ଭାରତର ଏହି ଦୁଇ ଖେଳାଳିଙ୍କର କ୍ୟାରିୟର ହୋଇଗଲା ବର୍ବାଦ, ଆଉ କେବେ ବି ମିଳିବନି ଭାରତୀୟ ଦଳରେ ସ୍ଥାନ

କ୍ରିକେଟ ଖବର : ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ ପ୍ରତିଯୋଗିତାର ଏକ ଭିନ୍ନ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏକପ୍ରକାରରେ ଆମେ କହିପାରିବା ଯେ, ଭାରତୀୟ କ୍ରିକେଟରେ ପ୍ରତିଯୋଗିତା ଚରମ ସୀମାରେ ପହଞ୍ଚିଛି। ଯେଉଁଠାରେ ପ୍ରତ୍ୟେକ ସ୍ଥାନ ପାଇଁ ଏକ ବିଶେଷ ଲଢେଇ ଆରମ୍ଭ ହୋଇଛି । ସାମ୍ପ୍ରତିକ ସମୟରେ, ଅନେକ ଯୁବ ଖେଳାଳି …
 

କ୍ରିକେଟ ଖବର : ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ ପ୍ରତିଯୋଗିତାର ଏକ ଭିନ୍ନ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏକପ୍ରକାରରେ ଆମେ କହିପାରିବା ଯେ, ଭାରତୀୟ କ୍ରିକେଟରେ ପ୍ରତିଯୋଗିତା ଚରମ ସୀମାରେ ପହଞ୍ଚିଛି। ଯେଉଁଠାରେ ପ୍ରତ୍ୟେକ ସ୍ଥାନ ପାଇଁ ଏକ ବିଶେଷ ଲଢେଇ ଆରମ୍ଭ ହୋଇଛି । ସାମ୍ପ୍ରତିକ ସମୟରେ, ଅନେକ ଯୁବ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି ଆଉ ଅନେକ ଯୁବ ଖେଳାଳି ଭାରତ ପାଇଁ ଗୋଟିଏ ରୁ ଦୁଇଟି ମ୍ୟାଚ ଖେଳି ଆଉ ନିଜ ସ୍ଥାନ କାୟମ ରଖିପାରିନାହାନ୍ତି। ସେହିପରି ଆହୁରି ଅନେକ ଖେଳାଳି ଭାରତ ପାଇଁ କ୍ରିକେଟ ଖେଳିବା ପାଇଁ ମଇଦାନରେ ଚେଷ୍ଟା ଜାରି ରଖିଛନ୍ତି।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି। ଯେଉଁଠାରେ ଦିନିକିଆ ସିରିଜ୍ ପାଇଁ ଦଳ ଚୟନ କରାଯାଇଛି। କିଛି ଯୁବ ଖେଳାଳିଙ୍କୁ ଏହି ଦିନିକିଆ ସିରିଜ ପାଇଁ ଦଳରେ ସୁଯୋଗ ମିଳିଥିବାବେଳେ ଅନ୍ୟ କିଛି ଯୁବ ଖେଳାଳିଙ୍କୁ ପୁନର୍ବାର ଅଣଦେଖା କରାଯାଇଛି। ଚୟନକମିଟି ସେମାନଙ୍କୁ ଧ୍ୟାନ ଦେଇନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଚୟନକର୍ତ୍ତା କମିଟି ୨ ଜଣ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇନାହାଁନ୍ତି। ଯଦିଓ ଶୁଣିବାକୁ ମିଳିଥିଲା ଯେ ଏହି ଦୁଇ ଖେଳାଳିଙ୍କୁ ପୁଣିଥରେ ଏକ ସୁଯୋଗ ଦିଆଯାଇପାରେ। ତେବେ ପୁଣିଥରେ ଚୟନକର୍ତ୍ତା ସେମାନଙ୍କୁ ଅଣଦେଖା କରିଛନ୍ତି। ତେବେ ଶୁଣିବାକୁ ମିଳିଛି ଯେ, ଏହି ଦୁଇ ଯୁବ ଖେଳାଳିଙ୍କ କ୍ୟାରିୟରରେ ଫୁଲଷ୍ଟପ ଲାଗି ସାରିଲାଣି। ଚୟନକର୍ତ୍ତା ଏମାନଙ୍କୁ ଆଉ ଦଳରେ ସ୍ଥାନ ଦେବାକୁ ପସନ୍ଦ କରୁନାହାନ୍ତି।

୧) କୁଲଦୀପ ଯାଦବ :

