ଧୋନି ହୋଇଗଲେ ବୁଢା, ଏହି ସିଜନ IPL ରେ ପ୍ରଥମ ଥର ରନ୍ ଆଉଟ ହେଲେ, ମିଚେଲଙ୍କୁ ମଧ୍ୟ ଦେଲେ ନାହିଁ ଷ୍ଟ୍ରାଇକ୍, ପ୍ରଶଂସକ ହେଲେ କ୍ରୋଧିତ

 

ଗତକାଲି ଚେନ୍ନାଇ ସୁପରକିଂଗ୍ସ ଏବଂ ପଞ୍ଜାବ କିଂଗ୍ସ ମଧ୍ୟରେ ଚେନ୍ନାଇ ଠାରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ ସହଜ ବିଜୟ ହାସଲ କରି ପ୍ଲେ-ଅଫ୍ ପାଇଁ ନିଜର ଆଶା ବଜାୟ ରଖିଛି। ଅନ୍ୟପକ୍ଷରେ ଚେନ୍ନାଇ ନିଜ ଗଡ଼ରେ ଚଳିତ ସିଜନରେ ଦ୍ଵିତୀୟ ଥର ପରାଜୟ ସ୍ୱୀକାର କରିଛି। ତେବେ, ଏହି ମ୍ୟାଚରେ ଆଉ ଏକ ବଡ଼ କଥା ଦେଖିବାକୁ ମିଳିଥିଲା।

ଚଳିତ ସିଜନରେ ଏପର୍ଯ୍ୟନ୍ତ ସୁଦ୍ଧା ଆଉଟ ହୋଇନଥିବା ମହେନ୍ଦ୍ର ସିଂ ଧୋନୀ ଏଥର ଇଂନିଂସର ଶେଷ ବଳରେ ଆଉଟ ହୋଇଛନ୍ତି। ପଞ୍ଜାବ ବିପକ୍ଷରେ ଧୋନୀ ୧୧ ବଲରେ ୧୪ ରନର ଇନିଂସ ଖେଳିଥିଲେ। ସେ ଏହି ଇନିଂସରେ ଗୋଟିଏ ଲେଖାଏଁ ଚୌକା ଏବଂ ଛକା ମାରିଥିଲେ। ଏହି ମ୍ୟାଚରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୨୭ ରହିଥିଲା ଯାହାକି ଚଳିତ ସିଜନରେ ସବୁଠାରୁ କମ୍ ଅଟେ।

ଚେନ୍ନାଇ ଇନିଂସର ଶେଷ ଓଭରର ପ୍ରଥମ ବଲରେ ଧୋନୀ ଚୌକା ମାରିଥିଲେ। ଏହାପରେ ସେ ତିନୋଟି ବଲ ଡ଼ଟ୍ ଖେଳିଥିଲେ। ତେବେ, ସେଥିମଧ୍ୟରୁ ଗୋଟିଏ ବଲରେ ସିଙ୍ଗଲ ନେବାର ମୌକା ରହିଥିଲେ ହେଁ ଧୋନୀ ଏହା ନେବାକୁ ମନା କରି ଦେଇଥିଲେ। ପ୍ରକୃତରେ ଡାରିଲ୍ ମିଚେଲ୍ ରନ ନେବା ପାଇଁ ପୁରା ଷ୍ଟ୍ରାଇକସ୍ ଏଣ୍ଡରୁ ଫେରି ଆସିଥିଲେ ହେଁ ଧୋନୀ ରନ ନେଇନଥିଲେ। 

ଏହି ଘଟଣା କିଛି ଫ୍ୟାନ୍ସ ଗ୍ରହଣ କରି ପାରିନାହାଁନ୍ତି। ମିଚେଲ ଜଣେ ବ୍ୟାଟର ହୋଇଥିବା ବେଳେ କାହିଁକି ଧୋନୀ ତାଙ୍କୁ ସିଙ୍ଗଲ ଦେଲେ ନାହିଁ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ, ଏହି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ମାତ୍ର ୧୬୨ ରନ ସ୍କୋର ହୋଇଥିଲା। ଜବାବରେ ପଞ୍ଜାବ ଯଥେଷ୍ଟ ଓଭର ବାକି ଥାଇ ଏହି ଲକ୍ଷକୁ ସହଜରେ ପିଛା କରି ନେଇଥିଲା।