IPL 2025 ପୂର୍ବରୁ ଖରାପ ହେଲା RCBର ଭାଗ୍ୟ! ଚାମ୍ପିୟନ୍ ହେବାର ଭାଙ୍ଗିଲା ଆଶା….​​​​​​​

 
RCB

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ମାର୍ଚ୍ଚ ୨୨ ରୁ ଡିଫେଣ୍ଡିଂ ଚାମ୍ପିଅନ୍ କେକେଆର୍ ଏବଂ ଆରସିବି ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହେବ। ଆଇପିଏଲ୍ ୨୦୨୫ ପୂର୍ବରୁ, ମେଗା ନିଲାମ ଦୁବାଇର ଜେଡ୍ଡା ଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆରସିବି ମ୍ୟାନେଜମେଣ୍ଟ ସେମାନଙ୍କ ଦଳରେ ଅନେକ ପ୍ରତିଭାବାନ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଥିଲା। କିନ୍ତୁ IPL ୨୦୨୫ ଆରମ୍ଭ ପୂର୍ବରୁ ହିଁ RCBର ସମସ୍ୟା ବଢୁଥିବା ପରି ମନେହେଉଛି। 

RCB

ଆଇପିଏଲ୍ ୨୦୨୫ ପୂର୍ବରୁ ଭାରତରେ ମହିଳା ପ୍ରିମିୟର ଲିଗ୍ ୨୦୨୫ ଖେଳାଯାଉଛି। WPL ର ଏହା ହେଉଛି ତୃତୀୟ ସଂସ୍କରଣ। ଚଳିତ ସିଜନ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧିନ ଆରସିବିର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏଥିସହିତ RCB ପ୍ଲେ ଅଫ୍ ଦୌଡ଼ରୁ ମଧ୍ୟ ବାଦ୍ ପଡ଼ିଛି। ବାସ୍ତବରେ, ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ RCBକୁ ୯ ୱିକେଟରେ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିଛି। ଏହି ପରାଜୟ ସହିତ ଆରସିବି ପ୍ଲେ ଅଫ୍ ରୁ ବାଦ୍ ପଡିବା ସମ୍ଭାବନା ରହିଛି। ଚଳିତ ସିଜନରେ, ଆରସିବି ୬ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ସେମାନେ ୨ ଟି ଜିତିଥିବାବେଳେ ଅନ୍ୟ ୪ ଟି ମ୍ୟାଚରେ ସେମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ବର୍ତ୍ତମାନ ପଏଣ୍ଟ ଟେବୁଲରେ ଆରସିବି ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି। ଦିଲ୍ଲୀ ପ୍ଲେ ଅଫ୍ ଟିକେଟ୍ ସୁରକ୍ଷିତ କରିସାରିଛି, ତେଣୁ ଅବଶିଷ୍ଟ ଦୁଇଟି ସ୍ଥାନ ପାଇଁ ମୁମ୍ବାଇ, ଗୁଜୁରାଟ ଏବଂ ୟୁପିରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବ ଆରସିବି। ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ, ଆରସିବିକୁ ଅବଶିଷ୍ଟ ଉଭୟ ମ୍ୟାଚକୁ ଏକ ବୃହତ ବ୍ୟବଧାନରେ ଜିତିବାକୁ ହେବ ଏବଂ ଅନ୍ୟ ଦଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ, କେବଳ ସେତେବେଳେ ସେମାନେ ପ୍ଲେ ଅଫ୍ ରେ ସେମାନଙ୍କର ସ୍ଥାନ ସୁନିଶ୍ଚିତ କରିବାରେ ସଫଳ ହେବେ।