ଆକାଶ ଚୋପ୍ରା ରୋହିତଙ୍କୁ ଦେଲେ ପରାମର୍ଶ, କହିଲେ "ଏହି ଯୁବ ଖେଳାଳିଙ୍କୁ କୋହଲିଙ୍କ ସ୍ଥାନରେ ଭାରତୀୟ ଦଳ ରେ ସାମିଲ କର"

 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ୨୫ ଜାନୁଆରୀ ଗୁରୁବାର ଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। କିନ୍ତୁ, ପରବର୍ତ୍ତୀ ସମୟରେ ବିରାଟ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଯାହାକି ଭାରତ ପାଇଁ ଚିନ୍ତାର ବିଷୟ ସାବ୍ୟସ୍ତ ହୋଇପାରେ।

ଏହି ସମୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ସମୀକ୍ଷକ ଆକାଶ ଚୋପ୍ରା ଟିମ୍ ଇଣ୍ଡିଆରେ ଜଣେ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଯେ ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲିଙ୍କ ସ୍ଥାନରେ କିଏ ଖେଳିବ? ଏହି ସମୟରେ ବିସିସିଆଇ ବିରାଟଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ସୁଯୋଗ ଦେଇଛି। କିନ୍ତୁ, ରାଜତ ସୁଯୋଗ ପାଇବା ପୂର୍ବରୁ ଆକାଶ ଚୋପ୍ରା କୋହଲିଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କ ନାମ ପରାମର୍ଶ ଦେଇଛନ୍ତି।

କୋହଲିଙ୍କ ସ୍ଥାନରେ ସୁଦର୍ଶନ ହିଁ ଉପଯୁକ୍ତ ବିକଳ୍ପ ହୋଇ ପାରିବେ ବୋଲି ସେ କହିଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଯୋଗେ ଆକାଶ ଚୋପ୍ରା କହିଛନ୍ତି ଯେ,“ମୋ ମନକୁ ଆସୁଥିବା ତୃତୀୟ ବାମହାତୀ ଖେଳାଳି ହେଉଛନ୍ତି ସାଇ ସୁଦର୍ଶନ। ଏହା ଏକ ଭିନ୍ନ ପରାମର୍ଶ ହୋଇପାରେ, କିନ୍ତୁ ଭୁଲ ନୁହେଁ। ସେ ଆଇପିଏଲ ଫାଇନାଲରେ ରନ୍ ସ୍କୋର କରିଛନ୍ତି। ସମସ୍ତ ତିନୋଟି ଫର୍ମାଟରେ ସୁଦର୍ଶନ ଭଲ ରନ୍ ସ୍କୋର କରୁଛନ୍ତି।

ସେ ଆଇପିଏଲ୍, ପ୍ରଥମ ଶ୍ରେଣୀ ଟେଷ୍ଟ କ୍ରିକେଟ୍ ଫର୍ମାଟ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ମାଧ୍ୟମରେ ଭଲ ରନ୍ ସ୍କୋର କରିଛନ୍ତି। ଆକାଶ ଚୋପ୍ରା ଆହୁରି କହିଛନ୍ତି ଯେ, “ସେ ତିନୋଟି ଫର୍ମାଟରେ ଭଲ ରନ୍ ସ୍କୋର କରିଛନ୍ତି। ସେ ଇଂଲଣ୍ଡର ଲାୟନ୍ସ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ସେ ୯୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ସେ ଯେଉଁଭଳି ଭାବରେ କ୍ରମାଗତ ଭାବରେ ସ୍କୋର କରୁଛନ୍ତି, ଏଥିରୁ ଜଣାପଡୁଛି ଯେ ସେ ଟେଷ୍ଟ କ୍ରିକେଟ୍ ପାଇଁ ପ୍ରସ୍ତୁତ ଅଛନ୍ତି”।

ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳାଯାଇଥିବା ODI ସିରିଜରେ ସାଇ ସୁଦର୍ଶନ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଆଇପିଏଲ ୨୦୨୩ର ଫାଇନାଲରେ ଗୁଜରାଟ ଟାଇଟାନ୍ସ ପାଇଁ ୪୭ ବଲରେ ୮ ଚୌକା ଏବଂ ୬ ଛକା ସହାୟତାରେ ୯୬ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଏହି ତାମିଲନାଡୁ ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରଥମ ଅଣଆନୁଷ୍ଠାନିକ ଚାରି ଦିନିଆ ଟେଷ୍ଟରେ ୯୭ ରନ୍ ଇନିଂସ ଖେଳିଥିଲେ।  

ଆହୁରି ପଢ଼ନ୍ତୁ:- IND vs ENG: ଭାରତୀୟ ଦଳ କୁ ଲାଗିଲା ବଡ ଝଟକା, ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଖେଳିବେ କୋହଲି