ବାଂଲାଦେଶ ବିପକ୍ଷରେ ଖେଳିବେ ନାହିଁ ମହମ୍ମଦ ଶାମି! ତାଙ୍କ ସ୍ଥାନ ନେବେ ଏହି ବୋଲର….

 

ଟିମ୍ ଇଣ୍ଡିଆର ତାରକା ବୋଲର ମହମ୍ମଦ ଶାମି ରିହ୍ୟାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ପାଦ ଅସ୍ତ୍ରୋପଚାର ପରେ ଶାମି ବିସିସିଆଇର ତତ୍ତ୍ଵାବଧାନରେ ଏନସିଏରେ ଅଛନ୍ତି। ଯେଉଁଠାରେ ସେ ଦଳକୁ ଫେରିବା ପାଇଁ କଠିନ ପରିଶ୍ରମ ଜାରି ରଖିଛନ୍ତି। କିନ୍ତୁ, ଏହିପରି କିଛି ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ ବାଂଲାଦେଶ ଟେଷ୍ଟ ସିରିଜ୍ ପର୍ଯ୍ୟନ୍ତ ଶାମି ସମ୍ପୂର୍ଣ୍ଣ ଫିଟ୍ ହୋଇ ପାରିବେ ନାହିଁ। 

ତେବେ,ତାଙ୍କ ସାନଭାଇ ନିଜ ଭାଇଙ୍କର ଶୂନ୍ୟସ୍ଥାନ ପୂରଣ କରିପାରିବେ, ଯିଏ ଦୁଲିପ୍ ଟ୍ରଫିରେ ନିଜର ଦ୍ରୁତ ଗତିର ବୋଲିଂରେ ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭୟ ସୃଷ୍ଟି କରାଇଛନ୍ତି। ମହମ୍ମଦ ଶାମିଙ୍କ ପାଇଁ ଫିଟ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ, ଭାରତୀୟ ଦଳକୁ ପରବର୍ତ୍ତୀ ସମୟରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ପଡିବ। ଏହାପୂର୍ବରୁ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ତାଙ୍କ ପୁରୁଣା ଶୈଳୀରେ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ଚାହାଁନ୍ତି। 

ଯେପରି ସେ ଏକଦିବସୀୟ ବିଶ୍ୱକପ୍‌ରେ ଚମତ୍କାର ବୋଲିଂ କରିଥିଲେ। କିନ୍ତୁ, ଏଥିପାଇଁ ବହୁତ ସମୟ ଅଛି। ହେଲେ ଏହାପୂର୍ବରୁ ଚୟନକର୍ତ୍ତା ମାନେ ତାଙ୍କ ରିପ୍ଲେସମେଣ୍ଟ ଖୋଜିବାକୁ ଚାହାଁନ୍ତି। ଯଦି ଶାମି କୌଣସି କାରଣରୁ ଦଳର ଅଂଶ ହେବାକୁ ସକ୍ଷମ ନ ହୁଅଁନ୍ତି, ତା’ହେଲେ ତାଙ୍କ ରିପ୍ଲେସମେଣ୍ଟ ଖେଳାଳିଙ୍କୁ ଫିଲ୍ଡରେ ଦେଖିବାକୁ ମିଳିବ। 

ତେବେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଶାମି ତାଙ୍କର ଫିଟନେସ ହେତୁ ଦୁଲିପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। କିନ୍ତୁ, ବେଙ୍ଗଲରୁ ଖେଳୁଥିବା ଆକାଶଦୀପ ତାଙ୍କ ବୋଲିଂରେ ହଇଚଇ ସୃଷ୍ଟି କରୁଛନ୍ତି। ତେବେ ଶାମି ଘରୋଇ କ୍ରିକେଟରେ ବେଙ୍ଗଲରୁ ଖେଳୁଥିବାରୁ  ଆକାଶ ଶାମିଙ୍କୁ ତାଙ୍କ ବଡ଼ ଭାଇ ପରି ଭାବନ୍ତି।

ଆକାଶ ଦୀପ ଦିଲିପ ଟ୍ରଫିରେ ଇଣ୍ଡିଆ-ଏ ପାଇଁ ଖେଳୁଛନ୍ତି। ସେ ଗିଲଙ୍କ ଅଧିନାୟକତ୍ୱରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଚମତ୍କାର ବୋଲିଂ କରି ପ୍ରଥମ ଇନିଂସରେ ସେ ୪ଟି ୱିକେଟ୍ ହାସଲ କରିଥିଲେ। ସେ ଋଷଭ ପନ୍ତ, ନୀତୀଶ ରେଡ୍ଡୀ, ନବଦୀପ ସାଇନି ଏବଂ ୟଶ ଦୟାଲଙ୍କୁ ତାଙ୍କର ଶିକାର କରିଥିଲେ। ଆକାଶଦୀପ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି, ସେ ପୁନର୍ବାର ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇପାରନ୍ତି।

ଚଳିତ ବର୍ଷ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଆକାଶଦୀପ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆକାଶ କେବଳ ଗୋଟିଏ ମ୍ୟାଚରେ ସୁଯୋଗ ପାଇଥିଲେ। ଯେଉଁଥିରେ ସେ ଦ୍ରୁତ ଗତିର ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ। ତାଙ୍କ ପ୍ରଦର୍ଶନକୁ ଧ୍ୟାନରେ ରଖି ଚୟନକର୍ତ୍ତା ମାନେ ପୁଣିଥରେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଆକାଶ ଦୀପଙ୍କୁ ଚୟନ କରି ପାରନ୍ତି ବୋଲି ଅନୁମାନ କରାଯାଉଛି।