ବାବର ଆଜମ ଙ୍କୁ ହଜିଯାଇଥିବା ଗାଈ ବୋଲି କହି କାହିଁକି କଡା ସମାଲୋଚନା କଲେ ପୂର୍ବତମ ଦ୍ରୁତ ବୋଲର ସୋଏବ ଅଖତାର

ସୂଚନାଯୋଗ୍ୟ, ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ ରେ ପାକିସ୍ତାନ ର ପୂର୍ବତମ ଦ୍ରୁତ ବୋଲର ସୋଏବ ଅଖତାର ଦଳର ଖରାପ ପଦର୍ଶନ କୁ ନେଇ ଚର୍ଚ୍ଚା କରିଛନ୍ତି ଏବଂ ବାବର ଆଜମ ହଜି ଯାଇଥିବା ଗାଈ ଭଳି ଲାଗୁଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି । ଆପଣ ଜାଣିଥିବେ ଯେ ପାକିସ୍ତାନ …
 

ସୂଚନାଯୋଗ୍ୟ, ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ ରେ ପାକିସ୍ତାନ ର ପୂର୍ବତମ ଦ୍ରୁତ ବୋଲର ସୋଏବ ଅଖତାର ଦଳର ଖରାପ ପଦର୍ଶନ କୁ ନେଇ ଚର୍ଚ୍ଚା କରିଛନ୍ତି ଏବଂ ବାବର ଆଜମ ହଜି ଯାଇଥିବା ଗାଈ ଭଳି ଲାଗୁଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି ।

ଆପଣ ଜାଣିଥିବେ ଯେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ ରେ ପାକିସ୍ତାନ ବ୍ୟାଟସମ୍ୟାନ୍ ଭଲ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୯୬ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପାକ୍ ବୋଲର ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ରୋକିପାରି ନଥିଲେ । ଇଂଲଣ୍ଡ ୫ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

ପାକିସ୍ତାନ ର ଏଭଳି ଖରାପ ପଦର୍ଶନ କୁ ନେଇ ସୋଏବ ଅଖତାର ନିଜ ୟ୍ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ବାବର ଆଜମ ହଜି ଯାଇଥିବା ଗାଈ ଭଳି ଲାଗୁଥିଲେ । ସେ ପଡିଆରେ ଥିଲେ ମଧ୍ୟ କଣ କରିବେ ଜାଣାପାରୁ ନଥିଲେ । ଏବିଷୟରେ ସେ ହିଁ ନିଷ୍ପତ୍ତି ନେବା ଆବଶ୍ୟକ ଯାହା ଆଗାମୀ ଦିନରେ କାମରେ ଆସିବ ଏବଂ ତାଙ୍କୁ ଏଭଳି ସୁଯୋଗ ବାରମ୍ବାର ମିଳିବ ନାହିଁ,ଅଧିନାୟକ ଙ୍କ ନେତୃତ୍ୱ ଓ ଭୁଲ ନିଷ୍ପତି ସହ ବୋଲରମାନଙ୍କ ବିଫଳତାକୁ ନେଇ ସେ ଏଭଳି ଭାଷାରେ ସମାଲୋଚନା କହିଥିଲେ ।