ଶ୍ରୀଲଙ୍କା ସିରିଜ ପାଇଁ କଟିବ ସିରାଜଙ୍କ ପତ୍ତା! ତାଙ୍କ ସ୍ଥାନରେ ଖେଳିବେ ଭାରତର ଧୃତତମ ବୋଲର୍….

 

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଏବଂ ୩ ମ୍ୟାଚ୍ ଟି-୨୦ ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛି। ଟି-୨୦ ସିରିଜ୍ ୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ମହମ୍ମଦ ସିରାଜ ଏହି ଟି-୨୦ ସିରିଜରେ ସ୍ଥାନ ପାଇବେ ବୋଲି ଆଶା କରାଯାଉନାହିଁ। ତାଙ୍କର ସମ୍ପ୍ରତି ପ୍ରଦର୍ଶନକୁ ନେଇ ସେ ବହୁତ ନିରାଶ କରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ମହମ୍ମଦ ସିରାଜଙ୍କୁ ବାଦ୍ ଦିଆ ଯାଇପାରେ। ଗତ ଆଇପିଏଲରେ ମଧ୍ୟ ସେ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନଥିଲେ।

ଏହା ବ୍ୟତୀତ ସିରାଜ ଟି-୨୦ ବିଶ୍ୱକପ ୨୦୨୪ ରେ ମଧ୍ୟ ଖରାପ ବୋଲିଂ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ଏବଂ ଟି-୨୦ ସିରିଜରେ ମଧ୍ୟ ସିରାଜ ନିରାଶାଜନକ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍ ପାଇଁ ସିରାଜଙ୍କୁ ସ୍ଥାନ ମିଳିବା ସମ୍ଭାବନା କମ୍ ରହିଛି।

ମହମ୍ମଦ ସିରାଜଙ୍କ ସ୍ଥାନରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯୁବ ବୋଲର ମୟଙ୍କ ଯାଦବଙ୍କୁ ସାମିଲ କରିପାରିବେ।  ମୟଙ୍କ ଆଇପିଏଲ୍ ୨୦୨୪ ରେ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲ୍ ୨୦୨୪ରେ ଦ୍ରୁତତମ ବଲ୍ ମଧ୍ୟ ପକାଇଥିଲେ। ଏହି ପରିପ୍ରେକ୍ଷୀରେ, ଚୟନକର୍ତ୍ତାମାନେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ମୟଙ୍କଙ୍କୁ ଏକ ସୁଯୋଗ ଦେଇପାରନ୍ତି।

ସେ ଆଇପିଏଲ ୨୦୨୪ ରେ ଖେଳାଯାଇଥିବା ୭ ଟି ମ୍ୟାଚରେ ୭ ୱିକେଟ୍ ନେଇଥିବାବେଳେ ତାଙ୍କର ୬.୯୯ର ଇକୋନୋମି ହାର ରହିଥିଲା। ଅନ୍ୟପକ୍ଷରେ ଆଇପିଏଲ୍ ୨୦୨୪ ରେ ବୋଲିଂ ସମୟରେ ସିରାଜ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଖେଳିଥିବା ୧୪ ଟି ମ୍ୟାଚରେ ସେ ୧୫ ୱିକେଟ୍ ନେଇଥିଲେ। ଏହି ଅବଧି ମଧ୍ୟରେ ସେ ୯.୯୧ ଇକୋନୋମି ସହିତ ରନ୍ ଖର୍ଚ୍ଚ କରିଥିଲେ। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଖେଳାଯାଇଥିବା ବେଳେ ସିରାଜ ୩ ଟି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ୍ ନେଇଥିବାବେଳେ ଏକଦିବସୀୟ ସିରିଜରେ ମଧ୍ୟ ତାଙ୍କ ପକ୍ଷରୁ ସମାନ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।