୁମ୍ବାଇର ଐତିହାସିକ ୱାନଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ୩ଟି ଟି-୨୦ ମ୍ୟାଚ୍ ଏବଂ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଗତକାଲି ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଦିନ ଥିଲା। ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ହେତୁ ବିରାଟ ଶୁନ ରନ୍ କରି ପ୍ୟାଭିଲିୟନ ଫେରିଥିଲେ।

IND vs NZ: ଦୁଇଟି ଅବାଞ୍ଛିତ ରେକର୍ଡ ସୃଷ୍ଟି କଲେ ଅଧିନାୟକ ବିରାଟ , ଅମ୍ପାୟାର କଲେ ଭୁଲ , କୋହଲି ପାଇଲେ ଦଣ୍ଡ

ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବର୍ଷା ହେତୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଟସ୍ ଜିତିବା ପରେ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ଉଭୟ ଓପନର୍ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଏବଂ ଶୁଭମାନ ଗିଲ ଭଲ ଖେଳିଥିଲେ । ଗିଲ ଆଉଟ୍ ହେବା ପରେ ଖରାପ ଫର୍ମରେ ଥିବା ଚେତେଶ୍ୱର ପୂଜାରା ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ଏହା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପିଚକୁ ଆସିଥିଲେ।

ସମସ୍ତେ ଆଶା କରିଥିଲେ ଯେ ସେ ଏକ ବଡ ଇନିଂସ ଖେଳିବେ କିନ୍ତୁ ୩ ଟି ବଲ ଖେଳି ୪ ନମ୍ବର ବଲରେ ଆଉଟ୍ ହୋଇଗଲେ କୋହଲି। ସେ lbw ହୋଇଗଲେ। ବର୍ତ୍ତମାନ ତାଙ୍କ LBW କୁ ନେଇ ବିବାଦ ଦେଖାଦେଇଛି। କାରଣ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସେ ଆଉଟ୍ ହୋଇ ପାଭିଲିୟନ ଫେରିଗଲେ। ବାସ୍ତବରେ ସେ ଆଉଟ୍ ହୋଇନଥିଲେ। ତେବେ ସେ ଏହି ମ୍ୟାଚରେ ସୁନ ରନରେ ଆଉଟ୍ ହୋଇଗଲେ ସିନା , ମାତ୍ର ଏକ ରେକର୍ଡ ସୃଷ୍ଟି କରି ପାଭିଲିୟନ ଫେରିଗଲେ।

IND vs NZ: ଦୁଇଟି ଅବାଞ୍ଛିତ ରେକର୍ଡ ସୃଷ୍ଟି କଲେ ଅଧିନାୟକ ବିରାଟ , ଅମ୍ପାୟାର କଲେ ଭୁଲ , କୋହଲି ପାଇଲେ ଦଣ୍ଡ

ଟେଷ୍ଟରେ ସର୍ବାଧିକ ସଂଖ୍ୟକ ଶୁନ୍ ରନ୍ ସହ ଅଧିନାୟକ ତାଲିକାରେ କୋହଲି ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂ ଏକ ନମ୍ବରରେ ଅଛନ୍ତି। କୋହଲିଙ୍କ ସହ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରାମ୍ ସ୍ମିଥ୍ ଅଛନ୍ତି। ଏହି ଦୁଇଜଣଙ୍କ ସହ ଇଂଲଣ୍ଡର ମାଇକେଲ ଆଥର୍ଟନ୍, ଦକ୍ଷିଣ ଆଫ୍ରିକାର ହାନସୀ କ୍ରୋଞ୍ଜେ ଏବଂ ଭାରତର ମହେନ୍ଦ୍ର ସିଂ ଧୋନି ମଧ୍ୟ ଏହି ତାଲିକାରେ ରହିଛନ୍ତି। ଅନ୍ୟପକ୍ଷରେ, କୋହଲି ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶୂନ ରନରେ ୧୪ ଥର ପ୍ୟାଭିଲିୟନକୁ ଫେରିଛନ୍ତି।