ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାଁନ୍ତି ଏହି ଭାରତୀୟ କ୍ରିକେଟର! ଅଷ୍ଟ୍ରେଲିଆ ବିପକ୍ଷରେ ଜିତାଇ ଦେଇଥିଲେ ଐତିହାସିକ ମ୍ୟାଚ….

 

ସାଧାରଣ ଭାବେ କ୍ରିକେଟରେ ଟେଷ୍ଟ ମ୍ୟାଚ୍ ଗୁଡିକୁ ସର୍ବାଧିକ ଗୁରୁତ୍ୱ ଦିଆ ଯାଇଥାଏ। ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ଜଣେ ଦକ୍ଷ ଖେଳାଳି ବୋଲି ମଧ୍ୟ ବିଶ୍ୱାସ କରାଯାଏ। କିନ୍ତୁ ସମସ୍ତ ଖେଳାଳୀଙ୍କର ଏହି ମତକୁ ନେଇ ସମାନ ମତ ନଥାଏ। ଆଜିକାଲି, ଫିଟନେସକୁ ଧ୍ୟାନରେ ରଖି ଖେଳାଳିମାନେ ସେମାନଙ୍କ ଶରୀର ଉପରେ ଅତ୍ୟଧିକ ଚାପ ପକାଇବା ଠାରୁ ଦୂରେଇ ରହିଥିବାର ଦେଖାଯାଏ। 

ଯେଉଁଥିପାଇଁ ସେମାନେ କେବଳ ଦିନିକିଆ ଏବଂ ଟି-୨୦ ଫର୍ମାଟରେ କ୍ରିକେଟ୍ ଖେଳିବାକୁ ପସନ୍ଦ କରୁଛନ୍ତି। ଏବେ ଆହୁରି ଜଣେ ଭାରତୀୟ ତାରକା ଟେଷ୍ଟ କ୍ରିକେଟ୍ ଖେଳିବାକୁ ମନା କରି ଦେଇଛନ୍ତି। ଭାରତୀୟ ଦଳର ଲେଫ୍ଟ ହ୍ୟାଣ୍ଡ ବୋଲର ଟି-ନଟରାଜନ୍ କହିଛନ୍ତି ଯେ ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ଠାରୁ ଦୂରରେ ରହିବେ। ତାଙ୍କ କହିବା ଅନୁଯାଇ, ଟେଷ୍ଟ କ୍ରିକେଟ୍ ଖେଳିବା ତାଙ୍କ ଉପରେ ଅତିରିକ୍ତ ଚାପ ପକାଇବ ଯେଉଁଥିପାଇଁ ସେ ଏଥିରୁ ଦୂରେଇ ରହିବାକୁ ଚାହାଁନ୍ତି।  

ତେବେ ଟି ନଟରାଜନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ହିଁ ଖେଳିଛନ୍ତି। ୨୦୨୦ ମସିହାରେ, ସେ ଗାବାଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ଚୂଡାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ପାଇଥିଲେ। ଗାବାଠାରେ ଭାରତୀୟ ଦଳର ଐତିହାସିକ ବିଜୟରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ତାଙ୍କର ଚମତ୍କାର ବୋଲିଂ ଆଧାରରେ ସେ ୨୪.୨ ଓଭର ବୋଲିଂ କରି ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇ ଦେଇଥିଲେ। 

ଦ୍ରୁତ ବୋଲିଂ କରୁଥିବାବେଳେ ଟି ନଟରାଜନ ତାଙ୍କର ସଠିକ୍ ୟର୍କର୍ସ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। ଏହି କାରଣରୁ ସେ କ୍ରିକେଟ୍ ଜଗତରେ 'ୟର୍କର୍ ମ୍ୟାନ୍' ନାମରେ ମଧ୍ୟ ପରିଚିତ। ତେବେ ନଟରାଜନ୍ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ନଟରାଜନ୍ ଭାରତ ପାଇଁ  ଗୋଟିଏ ଟେଷ୍ଟ ମ୍ୟାଚ୍, ୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଏବଂ ୭ଟି ଏକଦିବସିୟ ମ୍ୟାଚ୍ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ ସୁଦ୍ଧା ଟି-୨୦ ଇଣ୍ଟରନ୍ୟାସନାଲରେ ୭ ୱିକେଟ୍ ନେଇଥିବା ବେଳେ ୱାନ ଡେ ଇଣ୍ଟରନ୍ୟାସନାଲରେ ୩ ୱିକେଟ୍ ନେଇଛନ୍ତି।