IPL 2020 ପ୍ରଶଂସକଙ୍କ ପାଇଁ ବଡ ଝଟକା,ବିସିସିଆଇ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳମାନଙ୍କୁ ଦେଲେ ଏଭଳି ସୂଚନା…

କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ୨୪ ମାର୍ଚ୍ଚରେ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ହେଲେ ବର୍ତମାନ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଇପିଏଲ୍ ୨୯ ମାର୍ଚ୍ଚରୁ ୨୪ ମେ …
 

କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ୨୪ ମାର୍ଚ୍ଚରେ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ବର୍ତମାନ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଆଇପିଏଲ୍ ୨୯ ମାର୍ଚ୍ଚରୁ ୨୪ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ର ଥିଲା କିନ୍ତୁଏହି କାରଣରୁ ବିସିସିଆଇ ଆଇପିଏଲ୍ ର ସମସ୍ତ ଦଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ସ୍ଥଗିତ ରଖିବା ବିଷୟରେ ସୂଚନା ଦେଇଛନ୍ତି, ଯାହାଫଳରେ ଏପ୍ରିଲ ଏବଂ ମେ ମାସରେ ଲିଗ୍ ହେବାର ସମ୍ଭାବନା ନାହିଁ। ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ କିନ୍ତୁ ଏହା ବୁ ଝାପଡୁଛି ଯେ ବିସିସିଆଇ ଆଠଟି ଫ୍ରାଞ୍ଚାଇଜ୍ ଏବଂ ପ୍ରସାରଣକାରୀଙ୍କ ସମେତ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସୂଚନା ଦେଇଛି ଯେ ଲିଗ୍ ସ୍ଥଗିତ ରଖାଯାଉଛି,କିନ୍ତୁ ବାତିଲ୍ କରାଯାଇ ନାହିଁ ।

ଫ୍ରାଞ୍ଚାଇଜ୍ ର ଏକ ସଦସ୍ୟ କହିବା ଅନୁଯାୟୀ “ବିସିସିଆଇ ଆମକୁ ସୂଚନା ଦେଇଛନ୍ତି ଯେ ଆଇପିଏଲକୁ ସ୍ଥଗିତ ରଖାଯାଉଛି କିନ୍ତୁ ଖୁବ ଶୀଘ୍ର ଏନେଇ କୌଣସି ବି ରାୟ ପ୍ରକାଶ ପାଇବ ଏବଂ ଏହା ମଧ୍ୟ କହିଛନ୍ତି ଯେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରିବାର ଘୋଷଣା ପରେ ଏପ୍ରିଲ୍-ମେ ମାସରେ ଆଇପିଏଲ୍ ପରିଚାଳନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିବା ଜଣା ପଡିଛି ।