IPL ର ଫ୍ରାଞ୍ଚାଇଜ୍ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ PM-CARES fund କୁ ଦାନ କଲେ ଏତେ କୋଟି ଟଙ୍କା

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା …
 

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୬ ହଜାରରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ପ୍ରାୟ ଦୁଇଶହ ଲୋକଙ୍କର ମୃତ୍ୟୁ ଘଟିଛି।

ଏଭଳି ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଦଳ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ଦାନ କରିଛନ୍ତି,ଅବଲୀଉଡ ଅଭିନେତା ଅକ୍ଷୟ କୁମାର ,ସମେତ ବହୁ କ୍ରିକେଟର ମଧ୍ୟ ଦାନ କରିଛନ୍ତି ଏମିତିକି ରୋହିତ ଶର୍ମା,ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକର, ସୁରେଶ ରାଇନା ଦାନ କରିଛନ୍ତି ଓ ବିସିସିଆଇ ମଧ୍ୟ ୫୧ କୋଟି ଟଙ୍କା ଦାନ କରିଛି।

ଏବଂ ଗୌତମ ଗମ୍ଭୀର ତାଙ୍କ ସାଂସଦ ପାଣ୍ଠିରୁ ପ୍ରଧାନ ମନ୍ତ୍ରୀ କେୟାର ଫଣ୍ଡକୁ ୧ କୋଟି ଟଙ୍କା ଦେଇଥିଲେ । ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର କେନ୍ଦ୍ରରୁ ଅତିରିକ୍ତ ସହାୟତା ପାଇଁ ମନୀଷ ସିସୋଧିୟା ଅନୁରୋଧ କରିଥିଲେ, ଏହା ଶୁଣିବା ପରେ ତୁରନ୍ତ ପୂର୍ବ ଦିଲ୍ଲୀ ସଂସଦୀୟ ଆସନରୁ ସାଂସଦ ଗୌତମ ଗମ୍ଭୀର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କା ଦ୍ଵାରା କରୋନା କିଟ୍ କ୍ରୟ କରା ଯାଇପାରିବ।