ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ! ଇଶାନ ନିରାଶ, ମୟଙ୍କଙ୍କୁ ମିଳିଲା ମଉକା….

 

ଟେଷ୍ଟ ମ୍ୟାଚ ପରେ ବାଂଲାଦେଶ ବିପକ୍ଷରେ ଭାରତ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଏହି ସିରିଜ ଖେଳିବାକୁ ଯାଉଥିବା ବେଳେ ବିସିସିଆଇ ପକ୍ଷରୁ ଏଥିପାଇଁ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଖେଳାଳିମାନଙ୍କୁ ସ୍ଥାନ ମିଳିଥିବା ବେଳେ ଅନେକ ନୂଆ ମୁହଁ ସ୍ଥାନ ପାଇଛନ୍ତି।

ଘୋଷିତ ହୋଇଥିବା ୧୫ ଜଣିଆ ଦଳରେ ସ୍ପିଡ଼ଷ୍ଟାର ମୟଙ୍କ ଯାଦବଙ୍କୁ ସ୍ଥାନ ମିଳିଥିବା ବେଳେ କିନ୍ତୁ ଇଶାନ କିଶନଙ୍କୁ ପୁଣିଥରେ ନିରାଶା ହାତ ଲାଗିଛି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଭାରତ ବିପକ୍ଷରେ ବାଂଲାଦେଶ ୩ଟି ମ୍ୟାଚ ଖେଳିବ। ଅକ୍ଟୋବର ୬ ତାରିଖରେ ପ୍ରଥମ ମ୍ୟାଚ ଖେଳାଯିବ। ଅକ୍ଟୋବର ୬, ୯ ଏବଂ ୧୨ ତାରିଖରେ ଏହି ତିନୋଟି ମ୍ୟାଚ ଖେଳାଯିବ।

ବାଂଲାଦେଶ ବିପକ୍ଷ ୩ ମ୍ୟାଚ ପାଇଁ ଭାରତୀୟ ଦଳ:- ସୂର୍ଯ୍ୟକୁମାର ଯାଦବ : କ୍ୟାପଟେନ, ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ କିପର), ରିଙ୍କୁ ସିଂ, ହାଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ଶିବମ୍ ଦୁବେ. ୱାସିଂଟନ୍ ସୁନ୍ଦର, ଋବି ବିଷ୍ଣୌଇ, ବରୁନ ଚକ୍ରବର୍ତ୍ତୀ, ଜିତେଶ ଶର୍ମା (ୱିକେଟ୍ କିପର), ଅର୍ଶଦୀପ ସିଂ, ହର୍ସିତ ରାଣା, ମୟଙ୍କ ଯାଦବ