ଯୁବରାଜ କହିଲେ ରୋହିତ ବଦଳରେ ଏହି ଖେଳାଳି କୁ ଟେଷ୍ଟ ଅଧିନାୟକ କରିବା ଉଚିତ, ନହଲେ ବଡ଼ ଭୁଲ କରିବ BCCI !

କ୍ରିକେଟ ଖବର : ନିକଟରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ଟେଷ୍ଟ ଅଧିନାୟକ ପଦ କାହାକୁ ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ଏହି ଚର୍ଚ୍ଚା ମଧ୍ୟରେ କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂ ନିଜର ମନ୍ତବ୍ୟ ଦେଇଛନ୍ତି।ଯୁବରାଜ ସିଂ ନୂଆ ଟେଷ୍ଟ ଅଧିନାୟକ ବିଷୟରେ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।

ଗତ ଶନିବାର ଦିନ କୋହଲି ହଠାତ୍ ଟେଷ୍ଟ ଫର୍ମାଟର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିବା ପରେ ସମଗ୍ର ବିଶ୍ୱ କ୍ରିକେଟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିନ୍ତୁ, କୋହଲିଙ୍କର ଏହି ଘୋଷଣା ପରେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ଯାହା ଦଳ ଆଗରେ ଠିଆ ହୋଇଛି ତାହା ହେଉଛି ଟେଷ୍ଟ ଫର୍ମାଟର ପରବର୍ତ୍ତୀ ଅଧିନାୟକ କିଏ ହେବ ? ଆଉ ଏହି ଟେଷ୍ଟ ଅଧିନାୟକ ହେବା ଦୌଡ଼ରେ ଅନେକ ଖେଳାଳିଙ୍କର ନାମ ପଦାକୁ ଆସୁଛି। ଏପରି ପରିସ୍ଥିତିରେ, ଟେଷ୍ଟ କ୍ରିକେଟର ପରବର୍ତ୍ତୀ ଅଧିନାୟକ ଭାବରେ ଯୁବରାଜ ସିଂ କାହାକୁ ଦେଖିବାକୁ ତାହା ପ୍ରକାଶ କରିଛନ୍ତି।

ଯେତେବେଳେ ଟି-୨୦ ଫର୍ମାଟରୁ କୋହଲି ଅଧିନାୟକ ପଦ ଛାଡିଥିଲେ ଠିକ ସେହି ସମୟରେ ବୋର୍ଡ ପାଖରେ ରୋହିତ ଶର୍ମା ନୂଆ ଅଧିନାୟକ ଭାବରେ ବିକଳ୍ପ ଥିଲେ। କିନ୍ତୁ ବର୍ତ୍ତମାନ ଟେଷ୍ଟ ଫର୍ମାଟ ପାଇଁ ବୋର୍ଡ ପାଖରେ କେହି ବି ବିକଳ୍ପ ନାହାନ୍ତି। ଯାହା ବିସିସିଆଇକୁ ଚିନ୍ତାରେ ପକାଇଛି। କିନ୍ତୁ, ଗାଭାସ୍କର ଏବଂ ୟୁଭିଙ୍କ ପରି କିମ୍ବଦନ୍ତୀ ଖେଳାଳି ରିଷଭ ପନ୍ତଙ୍କ ନାମ ବୋର୍ଡକୁ ପରାମର୍ଶ ଦେଇଥିବା ଶୁଣିବାକୁ ମିଳୁଛି।
ବର୍ତ୍ତମାନ ବିସିସିଆଇ ଏହି ବିଷୟରେ ଚିନ୍ତା କରିବାକୁ କିଛି ସମୟ ନେଇପାରେ ଏବଂ କିଛି ସମୟ ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ରୋହିତଙ୍କ ହାତରେ ରହିପାରେ। କିନ୍ତୁ ଗାଭାସ୍କର ଏବଂ ଯୁବରାଜ ସିଂଙ୍କ ଭଳି କିମ୍ବଦନ୍ତୀ ଖେଳାଳି ଆଗାମୀ ଭବିଷ୍ୟତକୁ ବିଚାରକୁ ନେଇ ଏହା ଉପରେ ସଠିକ୍ ନିଷ୍ପତ୍ତି ନେବାକୁ ବିସିସିଆଇକୁ ପରୋକ୍ଷରେ ପରାମର୍ଶ ଦେଇଛନ୍ତି।
ଏହିକ୍ରମରେ ଇଣ୍ଡିଆ ଟୁଡେ କାର୍ଯ୍ୟକ୍ରମରେ ଗାଭାସ୍କର କହିଛନ୍ତି ଯେ ରିଷଭ ପନ୍ତଙ୍କୁ ବର୍ତ୍ତମାନ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଦିଆଯିବା ଉଚିତ। ଆଉ ଗାଭାସ୍କରଙ୍କର ଏହି ମନ୍ତବ୍ୟରେ ସହମତି ପ୍ରକାଶ କରିଛନ୍ତି ଯୁବରାଜ ସିଂ। ଯୁବରାଜ ଏକ ଟୁଇଟ କରି କହିଛନ୍ତି ଯେ, ଏହା ଠିକ ! ରିଷଭ ଷ୍ଟମ୍ପ୍ ପଛରେ ରହି ଖେଳକୁ ଭଲ ଭାବରେ ପଢିସାରିଛନ୍ତି।