IPL 13 ତମ ସଂସ୍କରଣରେ ନଜର ଆସିବେ ନାହିଁ ଲସିଥ ମାଲିଙ୍ଗା, ବଦଳି ଖେଳାଳି ଭାବେ ଏହି ଅଷ୍ଟ୍ରେଲିଆ ହେବେ ସାମିଲ

ଚଳିତ ବର୍ଷ ଆଇପିଏଲ ର 13 ତମ ସଂସ୍କରଣରେ ନଜର ଆସିବେ ନାହିଁ ବରିଷ୍ଠ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା, ସେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଅନୁଭବୀ ବୋଲର ଅଟନ୍ତି, ସେ ବର୍ତମାନ ଆଇପିଏଲ ନ ଖେଳିବାକୁ ନିଷ୍ପତି ନେଇଥିବା ଜଣାପଡିଛି, ଦଳ ପକ୍ଷରୁ କୁହ ଯାଇଛି ଯେ ସେ ବ୍ୟକ୍ତିଗତ କାରଣରୁ ଚଳିତ ୧୩ତମ …
 

ଚଳିତ ବର୍ଷ ଆଇପିଏଲ ର 13 ତମ ସଂସ୍କରଣରେ ନଜର ଆସିବେ ନାହିଁ ବରିଷ୍ଠ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା, ସେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଅନୁଭବୀ ବୋଲର ଅଟନ୍ତି, ସେ ବର୍ତମାନ ଆଇପିଏଲ ନ ଖେଳିବାକୁ ନିଷ୍ପତି ନେଇଥିବା ଜଣାପଡିଛି, ଦଳ ପକ୍ଷରୁ କୁହ ଯାଇଛି ଯେ ସେ ବ୍ୟକ୍ତିଗତ କାରଣରୁ ଚଳିତ ୧୩ତମ ସଂସ୍କରଣରେ ଉପଲବ୍ଧ ହୋଇପାରିବେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ଲସିଥ୍ ମାଲିଙ୍ଗା ବଦଳି ଖେଳାଳି ଭାବେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପାଟିସନଙ୍କୁ ଦଳରେ ସାମିଲ କରାଯାଇଛି, ଏନେଇ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ମାଲିକ ଆକାଶ ଅମ୍ବାନୀ ପାଟିନସନଙ୍କ ସ୍ଵାଗତ କରିବା ସହିତ ମାଲିଙ୍ଗାଙ୍କୁ ସମର୍ଥନ ମଧ୍ୟ ଜଣାଇଛନ୍ତି।

ଟିମ୍ ମାଲିକ ଆକାଶ ଅମ୍ବାନୀ ପାଟିନସନଙ୍କ ସ୍ଵାଗତ କରିବା ସହ କହିଚିଛନ୍ତି ଯେ ସେ ଟିମ ରେ ଯୋଗ ଦେବା ପରେ ଆମର ଦ୍ରୁତ ବୋଲର ବାହିନୀକୁ ଅଧିକ ମଜବୁତ ହେବ ଏବଂ ସେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।