ପଞ୍ଜାବ ବିପକ୍ଷରେ ମ୍ୟାଚ୍ ରେ ନିରାଶଜନକ ପଦର୍ଶନ ସତ୍ୱେ କୋହଲିଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା, ଜାଣନ୍ତୁ କାହିଁକି

ଦୁବାଇରେ ଖେଳାଯାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଖରାପ ରଣନୀତି ଯୋଗୁଁ ସେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ହାରିଥିଲେ। ଆଇପିଏଲ ନିୟମ ଅନୁଯାୟୀ, ଧୀର ଓଭର ବୋଲିଂ ପାଇଁ ବିରାଟ କୋହଲିଙ୍କୁ 12 ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିରାଟଙ୍କ ଦଳ ଠିକ୍ ସମୟରେ 20 ଓଭର ପୂରଣ କରିନଥିଲେ। ଫଳସ୍ୱରୂପ ପଞ୍ଜାବର ଇନିଂସ …
 

ଦୁବାଇରେ ଖେଳାଯାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଖରାପ ରଣନୀତି ଯୋଗୁଁ ସେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ମ୍ୟାଚ୍ ହାରିଥିଲେ। ଆଇପିଏଲ ନିୟମ ଅନୁଯାୟୀ, ଧୀର ଓଭର ବୋଲିଂ ପାଇଁ ବିରାଟ କୋହଲିଙ୍କୁ 12 ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିରାଟଙ୍କ ଦଳ ଠିକ୍ ସମୟରେ 20 ଓଭର ପୂରଣ କରିନଥିଲେ। ଫଳସ୍ୱରୂପ ପଞ୍ଜାବର ଇନିଂସ ବହୁତ ବିଳମ୍ବରେ ଶେଷ ହୋଇଥିଲା।

ଗୁରୁବାର ଦିନ ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟ କୋହଲି 6 ଜଣ ବୋଲର ବ୍ୟବହାର କରିଥିଲେ। ପ୍ରତ୍ୟେକ ବୋଲର ଅଧିକ ରନ୍ ବ୍ୟୟ କରିଥିଲେ। ଏହି ସମୟରେ ବିରାଟ ପ୍ରାୟ ପ୍ରତ୍ୟେକ ବଲ ପରେ ବୋଲରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା, ଫଳସ୍ୱରୂପ ପ୍ରତ୍ୟେକ ଓଭରରେ ବିଳମ୍ବ ହୋଇଥିଲା। ଏମିତିକି ଡେଲ ଷ୍ଟେନ୍ ଏବଂ ଉମେଶ ଯାଦବ ମଧ୍ୟ ଓଭର ଶେଷ କରିବାକୁ ବହୁତ ସମୟ ନେଇଥିଲେ। ଏଥିସହ କୋହଲି କେ.ଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ମଧ୍ୟ ହାତଛଡା କରିଥିଲେ। ପରେ କୋହଲି ବହୁତ ନିରାଶ ହୋଇଥିଲେ।

ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଏକାଦଶ ବିପକ୍ଷ ମ୍ୟାଚରେ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ବାଙ୍ଗାଲୋକୁ ପଞ୍ଜାବ 97 ରନରେ ହରାଇଥିଲା। ପଞ୍ଜାବ ପୂର୍ବରୁ 20 ଓଭରରେ 209 ରନ୍ ସଂଗ୍ରହ କରିସାରିଥିଲା। ଏହାର ଜବାବରେ ବାଙ୍ଗାଲୋର ମାତ୍ର 104 ରନ୍ ରେ ଅଲ ଆଉଟ୍ ହୋଇଥିଲେ। କୋହଲି ଠାରୁ ଆରମ୍ଭ କରି ଦଳ ପର୍ଯ୍ୟନ୍ତ ସମସ୍ତ ତାରକା ଖେଳାଳି ଫ୍ଲପ୍ ହୋଇଥିଲେ ଯାହା ଫଳରେ ମ୍ୟାଚ ହାରିଯାଇଥିଲା ବିରାଟ ବାହିନୀ ।