ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, ପୁଣିଥରେ ଆମ୍ନା ସାମ୍ନା ହେବେ ଭାରତ-ପାକିସ୍ତାନ
IND Vs PAK: ଚମ୍ପିଆନ୍ସ ଟ୍ରଫି 2025 ରେ ପାକିସ୍ତାନ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ପରେ ଟିମ୍ ଇଣ୍ଡିଆ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଆଉ ବାଂଲାଦେଶ ବିପକ୍ଷରେ ଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ କରାଜିଥିଲା । ଫଳରେ ପାକିସ୍ତାନକୁ ନିରାଶ ହେବାକୁ ପଡିଥିଲା।
ଭାରତ ବିପକ୍ଷରେ ୨ୟ ମୁକାବିଲା ଖେଳିଥିବା ପାକିସ୍ତାନ ଶୋଚନୀୟ ଭାବେ ପରାସ୍ତ ହେବା ପରେ ପ୍ରଶଂସକମାନେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ନିଜ ଦେଶରେ ଜୋରଦାର ସମାଲୋଚିତ ହୋଇଥିଲା ପାକିସ୍ତାନ।
ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି କେବେ ମୁକାବିଲା ହେବ ସେ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆପଣ ଖୁବ୍ ଶୀଘ୍ର ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ଦେଖିବାକୁ ପାଇବେ।
ଭାରତ ଏବଂ ପାକିସ୍ତାନ କେବେ ମୁକାବିଲା ହେବ?
ରିପୋର୍ଟ ଅନୁସାରେ, ଏସିଆନ୍ କ୍ରିକେଟ୍ ପରିଷଦ ଏସିଆ କପ୍କୁ ଅନୁମୋଦନ ଦେଇଛି । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ଆଗାମୀ ଏସିଆ କପ୍ ଉଭୟ ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଆୟୋଜନ ପାଇପାରେ।
ଏହା ସହିତ,ଟୁର୍ଣ୍ଣାମେଣ୍ଟ ଟି ଟି-୨୦ ଫର୍ମାଟରେ ଖେଳାଯିବ। ଏସିଆ କପରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୮ଟି ଦଳ ଦୁଇଟି ଗ୍ରୁପରେ ବିଭକ୍ତ ହେବେ। ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବେ। ଯଦି ଏହା ହୁଏ, ତେବେ ଭାରତ ଏବଂ ପାକିସ୍ତାନୀ ଦଳ ଟୁର୍ଣ୍ଣାମେଣ୍ଟରେ ୩ ଥର ପରସ୍ପର ସହିତ ମୁହାଁମୁହିଁ ହୋଇପାରନ୍ତି।
ରିପୋର୍ଟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ଦଳ ସୁପର-୪ ରାଉଣ୍ଡରେ ମୁକାବିଲା କରିପାରନ୍ତି। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ବି ଦେଖିବାକୁ ମିଳିପାରେ।