ପ୍ରଥମ ଟେଷ୍ଟ ଜିତିବା ପରେ ଇଂଲଣ୍ଡ ଦେଲା ଭାରତକୁ ଧମକ, 5-0 ରେ ଭାରତ କୁ ପରାସ୍ତ କରିବାକୁ ଇଂଲଣ୍ଡ କଲାଣି ଯୋଜନା….

 
Panesar

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ସହିତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ବ୍ୟାଜବଲ୍ କ୍ରିକେଟ୍ ଉପରେ ବିଶ୍ୱାସ କରୁଥିବା ଇଂଲଣ୍ଡ ଦଳ ହାଇଦ୍ରାବାଦରେ ୨୬ ରନରେ ଭାରତୀୟ ଦଳକୁ ପରାସ୍ତ କରିବାରେ ସଫଳ ହୋଇଛି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଷ୍ଟାର ଖେଳାଳି କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆହତ ସମସ୍ୟା କାରଣରୁ ବାଦ୍ ପଡ଼ିଛନ୍ତି। ଏଥିସହିତ ବିରାଟ କୋହଲି ମଧ୍ୟ ଏହି ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ।

India loss

ଏହି ସିରିଜରେ ଇଂଲଣ୍ଡ ଭାରତକୁ ଖରାପ ଭାବେ ପରାସ୍ତ କରିପାରିବ ବୋଲି ଲୋକମାନେ ମତ ପ୍ରକାଶ କରିବା ଆରମ୍ଭ କରିଲେଣି। ଏହାରି ମଧ୍ୟରେ ଇଂଲଣ୍ଡର ଜଣେ ପୂର୍ବତନ ଖେଳାଳି ଭାରତ ୫-୦ ରେ ସିରିଜ ହାରିବ ବୋଲି ପୂର୍ବାନୂମାନ କରିଛନ୍ତି। ଅନ୍ୟ କେହି ନୁହେଁ ବରଂ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର୍ ହିଁ ଏଭଳି କହିଛନ୍ତି।

ଅବଶ୍ୟ ହାଇଦ୍ରାବାଦ ଠାରେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଶେଷ ଦୁଇ ଦିନରେ ଖରାପ ପ୍ରଦର୍ଶନ କରିଥିଲା। କିନ୍ତୁ, ଭାରତକୁ ତାର ନିଜ ଘରେ ଏଭଳି ହେୟଜ୍ଞାନ କରିବା ଆଦୌ ଉଚିତ ନୁହେଁ। ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ହାରିବା ପରେ ପର୍ତ୍ୟାବର୍ତ୍ତନ କରିବାର ଜ୍ୱଳନ୍ତ ଉଧାହରଣ ରହିଛି।

ପାନେସର୍ କହିଛନ୍ତି ଯେ,"ଯଦି ଓଲି ପୋପ୍ ଏବଂ ଟମ୍ ହାର୍ଟଲି ସେମାନଙ୍କର ଭଲ ପ୍ରଦର୍ଶନ ଜାରି ରଖନ୍ତି ତେବେ ଭାରତରେ ହୱାଇଟୱାସ୍ ଦେଖିବାକୁ ମିଳିପାରେ।  ଇଂଲଣ୍ଡ ୫-୦ରେ ଜିତିପାରେ। କିନ୍ତୁ ଏହା ଓଲି ପୋପ୍ ଏବଂ ଟମ୍ ହାର୍ଟଲିଙ୍କ ଉପରେ ହିଁ ନିର୍ଭର କରିବ। ହାଇଦ୍ରାବାଦ ଟେଷ୍ଟରେ ଏକ ବିରାଟ ବିଜୟ ଅଟେ। ସମସ୍ତେ ଭାବୁଥିଲେ ଯେ ଇଂଲଣ୍ଡ ହାରିଯିବ। କିନ୍ତୁ ପୋପ୍ ଏକ ଚମତ୍କାର ପ୍ରଦର୍ଶନ ଦେଇଛନ୍ତି”। 

ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କୁ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଯେଉଁ କାରଣରୁ ବିରୋଧୀ ଦଳ ଭାରତକୁ ପରାସ୍ତ କରିପାରେ। ପ୍ରଥମ କଥା ହେଉଛି ଟିମ୍ ଇଣ୍ଡିଆର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟର ଅଂଶ ରହିବେନାହିଁ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କ ମା ଅସୁସ୍ଥ ଅଛନ୍ତି। ତେଣୁ,ଏହି ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପାଇଁ କଷ୍ଟକର ମନେହେଉଛି।

ଦଳରେ ବିରାଟଙ୍କ ଉପସ୍ଥିତି ବିରୋଧୀଙ୍କ ପାଇଁ ଏକ ବଡ଼ ବିପଦଠାରୁ କମ୍ ନୁହେଁ। ଦ୍ୱିତୀୟଟି ହେଉଛି ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ଅଛନ୍ତି। ସେ ଏହି ସିରିଜରେ ଫେରିବେ କି ନାହିଁ। ଇଂଲଣ୍ଡ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବ। ଯଦିଓ କେ.ଏଲ୍,ଜାଡେଜା, ଗିଲ୍ ଏବଂ ଆୟର୍ ଖେଳୁଛନ୍ତି, ତଥାପି ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସକ୍ଷମ ହେଉନାହାଁନ୍ତି।

ପ୍ରଥମ ଟେଷ୍ଟ ଜିତିବା ପାଇଁ ଭାରତକୁ ମାତ୍ର ୨୩୧ ରନ୍ ଆବଶ୍ୟକ ଥିଲା। କିନ୍ତୁ, ଭାରତୀୟ ବ୍ୟାଟିଂ ଅର୍ଡର ଭଲ ଆରମ୍ଭ କରିଥିଲେ ହେଁ ମଧ୍ୟମକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏବେ ଦ୍ଵିତୀୟ ଟେଷ୍ଟ ପାଇଁ ରବୀନ୍ଦ୍ର ଜାଡେଜା ମଧ୍ୟ ଆଘାତ ଜନିତ ସମସ୍ୟା ପାଇଁ ଖେଳିବେ ନାହିଁ। ତେଣୁ ଭାରତ ପାଇଁ ଏହା ଏକ ସତର୍କଘଣ୍ଟି ସାବ୍ୟସ୍ତ ହୋଇପାରେ।