ମ୍ୟାଚ୍ ମଝିରେ ହାତ ଯୋଡ଼ି କାନ ଧରିଲେ ବିରାଟ କୋହଲି! ଜାଣନ୍ତୁ ଏହାର ପ୍ରକୃତ କାରଣ…

 
Kohli

ଗୁରୁବାର ଦିନ ମୁମ୍ବାଇ ସ୍ଥିତ ୱାନଖେଡେ ଷ୍ଟାଡିୟମ ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଆରସିବିକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲା। ଆରସିବି ଦଳ ଏଥର ବ୍ୟାଟିଂ ବିଭାଗରେ କିଛି ମାତ୍ରାରେ ଭଲ ପ୍ରଦର୍ଶନ କରିଥିଲେ ହେଁ ପୁଣିଥରେ ବୋଲିଂ ବିଭାଗରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।

Rcb vs mi

ଏହି ମ୍ୟାଚରେ ବିରାଟ କୋହଲି ସହଳ ଆଉଟ ହୋଇ ଯାଇଥିଲେ ହେଁ ତାଙ୍କୁ ନେଇ କିଛି ମଜାଳିଆ ଭିଡ଼ିଓ ସାମ୍ନାକୁ ଆସୁଛି। ପ୍ରକୃତରେ ଆରସିବି ଦଳ ପ୍ରଥମେ ବ୍ୟାଟିଂ କରି ୧୯୭ ରନର ଲକ୍ଷ ଧାର୍ଯ୍ୟ କରିଥିଲା। ଜବାବରେ ମୁମ୍ବାଇ ଇଶାନ କିଷାନ ଏବଂ ରୋହିତ ଶର୍ମାଙ୍କ ଚମତ୍କାର ଓପନିଂ ଭାଗିଦାରୀ ସାହାଯ୍ୟରେ ଲକ୍ଷର ପିଛା କରିବା ଆରମ୍ଭ କରିଥିଲା।

ଅବଶ୍ୟ ଇଶାନ ଏବଂ ରୋହିତ ଆଉଟ ହୋଇଯାଇଥିଲେ କିନ୍ତୁ ପରବର୍ତ୍ତୀ ବ୍ୟାଟର ଭାବରେ ଆସିଥିବା ସୁର୍ଯ୍ୟକୁମାର ଯାଦବ ଆରସିବି ବୋଲରଙ୍କ ଉପରେ ଛକା ଚୌକା ବର୍ଷା କରିଥିଲେ। ନିଜ ଦଳକୁ ଏବଂ ବୋଲର ମାନଙ୍କୁ ଏମିତି ରନ ଦେଉଥିବାର ଦେଖି ଆରସିବି ସମର୍ଥକମାନେ ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ଅନୁରୋଧ କରିବାକୁ ଲାଗିଥିଲେ।