ଦେଖନ୍ତୁ ଭିଡ଼ିଓ: ଲାଇଭ ମ୍ୟାଚ ରେ ଜାଡେଜାଙ୍କ ଉପରେ ରାଗିଲେ ରୋହିତ, କହିଲେ "ଟେଷ୍ଟ  କୁ ଟି-20 ବୋଲି ଭାବ ଏବଂ...

 
Jadeja

କ୍ରିକେଟ୍ ମ୍ୟାଚ୍ ସମୟରେ ରୋହିତ ଶର୍ମା ପ୍ରାୟତଃ ଏପରି କିଛି କରିଥାନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବେଳେବେଳେ ମଜାଳିଆ ଏବଂ ବେଳେବେଳେ ତାଙ୍କର କ୍ରୋଧିତ ଭିଡିଓ ଭାଇରାଲ ହୁଏ। ଏଭଳି ଏକ ଭିଡିଓ ପୁଣି ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏହି ଭିଡିଓ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନର ଅଟେ ଯେତେବେଳେ ରବିନ୍ଦ୍ର ଜାଡେଜା ବୋଲିଂ କରୁଥିଲେ ଘଟିଥିଲା।

Rohit

ସୋସିଆଲ ମିଡିଆରେ ରୋହିତ-ଜାଡେଜାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ବାସ୍ତବରେ ଇଂଲଣ୍ଡର ଇନିଂସ ସମୟରେ ଭାରତୀୟ ଅଲରାଉଣ୍ଡର ଜାଡେଜା ଦୁଇଟି ନୋ-ବଲ ବୋଲିଂ କରିଥିଲେ।  ଇନିଂସର ୩୧ ତମ ଓଭରରେ ଏହା ଘଟିଥିଲା। ଏହି ବାମହାତୀ ସ୍ପିନରଙ୍କର ଦ୍ୱିତୀୟ ନୋ-ବଲ୍ ପରେ ସ୍ଲିପ୍‌ରେ ଠିଆ ହୋଇଥିବା ଭାରତୀୟ ଅଧିନାୟକ କିଛି ମଜାଳିଆ ଟିପ୍ପଣୀ ଦେଇଥିଲେ।

 

ବେନ ଡକେଟଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୩୧୯ ରନ ସ୍କୋର କରି ପାରିଥିଲା। କିନ୍ତୁ, ଯଶସ୍ବୀ ଜୟସ୍ୱାଲଙ୍କ ଚମତ୍କାର ଦ୍ବିଶତକ ବଳରେ ଭାରତ ଦ୍ଵିତୀୟ ଇନିଂସରେ ୪୩୦ ରନ କରିପାରିଥିଲା। ୫୫୬ ରନର ବିଶାଳ ଲକ୍ଷକୁ ପିଛା କରୁଥିବା ଇଂଲଣ୍ଡ ଦଳ ମାତ୍ର ୧୨୨ ରନରେ ଅଲଆଉଟ ହୋଇ ଯାଇଥିଲା। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୫ ୱିକେଟ ନେଇଥିଲେ।