ଦେଖନ୍ତୁ ଭିଡିଓ: 150KMPH ରେ ବୋଲିଂ କରୁଥିବା ବୋଲର କୁ ରିଙ୍କୁ ସିଂ 1 ଓଭରରେ ମାରିଲେ 26 ରନ୍, ଶାହାରୁଖଙ୍କ ରିଏକ୍ସନ ଭାଇରଲ

 

ଆଇପିଏଲ ୨୦୨୩ ରେ, ରିଙ୍କୁ ସିଂ କେକେଆର ପକ୍ଷରୁ ଖେଳୁଥିବା ବେଳେ ଗୁଜୁରାଟର ୟସ୍ ଦୟାଲଙ୍କୁ ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚ ଜିତାଇ ଦେଇଥିଲେ। ତାହା ପରଠାରୁ ରିଙ୍କୁ ପଛକୁ ଫେରି ଚାହିଁନାହାଁନ୍ତି। ସେ ଲଗାତାର କେକେଆର ଓ ଭାରତ ପାଇଁ ଚମତ୍କାର ପ୍ରଦର୍ଶନମାନ କରି ଦେଖାଉଛନ୍ତି। ତାଙ୍କ ସାମ୍ନାରେ ବୋଲର ଯିଏ ଥାଉ ନା କାହିଁକି ସେ ଛକା ଚୌକାର ବର୍ଷା ଜାରି ରଖିଛନ୍ତି।  

ଆଇପିଏଲ୍ ୨୦୨୪ ରେ ରିଙ୍କୁଙ୍କ ଭୟଙ୍କର ରୂପ ପୁଣିଥରେ ଦେଖିବାକୁ ମିଳିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଧୃତ ବୋଲର ଏନରିକ୍ ନକିଆଙ୍କୁ ଗୋଟିଏ ଓଭରରେ ୨୬ ରନ ଯୋଡିଥିଲେ। ଦିଲ୍ଲୀ ବିପକ୍ଷ ମ୍ୟାଚରେ ରିଙ୍କୁ ସିଂ ଡେଥ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ଘଣ୍ଟା ପ୍ରତି ୧୫୦ ବେଗରେ ବୋଲିଂ କରୁଥିବା ଏନ୍ରିକ୍ ନକିଆ ୧୯ ତମ ଓଭର ନେଇ ତାଙ୍କ ସାମ୍ନାକୁ ଆସିଥିଲେ।  କିନ୍ତୁ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ନକିଆକୁ ଅତି ସହଜରେ ଛକା ଚୌକା ମାରିଥିଲେ।

ରିଙ୍କୁ ଓଭରର ପ୍ରଥମ ବଲରେ ଛକା ମାରିଥିଲେ ଏବଂ ଦ୍ୱିତୀୟ ବଲରେ ମଧ୍ୟ ଛକା ମାରିଥିଲେ। ତୃତୀୟ ବଲରେ ଦୁଇ ରନ୍ ଆସିଥିଲା। ଚତୁର୍ଥ ବଲରେ ରିଙ୍କୁ ପୁଣି ଛକା ମାରିଥିଲେ। ୫ମ ବଲରେ ସେ ଚୌକା ମାରିଥିଲେ। ଷଷ୍ଠ ବଲରେ ମଧ୍ୟ ରିଙ୍କୁ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ଆଉଟ ହୋଇଥିଲେ।

ନାରିନ ୩୯ ବଲରେ ୮୫ ରନର ଇନିଂସ ଖେଳିଥିଲେ ଯେଉଁଥିରେ ୭ ଛକା ଓ ୭ ଚୌକା ସାମିଲ ଥିଲା। ଏହା ପରେ ଆଣ୍ଡ୍ରେ ରସେଲ ଦିଲ୍ଲୀ ବୋଲରଙ୍କ ଉପରେ ପ୍ରହାର କରି ୧୯ ବଲରେ ୪୧ ରନ୍ ସଂଗ୍ରହ କରିଥିଲେ। ସଂରାଇଜର୍ସ ହାଇଦ୍ରାବାଦ ଦ୍ୱାରା ସୃଷ୍ଟି କରାଯାଇଥିବା ୨୭୭ ରନର ରେକର୍ଡ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଥିଲା। କିନ୍ତୁ ଶେଷ ଓଭରର ପ୍ରଥମ ବଲରେ ରସେଲ ଆଉଟ ହେବାପରେ କୋଲକାତା ଦଳ ୨୭୨ ରନ ହିଁ ସଂଗ୍ରହ କରି ପାରିଥିଲା।