ଭାରତୀୟ କ୍ରିକେଟ ଦଳର ଚାଇନା ମ୍ୟାନ ସ୍ପିନ ବୋଲର କୁଲଦୀପ ଯାଦବ ତାଙ୍କ କ୍ୟାରିୟର ଆରମ୍ଭରେ କ୍ରିକେଟ୍ ଦୁନିଆରେ ଏକ ଜବରଦସ୍ତ ପ୍ରଭାବ ପକାଇଥିଲେ। କୁଲଦୀପ ଯାଦବ ସୀମିତ ଓଭର କ୍ରିକେଟରେ ଜବରଦସ୍ତ ଫର୍ମରେ ରହି ନିଜର ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିପାରିଥିଲେ। ଏମିତିକି ଅତୀତରେ କିମ୍ବଦନ୍ତୀ ସ୍ପିନ ବୋଲର ଆର ଅଶ୍ୱିନିଙ୍କ ସ୍ଥାନକୁ ହଟାଇ ଦେଇଥିଲେ କୁଲଦୀପ ଯାଦବ। ଅତୀତରେ କୁଲଦୀପ ଯାଦବ କ୍ରମାଗତ ଭାବରେ ଭାରତ ପାଇଁ ସଫଳତାର ମାଧ୍ୟମ ସାଜିଥିଲେ। ତାଙ୍କର ବୋଲିଂ ଯାଦୁରେ ଭାରତର ଚୟନକର୍ତା ଏବଂ ଅଧିନାୟକଙ୍କୁ ବାନ୍ଧି ରଖିଥିଲେ କୁଲଦୀପ।

କୁଲଦୀପ ଯାଦବ ନିଜ କ୍ୟାରିୟରର ସୀମିତ ଓଭର ଫର୍ମାଟରେ ଯେପରି ବୋଲିଂ କରୁଥିଲେ ତାଙ୍କ ବୋଲିଂ ପାଇଁ ସେ ଅଗ୍ରଣୀ ସ୍ପିନ୍ ବୋଲର ହୋଇ ସାରିଥିଲେ। କିନ୍ତୁ ଦେଖୁ ଦେଖୁ କୁଲଦୀପ ଯାଦବଙ୍କ କ୍ୟାରିୟରରେ ଆସିଗଲା କଳା ବାଦଲ। କିଛି ସମୟ ପାଇଁ ବିରତି ନେବା ପରେ ଆଉ ଦଳରେ ସ୍ଥାନ ପାଇଲେନି ସେ। ତାଙ୍କ ସ୍ଥାନରେ ପୁଣିଥରେ ଆସିଲେ ରବିଚନ୍ଦ୍ରନ ଅଶ୍ୱିନି।କୁଲଦୀପ ପୁନର୍ବାର ଦଳକୁ ଫେରିବା ପାଇଁ ସେ ଏକ ସୁଯୋଗ ଖୋଜୁଛନ୍ତି। କିନ୍ତୁ ଚୟନକର୍ତ୍ତାମାନେ ଆଉ କୁଲଦୀପଙ୍କୁ ସୁଯୋଗ ଦେବା ପାଇଁ ଚାହୁଁନାହାନ୍ତି। କୂଳଦୀପ ବିଷୟରେ ଯେଉଁଭଳି ଭାବରେ ନିଷ୍ପତ୍ତି ନେଇଛନ୍ତି ଚୟନକର୍ତ୍ତା ତାହାକୁ ଦେଖିଲେ ଲାଗୁଚି ଯେ, କୂଳଦୀପ ଯାଦବଙ୍କର କ୍ୟାରିୟର୍ ସମାପ୍ତ ହୋଇ ସାରିଛି। ଖାଲି ସେ ନିଜ ତରଫରୁ ନିଜର ଅବସର ଘୋଷଣା କରିବା ହିଁ ବାକି ରହିଛି।

୨) ସଞ୍ଜୁ ସାମସନ୍ :

ଭାରତୀୟ କ୍ରିକେଟରେ ପ୍ରତିଭାଶାଳୀ ଖେଳାଳିଙ୍କର କୌଣସି ଅଭାବ ନାହିଁ। ଯଦି ଆମେ ପ୍ରତିଭାଶାଳୀ ଖେଳାଳିଙ୍କ ବିଷୟରେ କହିବା ତେବେ ଭାରତର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ କେବେ ହେଲେ ଅଣଦେଖା କରାଯାଇପାରିବ ନାହିଁ। ଘରୋଇ କ୍ରିକେଟ୍ ଠାରୁ ଆରମ୍ଭ କରି ଆଇପିଏଲ୍ ପର୍ଯ୍ୟନ୍ତ ସଞ୍ଜୁ ସାମସନ୍ ନିଜର ପ୍ରଦର୍ଶନ ସହିତ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛନ୍ତି। ସଞ୍ଜୁ ଭାରତର ଅନ୍ୟତମ ପ୍ରତିଭାବନ ଖେଳାଳି ଭାବରେ ପରିଗଣିତ ହୋଇଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିବା ପରେ ସେ ଅଧିକ ପ୍ରଭାବ ଦେଖାଇ ପାରିନାହାନ୍ତି। ସଞ୍ଜୁଙ୍କୁ ଅନ୍ତର୍ଜାତୀୟ କ୍ୟାରିୟରରେ ଏତେ ସୁଯୋଗ ମିଳିନଥିଲେ ବି ତାଙ୍କୁ ଦଳରୁ ଅଣଦେଖା କରାଯାଉଛି। ଏହାରି ପଛର କାରଣ ସେ ମଧ୍ୟ ନିଜେ ଜାଣିନାହାନ୍ତି। ବର୍ତ୍ତମାନ ଦେଖାଯାଉଛି ଯେ ତାଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି।