IPL 2022 ପୂର୍ବରୁ ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ବ୍ରାଭୋ, ମୋତେ CSK ନକିଣିଲେ ବି ନିଲାମୀ ରେ ହେବି ସାମିଲ ଏବଂ…

କ୍ରିକେଟ୍ ଖବର : ଟି-୨୦ କ୍ରିକେଟ୍ ଇତିହାସର ସବୁଠାରୁ ସଫଳ ବୋଲର ହେଉଛନ୍ତି ଡୁୱେନ ବ୍ରାଭୋ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ନିକଟର ବିଦାୟ ନେଇଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ସଫଳତା ପାଇଁ ବ୍ରାଭୋଙ୍କର ସର୍ବଦା ଅନେକ ଅବଦାନ ରହିଛି। ସମ୍ପ୍ରତି, ଆଇପିଏଲ୍ ୨୦୨୨ ପୂର୍ବରୁ ଚେନ୍ନାଇ ରିଟେନ କରିଥିବା …
 

କ୍ରିକେଟ୍ ଖବର : ଟି-୨୦ କ୍ରିକେଟ୍ ଇତିହାସର ସବୁଠାରୁ ସଫଳ ବୋଲର ହେଉଛନ୍ତି ଡୁୱେନ ବ୍ରାଭୋ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ନିକଟର ବିଦାୟ ନେଇଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ସଫଳତା ପାଇଁ ବ୍ରାଭୋଙ୍କର ସର୍ବଦା ଅନେକ ଅବଦାନ ରହିଛି।

ସମ୍ପ୍ରତି, ଆଇପିଏଲ୍ ୨୦୨୨ ପୂର୍ବରୁ ଚେନ୍ନାଇ ରିଟେନ କରିଥିବା ୪ ଜଣ ଖେଳାଳିଙ୍କ ମଧ୍ୟରେ ବ୍ରାଭୋଙ୍କ ନାମ ଅନ୍ତର୍ଭୂକ୍ତ ନାହିଁ । ତଥାପି ନିଲାମ ସମୟରେ ଚେନ୍ନାଇ ନିଶ୍ଚିତ ଭାବରେ ବ୍ରାଭୋଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିବ । କିନ୍ତୁ ଏହାପୂର୍ବରୁ ୱେଷ୍ଟଇଣ୍ଡିଜର ଏହି ପୂର୍ବତନ ଅଲରାଉଣ୍ଡର ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲରାଉଣ୍ଡର ଡୁୱେନ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଏମଏସ ଧୋନି ତାଙ୍କ କ୍ରିକେଟ୍ କ୍ୟାରିୟରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବ୍ରାଭୋ ଏହା ମଧ୍ୟ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରେ ଉଭୟଙ୍କର ଏକ ମହାନ ଭୂମିକା ରହିଛି।

ଆଇପିଏଲ୍ ୨୦୨୨ ପୂର୍ବରୁ ଚଳିତ ବର୍ଷର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଚାରି ଖେଳାଳି ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ରୁତୁରାଜ ଗାୟକୱାଡ ଏବଂ ମୋଇନ ଅଲିଙ୍କୁ ରିଟେନ କରିଛନ୍ତି। ଏହି ବିଷୟରେ ବ୍ରାଭୋ କହିଛନ୍ତି ଯେ, ମୋତେ ସିଏସକେ ରିଟେନ କରିନି ସତ, କିନ୍ତୁ ମୁଁ ନିଲାମରେ ସାମିଲ ହେବି। ମୁଁ ଜାଣେ ନାହିଁ ମୁଁ କେଉଁ ଦଳ ସହିତ ସାମିଲ ହୋଇଯିବି। ଅନ୍ୟପଟେ ମୁଁ ଜାଣେ ନାହିଁ ମୋତେ ସିଏସକେ କିଣିବ କି ନାହିଁ, କିନ୍ତୁ ସିଏସକେ ସହିତ ମୋର ନିବିଡ ସମ୍ପର୍କ ରହିଛି ଆଉ ରହିଥିବ।