ଚମତ୍କାର ଅର୍ଦ୍ଧଶତକ ସତ୍ତ୍ୱେ ଅଭିଷେକ ଶର୍ମାଙ୍କୁ ଗାଳି ଦେଲେ ଯୁବରାଜ ସିଂ! ଟ୍ୱିଟ କରି କହିଲେ ଏପରି କଥା….

 

ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ ମାର୍ଚ୍ଚ ୨୭ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର (୨୭୭) ମଧ୍ୟ କରାଯାଇଥିଲା। ଏହି ମ୍ୟାଚରେ, ୨୩ ବର୍ଷ ବୟସ୍କ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ମାତ୍ର ୧୬ଟି ବଲରେ ଅର୍ଦ୍ଧଶତକ ହାସଲ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

  ଏହି ଇନିଂସରେ ଅଭିଷେକ ପ୍ରାୟ ୨୭୪ର ଷ୍ଟ୍ରାଇକ୍ ରେଟରେ ୨୩ ବଲ ଖେଳି ୬୩ ରନ୍ ସଂଗ୍ରହ କରିଥିଲେ। ସେ ଏହି ଇନିଂସରେ ୩ଟି ଚୌକା ଓ ୭ଟି ଛକା ମାରିଥିଲେ। ଏହି ଇନିଂସ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଅଭିଷେକଙ୍କ ମେଣ୍ଟର ଯୁବରାଜ ସିଂଙ୍କ ଏକ ବଡ ପ୍ରତିକ୍ରିୟା ସୋସିଆଲ ମିଡିଆରେ ପ୍ରକାଶ ପାଇଛି।

ଅଭିଷେକ ଶର୍ମା ପଞ୍ଜାବରୁ ଘରୋଇ କ୍ରିକେଟ୍ ଖେଳିଥାନ୍ତି। ପୂର୍ବତନ ଭାରତୀୟ ଯୁବରାଜ ସିଂ ପଞ୍ଜାବର ବାସିନ୍ଧା। ତେଣୁ ଅଭିଷେକ ଏବଂ ଯୁବରାଜଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ। ତେଣୁ ଅଭିଷେକ ଶର୍ମା ୧୬ ଟି ବଲରେ ପଚାଶ ସ୍କୋର କରିବା ପରେ, ସିକ୍ସର୍ କିଙ୍ଗ ଯୁବରାଜ ତାଙ୍କୁ ପ୍ରଶଂସା କରିଥିଲେ। ସୋସିଆଲ ମିଡିଆରେ ଯୁବ ଖେଳାଳିଙ୍କୁ ପ୍ରଶଂସା କରି ସେ ପୋଷ୍ଟ କରିଥିଲେ,