ବିରାଟ କି ବୁମ୍ରା ନୁହେଁ ବରଂ ଏହି ବ୍ୟକ୍ତିଙ୍କ ପାଇଁ ଜିତିଲୁ ବିଶ୍ୱକପ୍! ରୋହିତ ଦେଲେ ଚାଞ୍ଚଲ୍ୟକର ବୟାନ….

 
Rohit

୨୦୦୭ ମସିହାରେ ଭାରତ ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ ଜିତିଥିଲା। କିନ୍ତୁ, ଏହା ପରଠାରୁ ଭାରତ ପାଇଁ ଏହି କପ୍ ଏକ ସ୍ୱପ୍ନ ସଦୃଶ ହୋଇ ଯାଇଥିଲା। ୨୦୨୪ ଟି-୨୦ ବିଶ୍ୱକପ ଜିତି ଭାରତ ଏହି ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଚମତ୍କାର ପ୍ରଦର୍ଶନ କରିବା ସହିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟେଲ ହାସଲ କରି ନେଇଥିଲା। 

Wc

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସମସ୍ତ ଖେଳାଳି ଖାସ୍ କରି ଯଶପ୍ରୀତ ବୁମ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ। ଫାଇନାଲରେ ବିରାଟ ମଧ୍ୟ ଏକ ମ୍ୟାଚ ଜିତାଉ ଇନିଂସ ଖେଳିଥିଲେ। ଭାରତର ବିଜୟ ପଛରେ ଏମାନଙ୍କର ମୁଖ୍ୟ ଭୂମିକା ରହିଛି। କିନ୍ତୁ, ଏବେ ଏକ ସାକ୍ଷାତକାରରେ ଅଧିନାୟକ ରୋହିତ ଶର୍ମା ଖେଳାଳିମାନଙ୍କୁ ଏଥିପାଇଁ ଶ୍ରେୟ ଦେଇନାହାଁନ୍ତି। ବରଂ ସେ ବିଜୟ ପାଇଁ ଟିମ୍ ମ୍ୟାନେଜମେଣ୍ଟ, କୋଚ୍ ରାହୁଲ ଦ୍ରାଭିଡ, ସିଲେକ୍ଟର୍ ଏବଂ ଜୟ ଶାହଙ୍କୁ ବେସ୍ ଅଧିକ ଶ୍ରେୟ ଦେଇଛନ୍ତି। ତାଙ୍କ କହିବା ମୁତାବକ ଏମାନେ ଖେଳାଳିମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାଇନଥିଲେ।

ସେମାନଙ୍କୁ ନିର୍ଭୟର ସହିତ ନିଜ ଗେମ୍ ଖେଳିବାକୁ ଉତ୍ସାହିତ କରିଥିଲେ। ଯେଉଁଥିପାଇଁ ଭାରତ ବିଜୟୀ ହେବାରେ ସଫଳ ହେଲା ବୋଲି ରୋହିତ କୁହନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୁଧବାର ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ୍ ରେଟିଙ୍ଗ ଆୱାର୍ଡସ ୨୦୨୩-୨୪ରେ 'ମେନ୍ସ ଇଣ୍ଟରନ୍ୟାସନାଲ କ୍ରିକେଟର ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଏଭଳି ମତ ରଖିଛନ୍ତି।