ଯଦି କରୋନା ପାଇଁ ଭାରତରେ IPL 2022 ବାତିଲ ହୁଏ ତେବେ ହେବ କେଉଁଠି ? UAE ନୁହଁ ଏହି ଦେଶରେ ହୋଇପାରେ IPL

କ୍ରିକେଟ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ବର୍ତ୍ତମାନ କିଛି ମାସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ଏକ ନମ୍ବର ତଥା ହାଇ ବଜେଟ୍ ଟି-୨୦ ଲିଗ୍ ଆଇପିଏଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହା ସହିତ ଆଇପିଏଲ (IPL 2022) ର ଆଗାମୀ ସିଜନର ମେଗା ନିଲାମ ମଧ୍ୟ …
 

କ୍ରିକେଟ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ବର୍ତ୍ତମାନ କିଛି ମାସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ଏକ ନମ୍ବର ତଥା ହାଇ ବଜେଟ୍ ଟି-୨୦ ଲିଗ୍ ଆଇପିଏଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହା ସହିତ ଆଇପିଏଲ (IPL 2022) ର ଆଗାମୀ ସିଜନର ମେଗା ନିଲାମ ମଧ୍ୟ ଆସନ୍ତା ମାସର ୧୨ ଓ ୧୩ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଆଇପିଏଲ ବିଷୟରେ ଭାରତୀୟ ପ୍ରଶଂସକଙ୍କ ପାଇଁ ବର୍ତ୍ତମାନ ଏକ ଖରାପ ଖବର ଆସିଛି।

ଆପଣଙ୍କୁ କହି ଦେବାକୁ ଚାହିଁବୁ ଯେ, ଭାରତରେ କରୋନାର ନୂଆ ଭରିଆଣ୍ଟ ଓମିକ୍ରନ୍ ର ମାମଲା ଦିନକୁ ଦିନ କ୍ରମାଗତ ବୃଦ୍ଧି ପାଉଛି, ଏବଂ ଯଦି ଆସନ୍ତା ମାସରେ କରୋନା ସ୍ଥିତିରେ ଉନ୍ନତି ନହୁଏ, ତେବେ ଦ୍ଵିତୀୟ ପ୍ଲାନ ବିଷୟରେ ବିସିସିଆଇ ଚିନ୍ତା କରୁଛି। ଯଦି କରୋନା କାରଣରୁ ବିସିସିଆଇ ଭାରତରେ ଆଇପିଏଲ ଆୟୋଜନ ନ କରେ ତେବେ କେଉଁଠି ହେବ ଆଇପିଏଲ ୨୦୨୨। ତାକୁ ନେଇ ବର୍ତ୍ତମାନ ଆଲୋଚନା ଜୋର ଧରିଛି।

ତେବେ ଭାରତରେ ଯଦି ଆଇପିଏଲ ନ ହୁଏ ତେବେ, ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ଆଇପିଏଲ୍ ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ବିସିସିଆଇ ଆଲୋଚନା କରୁଛି। ଯାହାକି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଆଫ୍ରିକାରେ ଚାଲିଥିବା ଭାରତ ଓ ଆଫ୍ରିକାର ମ୍ୟାଚରେ ବିସିସିଆଇ ବହୁତ ଖୁସି। ଯଦି ଭାରତର କରୋନା ପରିସ୍ଥିତିରେ କୌଣସି ଉନ୍ନତି ନହୁଏ ତେବେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ର ଆସନ୍ତା ୧୫ ତମ ସିଜନ୍ ଆୟୋଜନ କରିବାକୁ ବିସିସିଆଇ ଚାହୁଁଛି। ସୂଚନାଯୋଗ୍ୟ ଯେ, ତେବେ ଭାରତରେ ନିର୍ବାଚନ କାରଣରୁ ଦକ୍ଷିଣ ଆଫ୍ରିକାରେ ୨୦୦୯ ମସିହାରେ ଆଇପିଏଲର ଦ୍ୱିତୀୟ ସିଜନ୍ ଆୟୋଜନ କରାଯାଇଥିଲା। ଏହା ସହିତ, ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ବ୍ୟତୀତ ବିସିସିଆଇ ମଧ୍ୟ ପଡୋଶୀ ଦେଶ ଶ୍ରୀଲଙ୍କାକୁ ଆଇପିଏଲ୍ ଆୟୋଜନ କରିବା ପାଇଁ ପ୍ଲାନ୍ ବି ଭାବରେ ରଖିଛି। କିନ୍ତୁ ବିସିସିଆଇ ୟୁଏଇରେ ଆସନ୍ତା ବର୍ଷର ଆଇପିଏଲ ଆୟୋଜନ କରିବା ପାଇଁ ସଫା ସଫା ମନା କରିଦେଇଛି।