ପାଣ୍ଡ୍ୟାଙ୍କ ବଢ଼ିଲା ଗର୍ବ ଅହଂକାର, ରୋହିତଙ୍କୁ ଟାର୍ଗେଟ କରି କହିଲେ "ମୁଁ କାହା ବିଷୟରେ ଚିନ୍ତା କରେ ନାହିଁ, ଏବଂ..."

 

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳର ନେତୃତ୍ୱରେ ପରିବର୍ତ୍ତନ ଆଣିଛି। ପାଞ୍ଚ ଥର ମୁମ୍ବାଇ ଦଳକୁ ଆଇପିଏଲ୍ ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ଠାରୁ ଅଧିନାୟକ ପଦ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି। ତେବେ, ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇକୁ ସମାଲୋଚନା କରୁଛନ୍ତି। ଏଥିସହିତ ପ୍ରଶଂସକମାନେ କ୍ରମାଗତ ଭାବରେ ଏହି ଷ୍ଟାର ଅଲରାଉଣ୍ଡରକୁ ଟାର୍ଗେଟ କରୁଛନ୍ତି। 

କେବଳ ସେତିକି ନୁହେଁ ବରଂ ଅଧିନାୟକତ୍ୱ ନିଷ୍ପତ୍ତି ପରେ ହାର୍ଦ୍ଦିକ ଏବଂ ରୋହିତଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ ହାର୍ଦ୍ଦିକ ଅଧିନାୟକ ହେବା ପରେ ପ୍ରଥମ ଥର ପାଇଁ ଏକ ବିବୃତ୍ତି ଦେଇଛନ୍ତି, ଯାହା ବହୁତ ଭାଇରାଲ ହେଉଛି। ବାସ୍ତବରେ, ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ୟୁଟ୍ୟୁବ ଚ୍ୟାନେଲ ସହିତ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ହାର୍ଦ୍ଦିକଙ୍କୁ ତାଙ୍କର ସୁପର କାର ସହିତ ଥିବା ଏକ ଚିତ୍ର ବିଷୟରେ ପଚରାଯାଇଥିଲା ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହା ତାଙ୍କ କର ନୁହେଁ। ସେହି କାରକୁ ସେ ଟେଷ୍ଟ ଡ୍ରାଇଭ୍ କରୁଥିଲେ। 

ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, “ମୁଁ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ଦେଉ ନାହିଁ, ମୁଁ ଏହା କେବେ କରି ନାହିଁ, ଏହା ମୋ ଉପରେ କୌଣସି ଫରକ ପକାଏ ନାହିଁ”। ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଚାଲିଥିବା ଟ୍ରୋଲିଂ ସହ ହାର୍ଦ୍ଦିକଙ୍କ ଏହି ବିବୃତ୍ତି ସିଧାସଳଖ ଜଡିତ ରହିଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, 'ପ୍ରଶଂସକମାନେ ମୋ ବିଷୟରେ କିଛି ଜାଣନ୍ତି ନାହିଁ। ମୁଁ ଜଣେ ଘର ଲୋକ ମୁଁ ପ୍ରାୟ ତିନି-ଚାରି ମାସ ଧରି ଦଳଠାରୁ ଦୂରରେ ଅଛି। ଏହି ଅବଧି ମଧ୍ୟରେ ମୁଁ କ୍ୱଚିତ୍ ଘରୁ ବାହାରି ଥାଏ। ଯେତେବେଳେ ଆବଶ୍ୟକ ହୁଏ କିମ୍ବା ଏପରି ପରିସ୍ଥିତିରେ ମୁଁ ଘରୁ ବାହାରକୁ ଯାଏ ଯେଉଁଠାରେ ଏହାକୁ ଏଡାଇବା ସମ୍ଭବ ହୁଏନାହିଁ।

ଯଦି ମୋ ସାଙ୍ଗମାନଙ୍କ ସହିତ କିଛି ଘଟେ ମୁଁ ବାହାରକୁ ଯିବି। ମୁଁ ଘରେ ରହିବାକୁ ପସନ୍ଦ କରେ। ଏଥର ମୁଁ ୫୦ ଦିନ ପାଇଁ ଘରୁ ବାହାରି ନଥିଲି। ଏପରିକି ତାଙ୍କ ଘରକୁ ଯାଉଥିବା ଲିପ୍ଟକୁ ମଧ୍ୟ ସେ ଦେଖି ନାହାଁନ୍ତି ବୋଲି ହାର୍ଦିକ କହିଛନ୍ତି। ତାଙ୍କ ଘରେ ଏକ ଜିମ୍ ଏବଂ ଥିଏଟର୍ ରହିଛି ଏବଂ ସେ ତାଙ୍କ ଘରକୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି ପାଣ୍ଡ୍ୟା। ୨୦୨୩ ବିଶ୍ୱକପ ପରଠାରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳଠାରୁ ବାହାରେ ଅଛନ୍ତି।

<a href=https://youtube.com/embed/XDTwa4Ywl-0?autoplay=1&mute=1><img src=https://img.youtube.com/vi/XDTwa4Ywl-0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ନିକଟରେ ତାଙ୍କ ଗୋଡରେ ଆଘାତ ଲାଗି ସୁସ୍ଥ ହେବା ପରେ ସେ ଡି.ଏ ପାଟିଲ ଟି-୨୦ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ସେ ଆଗାମୀ ଆଇପିଏଲ୍ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବାର ନଜର ଆସିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁବାଇରେ ଅନୁଷ୍ଠିତ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସ ସହିତ ଟ୍ରେଡ଼ କରି ହାର୍ଦ୍ଦିକଙ୍କୁ ନିଜ ଟିମରେ ସାମିଲ କରିଥିଲା। ଏହା ପରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା ଏବଂ ହାର୍ଦ୍ଦିକଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ନେତୃତ୍ୱରେ କିପରି ପ୍ରଦର୍ଶନ କରିବେ ସେଥିପ୍ରତି ସମସ୍ତେ ଧ୍ୟାନ ରହିଛି।