IPL 2022 : ନୂଆ ୨ଟି ଦଳର ପାଖରେ ରହିଛି ଏତେ କୋଟି ଟଙ୍କା, ମେଗା ନିଲାମରେ କିଣିପାରିବେ ଷ୍ଟାର ଖେଳାଳି

ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣି ତାଙ୍କୁ ଦଳର ଅଧିନାୟକ ପଦ ଦେଇଛି। ଆଉ ସେପଟେ ନିଜ କ୍ରିକେଟ କ୍ୟାରିୟରରେ ପ୍ରଥମ ଥର ଅଧିନାୟକ ଦାୟିତ୍ୱ ପାଇଥିବା ହାର୍ଦ୍ଦିକ ବର୍ତ୍ତମାନ ନିଜ ଫିଟନେଶକୁ ନେଇ ଚିନ୍ତାରେ ଅଛନ୍ତି। ତେବେ ଆଇପିଏଲ ପୂର୍ବରୁ ସେ ଅସୁସ୍ଥତାରୁ ମୁକ୍ତି ପାଇ ସାରିଥିବେ ବୋଲି ଡାକ୍ତର କହିଛନ୍ତି।
ଅନ୍ୟପଟେ ଯଦି ଆମେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ବିଷୟରେ ଆଲୋଚନା କରିବା ତେବେ, ଲୋକେଶ ରାହୁଲଙ୍କୁ ୧୭ କୋଟିରେ କିଣିଛି ଏହି ଫ୍ରାଞ୍ଚାଇଜ୍। ଏହା ସହିତ ମାର୍କସ୍ ଷ୍ଟୋଇନିସଙ୍କୁ ୯.୨ କୋଟି ଏବଂ ରବି ବିଷ୍ଣୁଙ୍କୁ ୪ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ଫ୍ରାଞ୍ଚାଇଜ୍। ତେବେ ସୂଚନା ଥାଉ ଯେ, ରବି ବିଷ୍ଣୁଙ୍କୁ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁ ଥିବା ଘରୋଇ ସିରିଜ୍ ପାଇଁ ମନୋନୀତ କରାଯାଇଛି।
ଏହିକ୍ରମରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ମୋଟ ୩୦.୨ କୋଟି ଟଙ୍କା ଖର୍ଚ୍ଚ କରି ନିଜର ୩ ଜଣ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କୁ କିଣିସାରିଛି। ତେବେ ଲୋକେଶ ରାହୁଲଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଦଳର ଅଧିନାୟକ ଦାୟିତ୍ୱ ଦେଇଛି। ଏହା ସହିତ ପୂର୍ବରୁ ରାହୁଲ ପଞ୍ଜାବ କିଙ୍ଗସ ଅଧିନାୟକ ରହିଥିଲେ। ତେବେ ଲକ୍ଷ୍ନୌ ଫ୍ରାଞ୍ଚାଇଜର ପର୍ସରେ ଆଉ ୫୮ କୋଟି ଟଙ୍କା ବାକି ରହିଛି , ଯେଉଁଥିରେ ସେ ଦଳ ପାଇଁ ବାକି ଖେଳାଳି ଆସନ୍ତା ମାସରେ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଥିବା ମେଗା ନିଲାମରେ କିଣିବ।
ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ ରେ ସମୁଦାୟ ଦଶଟି ଦଳ ଅଂଶଗ୍ରହଣ କରୁଛନ୍ତି, ପୁରୁଣା ଆଠଟି ଦଳ ନିଜ ନିଜର ଖେଳାଳିଙ୍କୁ ରିଟେନ କରି ସାରିଛନ୍ତି। ଯେତେବେଳେ କି ଅହମ୍ମଦାବାଦ, ଲକ୍ଷ୍ନୌ ଦଳକୁ ମେଗା ନିଲାମ ପୂର୍ବରୁ ତିନିଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ କୁହାଯାଇଥିଲା। ତେବେ ବର୍ତ୍ତମାନ ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ନାମ ଘୋଷଣା କରିଥିବାରୁ ମେଗା ନିଲାମର ରାସ୍ତା ସଫା ହୋଇଯାଇଛି।