ଦେଖନ୍ତୁ ଭିଡ଼ିଓ: ନେଟ୍ ପ୍ରାକ୍ଟିସ୍ ସମୟରେ ଅଶ୍ଳୀଳ ଭଙ୍ଗୀରେ ନାଚିଲେ ବିରାଟ! ଭିଡ଼ିଓ ଭାଇରାଲ….

 
Virat

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୪ ରେ ବହୁତ ଖରାପ ଆରମ୍ଭ କରିଛି। ଖେଳାଯାଇଥିବା ମୋଟ ୫ଟି ମ୍ୟାଚରେ ଆରସିବିକୁ ୪ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ପଞ୍ଜାବ ବିପକ୍ଷରେ ଗୋଟିଏ ମ୍ୟାଚରେ ଜିତିଛି ଆରସିବି। ୧୧ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆରସିବି ଷଷ୍ଠ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ ଆରସିବିର ସମସ୍ତ ଖେଳାଳି ୱାନକେଡେ ଷ୍ଟାଡିୟମରେ କଠିନ ଅଭ୍ୟାସ କରୁଛନ୍ତି।

Virat

ଏହି ସମୟରେ ବିରାଟ କୋହଲିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଅଭ୍ୟାସ ସମୟରେ କ୍ୟାମେରା ଆଗରେ ଅଶ୍ଳୀଳ ଭଙ୍ଗୀରେ ନାଚୁଥିବା ଦେଖିବାକୁ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବରିଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଏହି ଦଳ ପାଇଁ ଖେଳିବାବେଳେ ସେ ଆଇପିଏଲରେ ଅନେକ ବଡ଼ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏହି ଅବଧି ମଧ୍ୟରେ, ତାଙ୍କ ପଡ଼ିଆରେ ଅନେକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି।

ସେ ପଡ଼ିଆରେ ପ୍ରତିଟି କ୍ଷଣକୁ ଉପଭାଗ କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ମଜାଳିଆ ଶୈଳୀକୁ ପସନ୍ଦ କରିଥାନ୍ତି। ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କ ଏଭଳି ହିଁ ଏକ ମଜାଳିଆ ଭାଙ୍ଗି ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ବିରାଟ ବ୍ୟାଟକୁ ବନ୍ଧୁକ ଭଳି ଧରି କରି ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଉଥିବାର ଅଭିନୟ କରୁଥିବା ଦେଖିବାକୁ ମିଳିଛି।