ଏହି 5 କିମ୍ବଦନ୍ତୀ ଭାରତୀୟ ଖେଳାଳି IPL 2023 ପରେ ନେବେ କ୍ରିକେଟରୁ ଅବସର, ନମ୍ବର 5 ସମସ୍ତଙ୍କ ଅଟେ ପ୍ରିୟ

 

କ୍ରିକେଟ୍ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 16 ତମ ସିଜନ 31 ମାର୍ଚ୍ଚରୁ ଆରମ୍ଭ ହେବ  ଆଇପିଏଲ୍ ହେଉଛି ଏପରି ଏକ ଲିଗ୍ ଯାହା ପ୍ରତିବର୍ଷ କୋଟି କୋଟି କ୍ରିକେଟ୍ ପ୍ରେମୀ ତଥା ଖେଳାଳିଙ୍କ ଦ୍ୱାରା ଅପେକ୍ଷା କରାଯାଇଥାଏ।  ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ସକ୍ରିୟ ନଥିବା ଖେଳାଳୀମାନେ ମଧ୍ୟ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖାଯାଏ ଏବଂ ସେମାନଙ୍କର ପ୍ରଶଂସକମାନେ ମଧ୍ୟ ତାହା ଉପଭୋଗ କରନ୍ତି।

ଆଇପିଏଲ୍ ର ପ୍ରତ୍ୟେକ ସିଜନ ପରେ କେହି ବି ଜଣେ ଖେଳାଳୀ ଅବସର ଗ୍ରହଣ କରନ୍ତି। ତେବେ ଆସନ୍ତୁ ଜାଣିବା ଏହିପରି 5 ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ, ଯେଉଁମାନଙ୍କ ଆଇପିଏଲ୍ 2023 ଶେଷ ସିଜନ ହେବା ସହିତ ଦୁନିଆର ଏହି ବଡ ଲିଗ୍ ରୁ ଅବସର ଘୋଷଣା କରିପାରନ୍ତି। 

ଚଳିତବର୍ଷର ଆଇପିଏଲ୍ ପରେ ଏହି 5 ଜଣ ଖେଳାଳି କରି ପାରନ୍ତି ନିଜର ଅବସର ଘୋଷଣା:

1) ଅମ୍ବାତି ରାୟୁଡୁ:

ଚଳିତବର୍ଷର ଆଇପିଏଲ୍ ସିଜନ 37 ବର୍ଷୀୟ ଅମ୍ବାତି ରାୟୁଡୁଙ୍କ କ୍ୟାରିୟରର ଶେଷ ଆଇପିଏଲ୍ ସିଜନ ହୋଇପାରେ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ରାୟୁଡୁଙ୍କର ଆଇପିଏଲ୍ କ୍ୟାରିୟର ଭଲ ରହିଛି। ମୁମ୍ବାଇ ଏବଂ ଚେନ୍ନାଇ ପାଇଁ ଖେଳିବା ବେଳେ ରାଇଡୁ ମଧ୍ୟ ଟାଇଟଲ୍ ଜିତିଛନ୍ତି। ଗତ ସିଜନରେ 13 ଟି ମ୍ୟାଚରେ ଚେନ୍ନାଇ ପାଇଁ 274 ରନ୍ ସ୍କୋର କରିଥିଲେ ସେ। ରାୟୁଡୁ ତାଙ୍କ ଆଇପିଏଲ୍ କ୍ୟାରିୟରରେ 188 ଟି ମ୍ୟାଚ୍ ଖେଳି ହାରାହାରି 29.10 ରେ 4190 ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ରାଇଡୁ ଗୋଟିଏ ଶତକ ଏବଂ 22ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।2024 ବର୍ଷର ଆଇପିଏଲ୍ ବେଳକୁ ରାଇଡୁଙ୍କୁ 38 ବର୍ଷରୁ ଅଧିକ ହେବ, ତେଣୁ ସମ୍ଭବତଃ ସେ ଚଳିତ ବର୍ଷ ଆଇପିଏଲ୍ ପରେ ଅବସର ନେବେ ବୋଲି ଆଲୋଚନା ହେଉଛି। 

2) ଇଶାନ୍ତ ଶର୍ମା:

ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଅନେକ ସିଜନ ହେବ ଆଇପିଏଲରେ ନିୟମିତ ଖେଳିବାର ସୁଯୋଗ ପାଇନାହାଁନ୍ତି। ସମ୍ପ୍ରତି, ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ଅଂଶ ଅଛନ୍ତି ଇଶାନ୍ତ। ତେବେ ସେ 2020 ରେ ଗୋଟିଏ, 2021 ରେ 3 ​ଟି ମ୍ୟାଚ୍ ଆଉ 2022 ସିଜନରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ। ଯଦି ଆଇପିଏଲ୍ 2023 ରେ ମଧ୍ୟ ଶର୍ମା ଦିଲ୍ଲୀ ପକ୍ଷରୁ ସୁଯୋଗ ପାଆନ୍ତି ନାହିଁ, ତେବେ ସେ ଏହି ଲିଗରୁ ଅବସର ଘୋଷଣା କରିପାରନ୍ତି। ଶର୍ମା ତାଙ୍କ କ୍ୟାରିୟରରେ 93 ଟି ଆଇପିଏଲ୍ ମ୍ୟାଚ୍ ଖେଳି 73 ୱିକେଟ୍ ନେଇଛନ୍ତି। ସେ କୋଲକାତା, ହାଇଦ୍ରାବାଦ ଏବଂ ପଞ୍ଜାବ ପାଇଁ ମଧ୍ୟ ଖେଳିଛନ୍ତି।

3) ରିଦ୍ଧିମାନ ଶାହା:

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହାଙ୍କ ପାଇଁ ଚଳିତ ଆଇପିଏଲ୍ ସିଜନ ଶେଷ ଆଇପିଏଲ୍ ହୋଇପାରେ। ଶାହା ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଦଳର ଏକ ଅଂଶ, 2023 ରେ ତାଙ୍କୁ 39 ବର୍ଷ ବୟସ ହୋଇଛି ଏବଂ ଯେତେବେଳେ ଆଇପିଏଲ୍ ଆସନ୍ତା ବର୍ଷ ଆରମ୍ଭ ହେବ, ସେତେବେଳେ ସେ ପାଖାପାଖି 40 ବର୍ଷର ହୋଇ ସାରିଥିବେ। ତେଣୁ ସେ ଏହି ସିଜନ ପରେ ଆଇପିଏଲ୍ କୁ ବିଦାୟ କହି ପାରନ୍ତି। ଶାହା ଏପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସମସ୍ତ ଆଇପିଏଲ୍ ଖେଳିଛନ୍ତି।  କୋଲକାତା, ପଞ୍ଜାବ, ହାଇଦ୍ରାବାଦ, ଚେନ୍ନାଇ ଦଳରେ ଖେଳିଥିବା ସାହା 144 ମ୍ୟାଚରେ 2427 ରନ୍ ସଂଗ୍ରହ କରି ଗୋଟିଏ ଶତକ ଏବଂ 11ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

4) ଦୀନେଶ କାର୍ତ୍ତିକ:

ଆଇପିଏଲ୍ 2023 ମଧ୍ୟ ଦୀନେଶ କାର୍ତ୍ତିକଙ୍କ ପାଇଁ ତାଙ୍କ କ୍ୟାରିୟରର ଶେଷ ସିଜନ ହୋଇପାରେ, ଯିଏ ଗତ ସିଜନରେ ଦ୍ରୁତ ବ୍ୟାଟିଂ କରି ଲୋକଲୋଚନକୁ ଆସିଥିଲେ। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଖେଳୁଥିବା କାର୍ତ୍ତିକ ଆଇପିଏଲରେ କୋଲକାତା, ମୁମ୍ବାଇ, ପଞ୍ଜାବ, ଗୁଜୁରାଟ ଏବଂ ଦିଲ୍ଲୀ ପାଇଁ ଖେଳି ସାରିଛନ୍ତି। ଦୀନେଶ କାର୍ତ୍ତିକ, ଆଇପିଏଲର 229 ମ୍ୟାଚରେ 4376 ରନ୍ ସଂଗ୍ରହ କରି 20ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

5) ମହେନ୍ଦ୍ର ସିଂ ଧୋନି:

ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଚଳିତବର୍ଷର ଆଇପିଏଲ୍ ସିଜନ ଖେଳାଳି ଭାବରେ ଶେଷ ଆଇପିଏଲ ହୋଇପାରେ। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାରିଥର ଚାମ୍ପିୟନ କରାଇଛନ୍ତି। 2023 ରେ 42 ବର୍ଷ ହେବାକୁ ଯାଉଥିବା ଧୋନିଙ୍କୁ ଆଗାମୀ ସିଜନରେ ଖେଳାଳି ଭାବେ ଦେଖାଯିବାର ସମ୍ଭାବନା ନାହିଁ। ଧୋନି, ଆଇପିଏଲର ଅନ୍ୟତମ ସଫଳ ଖେଳାଳି, 2008 ଠାରୁ 234 ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି 39.20 ରେ 4978 ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ 24ଟି ଅର୍ଦ୍ଧଶତକ ରହିଛି।

ଆହୁରି ପଢ଼ନ୍ତୁ: WTC Final Scenario : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇପାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍ ଟ୍ରଫି ପାଇଁ ମୁକାବିଲା, ଜାଣନ୍ତୁ ସମୀକରଣ