IND vs ENG: ସିରିଜ୍ ଜିତିଲା ଭାରତ, କିନ୍ତୁ ଇଂଲଣ୍ଡ ଅଧିନାୟକ କହିଲେ "ବେଇମାନି କରିଲା ଭାରତୀୟ ଦଳ..."

 
ind vs eng

ଚତୁର୍ଥ ଟି-୨୦ ମ୍ୟାଚ: ପୁଣେରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବୋଲର କଲେ ଦମଦାର ପ୍ରଦର୍ଶନ । ଫଳରେ ଭାରତ ଇଂଲଣ୍ଡକୁ ୧୫ ରନରେ ହରାଇ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୧ରେ ଅଗ୍ରଣୀ ହାସଲ କରିବା ସହ ସିରିଜ୍ କୁ କବଜା କରିଛି।

ଚତୁର୍ଥ ଟି-୨୦ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ୫୩ ରନ ଓ ଶିବମ ଦୁବେଙ୍କ ୫୩ ରନ କରିଥିଲେ । ୯ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା ଭାରତ । ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ୍ ହୋଇଥିଲା । ହାରି ବ୍ରୁକଙ୍କ ୫୧ ରନର ଇନିଂସ ବୃଥା ହୋଇଥିବା ବେଳେ ବେନ ଡକେଟ୍ ୩୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବୋଲିଂରେ ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିତ ରାଣା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

ବେଇମାନି କରିଲା ଭାରତୀୟ ଦଳ?

ଏହିପରି ଡେବ୍ୟୁ ମ୍ୟାଚ୍‌ରେ ହର୍ଷିତ ୩ ଓ୍ଵିକେଟ୍ ନେଇ ଚମକିଛନ୍ତି। ଶ୍ରୀଭମ ଦୁବେ ଆହତ ହେବା ଯୋଗୁଁ ସବ-ଟିଟିଓଟ ଖେଳାଳି ଭାବରେ ହର୍ଷିତ ବୋଲିଂ କରିବାକୁ ଆସିଥିଲେ କିନ୍ତୁ ମ୍ୟାଚ ପରେ ଇଂଲଣ୍ଡ ଦଳ ଏହି ନିର୍ଣୟ କୁ ନେଇ ଅସନ୍ତୋଷ ଥିଲା ।

୧୮୨ ରନର ବିଜୟ ଲକ୍ଷ୍ୟ ରଖି ମଇଦାନ କୁ ଓହ୍ଲାଇଥିବା ଇଂଲଣ୍ଡର ଦୁଇ ଓପନର ଫିଲିପ୍ ସଲ୍ଟ ଓ ବେନ ଡକେଟ୍ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଆରମ୍ଭ ଦେଇଥିଲେ। ଉଭୟ ୬ ଓଭରରେ ୬୨ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଭାରତ ପାଇଁ ବିପଦ ପାଲଟି ଆସୁଥିବା ବେନ ଡକେଟ୍‌ଙ୍କୁ ଆଉଟ୍ କରି ଭାରତ ଶିବିରକୁ ଆଶ୍ଵସ୍ତି ଦେଇଥିଲେ ରବି ବିଷ୍ଣୋଇ। ଡକେଟ୍‌ ୧୯ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୩୯ ରନ କରିଥିଲେ। ଏହା ପରେ ଫିଲିପ୍ ସଲ୍ଟ(୨୩ ରନ) ଅକ୍ଷରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। 

ମଧ୍ୟକ୍ରମରେ ହ୍ୟାରି ବ୍ରୁକଙ୍କୁ ବାଦ୍ ଦେଲେ ଅନ୍ୟ କେହି ବ୍ୟାଟର ତାଙ୍କୁ ସହଯୋଗ କରି ନ ଥିଲେ। ଅଧିନାୟକ ଜୋସ୍ ବଟଲର ୨ ରନ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ। ଲିୟାମ ଲିଭିଙ୍ଗଷ୍ଟୋନ(୯ ରନ) ସିରିଜରେ ନିଜର ଖରାପ ପ୍ରଦର୍ଶନ ବଜାୟ ରଖିଛନ୍ତି। ହ୍ୟାରି ବ୍ରୁକ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ଶେଷ ଆଡ଼କୁ ଜେମି ଓଭରଟନ ୧୯ ରନ ଓ ଆଦିଲ ରଶିଦ ୧୦ ରନ କରିଥିଲେ। ଭ୍ରମଣକାରୀ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ଭାରତ ପକ୍ଷରୁ ରବି ବିଷ୍ଣୋଇ ୪ ଓଭରରେ ୨୮ ରନ ବ୍ୟୟ କରି ୩ ଓ୍ଵିକେଟ୍ ଓ ହର୍ଷିତ ରାଣା ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।