BCCI ଏହି ଖେଳାଳିଙ୍କୁ ନିଜର ଜ୍ୱାଇଁ ପୁଅ କରି ଦେଇଛି, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପୁଣି ଫେଲ୍ ହେବା ପରେ ପ୍ରଶଂସକ ହେଲେ କ୍ରୋଧିତ

 
rishabh pant got trolled by fans

କ୍ରିକେଟ ଖବର : ନଭେମ୍ବର 20 ତାରିଖ ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚ୍ ଓଭାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଜବାବରେ ଇଶାନ କିଶନ ଏବଂ ରିଷଭ ପନ୍ତ ଭାରତ ପକ୍ଷରୁ ଇନିଂସ ଓପେନ କରିବାକୁ ପଡ଼ିଆକୁ ଆସିଥିଲେ।

pant out

ଓପନିଂ ଆସି ପନ୍ତ ଖରାପ ପ୍ରଦର୍ଶନ କରିଥିଲେ। ସେ 13 ଟି ବଲର ସାମ୍ନା କରି ମାତ୍ର 6 ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଚୌକା ବି ସାମିଲ୍ ରହିଥିଲା। ଏହି ମ୍ୟାଚ୍‌ରେ ତାଙ୍କୁ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ମିଳିଥିଲା। କିନ୍ତୁ ସେ ସୁଯୋଗର ସଦୁପଯୋଗ କରିପାରିଲେ ନାହିଁ।

ଆହୁରି ପଢ଼ନ୍ତୁ : T20 ବିଶ୍ୱକପର ପରାଜୟ ପରେ BCCI ନେଲା କଡା ନିଷ୍ପତି, ଚେତନ ଶର୍ମାଙ୍କ ସମେତ ଏହି ସବୁ ଚୟନକର୍ତ୍ତା ଙ୍କୁ କଲା ବାହାର

ପନ୍ତ ଏହି ମ୍ୟାଚ୍‌ରେ ବ୍ୟାଟିଂରେ କୌଣସି ବିଶେଷ ପ୍ରଦର୍ଶନ କରିପାରିନଥିଲେ ଏବଂ 6 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ଇନିଂସ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।