୨୬୧ ରନ କରି ମଧ୍ୟ ହାରିଗଲା କେକେଆର୍! ରାଗିଯାଇ ଏପରି କିଛି କହିଦେଲେ କ୍ୟାପଟେନ୍ ଶ୍ରେୟାସ….

 

ଶୁକ୍ରବାର ଦିନ, ପଞ୍ଜାବ କିଙ୍ଗ୍ସ ଦ୍ୱାରା ଶ୍ରେୟସ୍ ଆୟରଙ୍କ କୋଲକାତା ନାଇଟ୍ ରାଇଡର୍ସ ଏକ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ୍ ଗାର୍ଡେନ୍ସରେ ଦୁଇ ଦଳ ମଧ୍ୟରେ ଆଇପିଏଲ୍ ୨୦୨୪ର ୪୨ ତମ ମ୍ୟାଚ୍ ଖେଳାଯାଇଥିଲା, ଯାହା ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୬୧ ରନ୍ ସ୍କୋର କରିଥିଲା, ଏହା ପରେ ପଞ୍ଜାବ ୨୬୨ ରନ୍ ସଂଗ୍ରହ କରି ଆଠ ୱିକେଟ୍ ଜିତିଥିଲା।  

କ୍ୟାପଟେନ୍ ଶ୍ରେୟସ୍ ଆୟର୍ ମ୍ୟାଚ୍ ହାରିବା ପରେ ବହୁତ ନିରାଶ ଦେଖା ଯାଉଥିଲେ। ତେବେ ଆସନ୍ତୁ ଜାଣିବା ଏହି ପରାଜୟ ବିଷୟରେ ସେ କ’ଣ କହିଥିଲେ? ପଞ୍ଜାବ କିଙ୍ଗ୍ସ ହାତରେ ପରାଜୟର ସମ୍ମୁଖୀନ ହେବା ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟାସ ଆୟର କହିଛନ୍ତି ଯେ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲଥିଲା। କିନ୍ତୁ ଦିଆଯାଇଥିବା ଲକ୍ଷ୍ୟକୁ ରକ୍ଷା କରିବାରେ ଆମେ ବିଫଳ ହେଲୁ। ଶ୍ରେୟସ୍ ଆୟର କହିଛନ୍ତି, “ଯେଉଁଭଳି ଭାବରେ ସୁନୀଲ ନାରିନ ଏବଂ ଫିଲ୍ ସଲ୍ଟ ବ୍ୟାଟିଂ କରିଥିଲେ ତାହା ଦେଖିବା ଯୋଗ୍ୟ ଥିଲା। ଉଭୟ ଦଳ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।

ସେ ଆହୁରି କହିଛନ୍ତି ଯେ ଆମେ କେଉଁଠାରେ ଭୁଲ୍ କରିଛୁ ତାହା ଖୋଜିବାକୁ ପଡିବ। ଏତେ ବଡ ସ୍କୋର କରିବା ପରେ ହାରିବା କଷ୍ଟଦାୟକ କିନ୍ତୁ ଆମକୁ ଏହି ଭୁଲରୁ ଶିଖିବାକୁ ହେବ। ଏଠାରେ ଆଉ ଗୋଟିଏ ମ୍ୟାଚ୍ ବାକି ଅଛି, ଆମେ ପରିସ୍ଥିତି ବୁଝିବାକୁ ଚେଷ୍ଟା କରିବୁ ଏବଂ ଏହାର ଫାଇଦା ଉଠାଇବୁ। ସୁନୀଲ ନାରିନ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି ବହୁତ ଭଲ ଲାଗିଲା, ଆଶା କରୁଛି ସେ ଏହିପରି ଜାରି ରଖିବେ ବୋଲି କହିଛନ୍ତି ଶ୍ରେୟସ ଆୟର।

ମ୍ୟାଚ୍ ବିଷୟରେ କହିବାକୁ ଗଲେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ କୋଲକାତା ନାଇଟ୍ ରାଇଡର୍ସ ୬ ୱିକେଟ୍ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲେ। ଫିଲ୍ ସଲ୍ଟ ୭୫ ରନ୍, ସୁନୀଲ ନାରିନ ୭୧ ରନ୍ ଏବଂ ଭେଙ୍କଟେଶ ଆୟର୍ ୩୯ ରନ୍ ସ୍କୋର କରିଥିଲେ। ଏହାର ଜବାବରେ ପଞ୍ଜାବ କିଙ୍ଗସ୍ ୧୮.୪ ଓଭରରେ ଦୁଇଟି ୱିକେଟ୍ ହରାଇ ୨୬୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।

ପ୍ରଭସିମରନ୍ ସିଂ ୨୦ ବଲ୍ର ସମ୍ମୁଖୀନ ହୋଇ ୫୪ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଜନି ବେୟାରଷ୍ଟୋ ୪୮ ବଲରେ ୧୦୮ ରନ୍ ସଂଗ୍ରହ କରିଥିଲେ। ସେହିପରି ମାତ୍ର ୨୮ଟି ବଲରେ ଶଶାଙ୍କ ସିଂ ୬୮ ରନ କରି ଅପରାଜିତ ରହିଥିଲେ। ଏଥିସହିତ ପଞ୍ଜାବ କିଙ୍ଗ୍ସ ଆଇପିଏଲରେ ଇତିହାସ ସୃଷ୍ଟି କରିଛି।  ବାସ୍ତବରେ, ଏହା ଆଇପିଏଲର ସବୁଠାରୁ ବଡ ଚେଜ୍ ଅଟେ।