ରଣଜୀ ଟ୍ରାଫିରେ ଶାମିଙ୍କ ଦମଦାର୍ ପ୍ରଦର୍ଶନ! କେବେ ଭାରତୀୟ ଦଳକୁ ଫେରିବେ ଏହି ଧୃତ ବୋଲର୍….

 

ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସେ ଭାରତୀୟ ଦଳର ଜର୍ସିରେ ଖେଳୁଥିବା ଦେଖିବାକୁ ସମସ୍ତେ ଚାହୁଁଛନ୍ତି। କାରଣ ଶାମି ୨୦୨୩ ମସିହାରେ ୨୪ ୱିକେଟ୍ ନେବା ପରେ ଆହତ ସମସ୍ୟା ହେତୁ ବାହାରକୁ ଯାଇଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ସେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି। ପ୍ରାୟ ଏକ ବର୍ଷ ପରେ ସେ ଘରୋଇ କ୍ରିକେଟରେ ଭାଗ ନେଇଛନ୍ତି।  

ଶାମି ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ଖେଳୁଛନ୍ତି। ସେ ଚମତ୍କାର ବୋଲିଂ କରିବା ସହିତ ୧୧ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଯାହା ପରେ ପ୍ରଶଂସକମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରୁଛନ୍ତି। ଆଜିକାଲି ଟିମ୍ ଇଣ୍ଡିଆର ତାରକା ବୋଲର ମହମ୍ମଦ ଶାମି ହେଡଲାଇନରେ ଅଛନ୍ତି। ବାସ୍ତବରେ ଶାମି ପାଦରେ ହୋଇଥିବା ଅସ୍ତ୍ରୋପଚାର ପରେ ଆନ୍ତର୍ଜାତୀୟ କ୍ରିକେଟ ଖେଳି ନାହାଁନ୍ତି। କିନ୍ତୁ, ସେ ବିସିସିଆଇର ତତ୍ତ୍ୱାବଧାନରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହ୍ୟାବ୍ ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣାପଡିଛି। କିନ୍ତୁ, ଜାତୀୟ ଦଳରେ ପ୍ରବେଶ କରିବାର ଏକ ପ୍ରକ୍ରିୟା ରହିଛି। ସେହି ପ୍ରକ୍ରିୟାରେ ଘରୋଇ କ୍ରିକେଟ୍ ଖେଳିବା ପାଇଁ ଶାମି ପଡ଼ିଆକୁ ଓଲ୍ହାଇଛନ୍ତି।

ସେ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ବୋଲିଂ କରିଥିଲେ। ତାଙ୍କୁ ତାଙ୍କର ପ୍ରକୃତ ରଙ୍ଗରେ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ସେ ୧୧ଟି ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କର ଟିମ୍ ଇଣ୍ଡିଆକୁ ଫେରିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ବିସିସିଆଇ ତାଙ୍କୁ କେତେବେଳେ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ସବୁଜ ସଙ୍କେତ ଦେଉଛି ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ।  

ଗତ ବର୍ଷ ଏକଦିବସିୟ ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ପହଞ୍ଚିଥିଲା। ତେବେ ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଥିଲା। କିନ୍ତୁ, ଏହି ଟୁର୍ଣ୍ଣାମେଣ୍ଟରେ ଶାମି ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ତାଙ୍କର ଶେଷ ମ୍ୟାଚ୍ ୧୯ ନଭେମ୍ବରରେ ଖେଳିଥିଲେ। ଏହା ପରେ ଜାନୁଆରୀରେ ସେ ତାଙ୍କ ପାଦ ଅସ୍ତ୍ରୋପଚାର କରିଥିଲେ। ଏହାକୁ ୧ ବର୍ଷରୁ ଅଧିକ ହୋଇଗଲାଣି। ତାଙ୍କୁ ବର୍ଡର ଗାଭାସ୍କର ଟ୍ରଫିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ୫୦ ଦିନରୁ କମ୍ ସମୟ ବାକି ଅଛି। ପ୍ରଶଂସକମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି।