IPL 2022: ଆସନ୍ତା ମେଗା ନିଲାମରେ ଏହି ୫ ଜଣ ଖେଳାଳିଙ୍କୁ କିଣିବାକୁ ଚାହୁଁଛି CSK, ଏହି ଖେଳାଳି ଧୋନିଙ୍କ ପ୍ରିୟ ଅଟେ

କ୍ରିକେଟ ଖବର : ଆଉ ହାତ ଗଣତି କେତୋଟି ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ। କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଆଇପିଏଲ ୨୦୨୨ କୁ ଦେଖିବା ଓ ଉପଭୋଗ କରିବା ପାଇଁ ଚାହିଁ ରହିଛନ୍ତି। ଆଉ ଆଇପିଏଲ ପୂର୍ବରୁ ଚଳିତ ମାସର ଶେଷ ବେଳକୁ କିମ୍ବା ଆସନ୍ତା ମାସର …
 

କ୍ରିକେଟ ଖବର : ଆଉ ହାତ ଗଣତି କେତୋଟି ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ। କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଆଇପିଏଲ ୨୦୨୨ କୁ ଦେଖିବା ଓ ଉପଭୋଗ କରିବା ପାଇଁ ଚାହିଁ ରହିଛନ୍ତି। ଆଉ ଆଇପିଏଲ ପୂର୍ବରୁ ଚଳିତ ମାସର ଶେଷ ବେଳକୁ କିମ୍ବା ଆସନ୍ତା ମାସର ଆରମ୍ଭରେ ଆଇପିଏଲ ପାଇଁ ମେଗା ନିଲାମ ହେବ। ଆଉ ଏହାକୁ ଅପେକ୍ଷା କରିଛନ୍ତି ଅନେକ କ୍ରିକେଟ ପ୍ରଂଶସକ।

ତେବେ ଚଳିତ ବର୍ଷ ଦୁଇଟି ନୂଆ ଦଳ ଆଇପିଏଲ ମଇଦାନକୁ ଓହ୍ଲାଇବ। ଏହାକୁ ଦୃଷ୍ଟିରେ ରଖି ବାକି ୮ ଟି ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯଦି ଆମେ ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ କଥା ହେବା ତେବେ, ଏହି ଫ୍ରାଞ୍ଚାଇଜ୍ ଚଳିତ ବର୍ଷ ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ କରିଛି। ଯେଉଁଥିରେ ଅଧିନାୟକ ଏମଏସ ଧୋନି, ରିତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା ଏବଂ ମୋଇନ ଅଲିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ମେଗା ନିଲାମରେ ଫ୍ରାଞ୍ଚାଇଜକୁ ଏକ ସମ୍ପୂର୍ଣ୍ଣ ଦଳ ଗଠନ କରିବାକୁ ପଡିବ, ଯେଉଁଥି ଦଳକୁ ଅନେକ ପ୍ରତିଭାବାନ ଖେଳାଳିଙ୍କ ଆବଶ୍ୟକତା ପଡିବ। ଏପରି ପରିସ୍ଥିତିରେ, ନିଶ୍ଚିତ ଭାବରେ ଦଳର ଆଖି ପ୍ରତିଭାବାନ ଖେଳାଳିଙ୍କ ଉପରେ ରହିବ ଯେଉଁମାନେ ଆଗାମୀ କିଛି ବର୍ଷ ପାଇଁ ଦଳ ପାଇଁ ଖେଳିପାରିବେ। ତେଣୁ ସେହି ପ୍ରତିଭାବାନ ଖେଳାଳିଙ୍କୁ କିଣିବା ପାଇଁ ଦଳ ଶତ ଚେଷ୍ଟା କରିବ।

ଏହି ବିଶେଷ ଆର୍ଟିକିଲରେ, ଆମେ ଚେନ୍ନାଇ ସୁପର କିଙ୍ଗ୍ସ ବିଷୟରେ ଆଲୋଚନା କରିବା, ଯିଏ ମେଗା ନିଲାମରେ ସେମାନଙ୍କ ଦଳ ପାଇଁ କିଛି ବିଶେଷ ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବ। ତେବେ ଚାଲନ୍ତୁ ପଢିବା ୫ ଜଣ ଖେଳାଳୀଙ୍କ ବିଷୟରେ ଯେଉଁମାନଙ୍କୁ ପ୍ରାଞ୍ଚାଇଜ ଯେକୋୖଣସି ମୂଲ୍ୟରେ ବି କିଣିବା ପାଇଁ ଚେଷ୍ଟା କରିବ।

୧) ଫାଫ୍ ଡୁ ପ୍ଲେସିସ୍ :

ସର୍ବପ୍ରଥମେ ଏହି ତାଲିକାରେ ଆମେ ଫାଫ୍ ଡୁ ପ୍ଲେସିସଙ୍କ ବିଷୟରେ ଆଲୋଚନା କରିବା। ଫାଫଙ୍କୁ ଫ୍ରାଞ୍ଚାଇଜ୍ ମେଗା ନିଲାମରେ କିଣିବାକୁ ଶତ1 ଚେଷ୍ଟା କରିବ। କାରଣ ଫାଫ୍ ଡୁ ପ୍ଲେସିସ ଚେନ୍ନାଇ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ସେ ଗତ ୪ ଟି ସିଜନରେ ଦଳର ଏକ ଅଂଶ ହୋଇଥିଲେ। ଏହା ସହିତ ଗତ ଆଇପିଏଲ ସିଜନରେ ସେ ଆଶ୍ଚର୍ଯ୍ୟଜନକ ବ୍ୟାଟିଂ କରିଥିଲେ। କେବଳ ଏତିକି ନୁହେଁ, ସେ ଗତ ସିଜନରେ ଅରେଞ୍ଜ କ୍ୟାପ ପାଇବାରୁ ମାତ୍ର ୨ ରନ୍ ପଛରେ ରହିଥିଲେ। ତେଣୁ ଡୁ ପ୍ଲେସିସଙ୍କୁ କିଣିବା ପାଇଁ ଧୋନିଙ୍କର ଚେନ୍ନାଇ ଆପ୍ରାଣ ଉଦ୍ୟମ କରିପାରେ।

୨) ଦୀନେଶ କାର୍ତ୍ତିକ :

ଏହି ତାଲିକାର ଦ୍ୱିତୀୟ ବଡ ଖେଳାଳି ହେଉଛନ୍ତି ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ। ଦୀନେଶଙ୍କ ନିକଟରେ ଅଧିନାୟକତ୍ୱର ଅଭିଜ୍ଞତା ଭରପୁର ହୋଇ ରହିଛି। ସେ ଗତ କିଛି ସିଜନରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଧିନାୟକତ୍ୱ କରୁଥିଲେ। କିନ୍ତୁ ଗତ ବର୍ଷ ସେ ହଠାତ୍ କୋଲକାତା ଦଳର ଅଧିନାୟକତ୍ୱ ଛାଡିଥିଲେ। ଏହା ପରେ କିନ୍ତୁ ସେ କେକେଆର୍ ସହିତ ଜଣେ ଖେଳାଳି ଏବଂ ୱିକେଟ୍ କିପର ଭାବରେ ଜଡିତ ରହିଥିଲେ। ତେବେ ୧୫ ତମ ସିଜନରେ ଦଳ ତାଙ୍କୁ ନ ରଖିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଉପରେ ଆଖି ପକାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଅନେକ କ୍ଷେତ୍ରରେ ଦେଖାଯାଏ ଯେ, କେବଳ ଅଭିଜ୍ଞ ଖେଳାଳିଙ୍କ ଉପରେ ନିର୍ଭର କରିଥାଏ ଧୋନିଙ୍କର ଚେନ୍ନାଇ। ଅନ୍ୟପଟେ ଦୀନେଶଙ୍କ ନିକଟରେ ଅଧିନାୟକତ୍ୱ ପଦରେ ରହିବାର ଅଭିଜ୍ଞତା ଥିବାରୁ ତାଙ୍କୁ ସିଏସକେ ଯେମିତି ହେଲେ କିଣିବା ପାଇଁ ଚେଷ୍ଟା କରିବ।କାରଣ ବର୍ତ୍ତମାନର ଅଧିନାୟକ ଏମଏସ ଧୋନିଙ୍କ ପରେ ଫ୍ରାଞ୍ଚାଇଜ ଜଣେ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଖୋଜୁଛି।

୩) ଆର ଅଶ୍ୱିନ୍ :

ରବିଚନ୍ଦ୍ରନ୍ ଅଶ୍ୱିନ୍ ବର୍ତ୍ତମାନ ଭାରତ ତଥା ବିଶ୍ୱର ସବୁଠାରୁ ଅଭିଜ୍ଞ ଅଫ୍ ସ୍ପିନରମାନଙ୍କ ମଧ୍ୟରୁ ଜଣେ। ସେ ଦୀର୍ଘ ସମୟ ଧରି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ। କିନ୍ତୁ, ଚଳିତ ବର୍ଷ ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ କରିନାହିଁ ଏବଂ ବର୍ତ୍ତମାନ ତାଙ୍କୁ ନିଲାମରେ ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ ଏମଏସ ଧୋନିଙ୍କ ନେତୃତ୍ୱ ଥିବା ଚେନ୍ନାଇ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ କିଣିବା ପାଇଁ ମନବଳାଇପାରେ। କାରଣ ପୂର୍ବରୁ ମଧ୍ୟ ଚେନ୍ନାଇ ସହିତ ଜଡିତ ଥିଲେ ଅଶ୍ୱିନ।

୪) ଶାର୍ଦ୍ଦୁଲ ଠାକୁର :

ଶାର୍ଦ୍ଦୁଲ ଠାକୁର ବର୍ତ୍ତମାନ ସମୟରେ ଭଲ ଫର୍ମରେ ଅଛନ୍ତି ଏବଂ ତାଙ୍କର ଭଲ ସ୍ଥିର ପ୍ରଦର୍ଶନ ହେତୁ ସେ ବର୍ତ୍ତମାନ ଆଲୋଚନାରେ ରହିଛନ୍ତି। ଗତ ସିଜନରେ ଦଳକୁ ଟ୍ରଫି ଜିତେଇବାରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ, ସେ ମଧ୍ୟ ସିଏସକେର ରିଟେନ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିଲେ ନାହିଁ। ତେଣୁ, ମେଗା ନିଲାମରେ ଫ୍ରାଞ୍ଚାଇଜ୍ ତାଙ୍କୁ ପୁନର୍ବାର ନିଜ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବ। ଏମିତିକି ଯେତେ ଟଙ୍କା ହେଲେ ବି ଶାର୍ଦ୍ଦୁଲଙ୍କୁ ଚେନ୍ନାଇ କିଣିବ ବୋଲି ଶୁଣିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ହେବା ସାଙ୍ଗକୁ , ଦ୍ରୁତ ଗତିରେ ବ୍ୟାଟିଂ କରି ରନ୍ ମଧ୍ୟ ସଂଗ୍ରହ କରିବାରେ ପାରଙ୍ଗମ।

୫) ଶାହାରୁଖ ଖାନ :

ଏହି ତାଲିକାରେ ପଞ୍ଚମ ଏବଂ ଶେଷ ନାମ ହେଉଛି ଶାହାରୁଖ ଖାନ। ଯିଏକି ଗତ ବର୍ଷ ପଞ୍ଜାବ କିଙ୍ଗସ୍ ଦ୍ୱାରା ୫.୨୫ କୋଟିରେ ବିକ୍ରି ହୋଇଥିଲେ। ପଞ୍ଜାବ ସହିତ ଖେଳି ସେ ଅନେକ ଇନିଂସ ମାଧ୍ୟମରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷକରି ୧୪ ତମ ସିଜନର ପ୍ରଥମ ପର୍ଯ୍ୟାୟରେ ସେ ବିସ୍ଫୋରକ ଇନିଂସ ଖେଳିଥିଲେ।ବିଶେଷ କଥା ହେଉଛି ଏହା ଯେ, ତାମିଲନାଡୁର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସ ଶାହାରୁଖଙ୍କ ଉପରେ ଟଙ୍କା ବର୍ଷା କରିପାରେ। କାରଣ ଫ୍ରାଞ୍ଚାଇଜରେ ଜଣେ ଯୁବ ବ୍ୟାଟ୍ସମ୍ୟାନଙ୍କୁ ଚାହୁଁଛି। ଯିଏକି ନିମ୍ନ କ୍ରମରେ ବ୍ୟାଟିଂ କରିବାକୁ ଆସି ମଧ୍ୟ1 ଦଳ ପାଇଁ ବିସ୍ଫୋରକ ଇନିଂସ ଖେଳି ପାରିବ। ତେବେ ଶାହାରୁଖଙ୍କର ସାମର୍ଥ୍ୟ ରହିଛି ଯେ ସେ ଶେଷରେ ଆସିଲେ ବି ଦଳ ପାଇଁ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତେଇ ପାରିବେ। ତେଣୁ ଚେନ୍ନାଇ ସୁପର କିଙ୍ଗ୍ସ ମେଗା ନିଲାମରେ ୟାଙ୍କୁ କିଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ।