ପୁଣିଥରେ ଥାର୍ଡ ଅମ୍ପାୟାର ଦେଲେ ଭୁଲ ନିଷ୍ପତ୍ତି! ରାଗିଗଲେ ସାଂଘାକାରା….
ରାଜସ୍ଥାନ ରୟାଲ୍ସ ଦଳ ଏଲିମିଟର ମ୍ୟାଚରେ ଆରସିବିକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆର ସିବି ଦଳକୁ ରାଜସ୍ଥାନ ବୋଲରମାନେ ଆଦୌ ରନ୍ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ। ଏହି କାରଣରୁ ଫାଫ୍ ଡୁପଲେସିସ୍ ଏବଂ ବିରାଟ ଭଲ ଫର୍ମରେ ଥାଇ ମଧ୍ୟ ବଡ଼ ଇନିଂସ ଖେଳିପାରିନଥିଲେ।
ଏହି ମ୍ୟାଚ୍ରେ ବ୍ୟାଟିଂ କରିବାକୁ ଆସିଥିବା ଦୀନେଶ କାର୍ତ୍ତିକ ଆବେଶ ଖାନଙ୍କ ପ୍ରଥମ ବଲରେ ଆଉଟ ହୋଇଥିଲେ ହେଁ ଥାର୍ଡ ଅମ୍ପାୟାର ତାଙ୍କୁ ନଟଆଉଟ ଘୋଷଣା କରିଥିଲେ। ଡି.କେ ରିଭ୍ୟୁ କରିବା ପରେ ଅନ-ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବଦଳାଇ ଦିଆଯାଇଥିଲା। ଏହା ପରେ ରାଜସ୍ଥାନ ରୟାଲ୍ସର କୋଚ୍ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତେବେ ରିପ୍ଲେରେ ଦେଖିବା ବେଳକୁ ବ୍ୟାଟର ବଲ ସହିତ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ପ୍ରକୃତରେ ସେହି ସମୟରେ ବ୍ୟାଟ ପ୍ୟାଡ ସହିତ ବାଜିଥିଲା। ଯେଉଁଥିପାଇଁ ଥାର୍ଡ ଅମ୍ପାୟାର ଆଉଟ ଦେଇଥିଲେ। କିନ୍ତୁ, ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ କୁମାର ସାଙ୍ଗାକାରା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ମନେ ହେଉଥିଲେ।
ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ ସାଙ୍ଗକରା ବାଉଣ୍ଡରୀ ପାଖରେ ଅମ୍ପାୟାରଙ୍କ ସହ ଯୁକ୍ତି କରୁଥିଲେ। ଡି.କେଙ୍କୁ କେଉଁ ଆଧାରରେ ନଟଆଉଟ ଦିଆଗଲା ସେ ବୁଝିବାକୁ ଚେଷ୍ଟା କରୁଥିଲେ। ତାଙ୍କର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀନେଶ କାର୍ତ୍ତିକ ଏଲିମଟର ମ୍ୟାଚରେ ଆରସିବିକୁ ନିରାଶ କରିଥିଲେ। କାର୍ତ୍ତିକ ଜଣେ ଉତ୍କୃଷ୍ଟ ଫିନିସର୍ ଭାବରେ ଜଣାଶୁଣା। କିନ୍ତୁ, ଥରେ ଜୀବନଦାନ ପାଇବା ପରେ ମଧ୍ୟ ସେ ୧୩ ଟି ବଲରୁ ମାତ୍ର ୧୧ ରନ ସ୍କୋର କରିପାରିଥିଲେ।