ଦିଲ୍ଲୀ ତରଫରୁ ଖେଳୁଥିବା ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କୁ ପ୍ରଶଂସା କରି କିମ୍ବଦନ୍ତୀ ଖେଳାଳି ବ୍ରାଏନ ଲାର କହିଲେ ଏଭଳି

ଦୁବାଇ:ଆଇପିଏଲରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସମ୍ୟାନ୍ ବ୍ରାଏନ ଲାରା, ସେ ଷ୍ଟାର୍ ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ ଜଣେ ଭଲ ଖେଳାଳି ଏବଂ ସେ ଆଗାମୀ ଦିନରେ ଭାରତ ପାଇଁ ଭଲ ଖେଳିବେ …
 

ଦୁବାଇ:ଆଇପିଏଲରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସମ୍ୟାନ୍ ବ୍ରାଏନ ଲାରା, ସେ ଷ୍ଟାର୍ ସ୍ପୋର୍ଟସର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ ଜଣେ ଭଲ ଖେଳାଳି ଏବଂ ସେ ଆଗାମୀ ଦିନରେ ଭାରତ ପାଇଁ ଭଲ ଖେଳିବେ ବୋଲି କହିଛନ୍ତି କିମ୍ବଦନ୍ତୀ ଲାର ।

ବ୍ରାଏନ ଲାରା ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ପନ୍ତ କେବଳ ଅନ ସାଇଡ୍ ବା ଲେଗ୍ ସାଇଡରେ ସଟ୍ ଖେଳୁଥିଲେ । ଏବେ ଅଫ୍ ସାଇଡରେ ସେ ବିଭିନ୍ନ ସଟ୍ ଖେଳୁଛନ୍ତି । ଏବଂ ତାଙ୍କ ବ୍ୟାଟିଂରେ ପରିବର୍ତ୍ତନ ଆସିଛି ।

ଲାରା ଆହୁରି କହିଛନ୍ତି ଯେ, ପନ୍ତ ପୂର୍ବରୁ କେବଳ ଲେଗ୍ ସାଇଡରେ ରନ୍ ସଂଗ୍ରହ କରୁଥିଲେ । ଅଫ୍ ସାଇଡରେ ବ୍ୟାଟିଂ କରିବା ତାଙ୍କ ପାଇଁ କଷ୍ଟକର ଥିଲା । କିନ୍ତୁ ଏବେ ପନ୍ତଙ୍କ ଉପରେ ନଜର ପକାଇଲେ ସେ ଏତିରେ ପରିବର୍ତ୍ତନ କରିଛନ୍ତି । ଅଫ୍ ସାଇଡରେ ଆକର୍ଷଣୀୟ ସଟ୍ ଖେଳୁଛନ୍ତି ।